Odisha news

ବର୍ଷା ଋତୁରେ କେଶ ଝାଡୁଥିଲେ କିପରି ଭାବରେ ଏହାର ଉପଚାର ଘରୋଇ ଉପାୟରେ କରିବେ

ଭଗବାନଙ୍କ ସୃଷ୍ଟିରେ ବାର ମାସରେ ୬ ଋତୁକୁ ନେଇ ଆମ ଦୈନନ୍ଦିନ ଜୀବନ ଚାଲିଥାଏ l ବେଳେବେଳେ ଏହି ଋତୁ ମାନଙ୍କରେ ବିଭିନ୍ନ ପ୍ରକାରର ପରିବର୍ତନ ଆମ ଶରୀରରେ ଦେଖିବାକୁ ମିଳିଥାଏ l ଆମେ ସବୁ ମଣିଷ ଜଣେ ଆଉ ଜଣଙ୍କ ନିକଟରୁ ସମ୍ପୂର୍ଣ ଭିନ୍ନ ଅଟୁ l କିନ୍ତୁ ଆମ ଚେହେରାକୁ ସବୁଠୁ ଆକର୍ଷଣୀୟ କରିଥାଏ ଆମ କେଶ , କିନ୍ତୁ ଏହି କେଶ ବଦଳୁଥିବା ଋତୁରେ ମଧ୍ୟ ଖରାପ ପ୍ରଭାବ ପଡି ଥିବାର ଆମେ ଦେଖିବାକୁ ପାଇଥାଉ l  ଯେଉଁ କାରଣରୁ ବର୍ଷା ଋତୁରେ କେଶ ଝଡ଼ିବା ଗୋଟିଏ ସାଧାରଣ ସମସ୍ୟା ଅଟେ l

* ବର୍ଷା ଋତୁରେ କେଶ ଝଡ଼ିବାର ଗୋଟିଏ କାରଣ ହେଉଛି ତୈଳାକ୍ତ କେଶ l ଏହି ତୈଳାକ୍ତ କେଶକୁ ଯେତେ ସଫା କଲେ ମଧ୍ୟ କିଛି ଫରକ ପଡି ନଥାଏ l ଆମେ ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା କୌଣସି ପ୍ରଡକ୍ଟ କୁ ବ୍ୟବହାର କଲେ ମଧ୍ୟ କିଛି ଲାଭ ମିଳି ନଥାଏ l କିନ୍ତୁ ଆମେ ଏହି ତୈଳାକ୍ତ କେଶ ରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟରେ ମଧ୍ୟ ଉପଚାର କରି ପାରିବା l ଆସନ୍ତୁ ଜାଣିବା ଘି କୁଆଁରୀ କିମ୍ବା ଏଲୋଭେରା ସାହାଯ୍ୟରେ କିପରି କେଶର ଯତ୍ନ ନେବା l

* ୨ ଚାମଚ ଏଲୋଭେରା ଜେଲ ସହିତ ଏକ ଚାମଚ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ l ଯଦି ପାରୁଛନ୍ତି ଏତିରେ କିଛି ଉଷୁମ ପାଣି ମିଶାନ୍ତୁ ଓ କେଶ ମୂଳରେ ହାଲୁକା ଭାବରେ ମସାଜ କରନ୍ତୁ l ଲଗାଇବାର ୨୫ ମିନିଟ ପରେ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ l ଦେଖିବେ କିଛି ଦିନ ଭିତରେ ଆପଣଙ୍କ କେଶ ଝାଡ଼ିବା କମିବା ସହ ତୈଳାକ୍ତ ହେବା ମଧ୍ୟ କମିଯିବ l

* ଯଦି ଆପଣଙ୍କ କେଶ ତୈଳାକ୍ତ ନହୋଇ ମଧ୍ୟ ଝଡ଼ୁଛି ତେବେ ଆପଣ ସପ୍ତାହକୁ ଦୁଇଥର ଦହି ସହିତ ଏଲୋଭେରା ଜେଲ କୁ ମିଶାଇ କେଶ ମୂଳରେ ଲଗାଇବା ଦ୍ୱାରା ବର୍ଷା ଋତୁରେ କେଶ ମୂଳରେ ରୁପି ହେବ ନାହିଁ ଓ କେଶ ଝଡ଼ିବା କମିବ l ଯେବେବି ଆପଣ ବର୍ଷା ଋତୁରେ କେଶ ଧୋଉଛନ୍ତି ସେତେବେଳେ ଅଧିକ ଗରମ ପାଣିରେ ଧୁଅନ୍ତୁ ନାହିଁ କେଶ ଏହାଦ୍ୱାରା ଦୁର୍ବଳ ହୋଇଥାଏ l

* ବର୍ଷା ଋତୁରେ କେଶରେ ପ୍ୟାକ ଦେଇ ଉଷୁମ ପାଣିରେ ଟିକେ ଷ୍ଟିମ ନେବା ଆବଶ୍ୟକ l ତେଣୁ ଏଲୋଭେରା ଜେଲ କୁ ଅଲିଭ ଅଏଲ ରେ ଭଲରେ ମିଶାଇ କେଶ ମୂଳରେ ଲଗାନ୍ତୁ ଓ ଏହାକୁ ହାଲୁକା ମାଲିସ କରନ୍ତୁ l ଏହାପରେ ଗୋଟିଏ ତଉଲିଆ କୁ ଗରମ ପାଣିରେ ବୁଡାଇ ମୁଣ୍ଡରେ ବାମ୍ଫ ନିଅନ୍ତୁ l ଦେଖିବେ ସପ୍ତାହକୁ ଥରଟିଏ ଏପରି କରିବା ଦ୍ୱାରା କେଶ ଝଡ଼ିବା କମିଯିବ l

Comments are closed.