Odisha news

ସମାଜରେ ଅବହେଳିତ, ଶୋଷିତ, ନିଷ୍ପେସିତ,ଅତ୍ୟାଚାରିତ, ଗରିବ, ଆଦିବାସୀ ଓ ଦଳିତ ନରନାରୀଙ୍କ ମସିହା ସାଜିଛନ୍ତି ଚନ୍ଦ୍ର।

ନୂଆପଡା-୯/୮ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲାର ର ଯେ କୌଣସି ସମସ୍ୟା ହେଉ ସେ ସମାଧାନ ପାଇଁ ବାଟ ବାଛି ନେଇଛନ୍ତି ଟ୍ୱିଟର ର, ତୁରନ୍ତ ଟ୍ୱିଟ କରି ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥାନ୍ତି, ଫଳରେ ଊପକୃତ ହୁଅନ୍ତି ସମାଜରେ ଅବହେଳିତ,ଶୋଷିତ, ନିଷ୍ପେସିତ ଗରିବ, ଆଦିବାସୀ ଦଳିତ ନରନାରୀ, ଏପରିକି ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ ଯୋଜନାର ଗଠନମୂଳକ ଟ୍ୱିଟ ଓ ନିରପେକ୍ଷ ଦୁର୍ନୀମୁକ୍ତ ଜିଲ୍ଲା ଗଠନରେ ମଧ୍ୟ ସେ ଅଣ୍ଟାଭିଡିଛନ୍ତି ଏଣୁ ତାଙ୍କୁ କେହି କେହି ସ୍ନେହ ରେ ଟ୍ୱିଟବୟ ମଧ୍ୟ କହନ୍ତି, ସେ ଆଉ କେହି ନୁହନ୍ତି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଗ୍ରାମ ନିବାସୀ ଚନ୍ଦ୍ର କୁମାର ଦୀପ। ତେଣୁ ସେ ରାଜ୍ୟ ସରକାରଙ୍କ ୫ ଟି ମୋ ସରକାର ର ସଫଳ ରୂପାୟନ ପାଇଁ ସରକାରଙ୍କ ସମସ୍ତ ଯୋଜନା କେମିତି ଲୋକାଭିମୁଖୀ ହେବ ଓ ଜନସାଧାରଣ ଙ୍କ ପାଖକୁ ସୁଫଳ ପହଞ୍ଚିବ ଉଦ୍ୟମରତ । ଯୋଜନାଠାରୁ ଅପହଞ୍ଚ ହିତାଧିକାରୀଙ୍କ ସମସ୍ୟା ସହାର୍ଯ୍ୟରେ ଚନ୍ଦ୍ର କୁମାର ଦୀପ ଟ୍ୱିଟ ମାଧ୍ୟମରେ ସମାଧାନ ର ବାଟଫିଟାନ୍ତି।

ସେ ପେଶାରେ ଜଣେ ସଚୋଟ, ନିର୍ଭୀକ ଓ ଦକ୍ଷ ସାମ୍ବାଦିକ। ସେ ତାଙ୍କ ଲେଖା ମାଧ୍ୟମରେ ଜିଲ୍ଲା ତଥା ରାଜ୍ୟର ସାମାଜିକ ଗଣମାଧ୍ୟମ ରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିଆସୁଛନ୍ତି। ସରକାର ତଥା ପ୍ରଶାସନକୁ କୁ ଟ୍ୱିଟ ମାଧ୍ୟମ ରେ ସମସ୍ୟା ରୁ ଅବଗତ କରାଇ ଗୋଟିଏ ପରେ ଗୋଟିଏ ଟ୍ୱିଟକରି ଗୋଟିଏ ମାସ ରେ ସର୍ବାଧିକ ୨୩ ଗୋଟି ଟ୍ୱିଟ କରି ସମାଧାନ ର ବାଟ ଫିଟାଇବାରେ ସଫଳ ହୋଇଛନ୍ତି। ସେ ଆଜି ଜିଲ୍ଲାର ଗର୍ବ ଓ ଗୌରବ ତଥା ଗରୀବ ଅବହେଳିତ, ଶୋଷିତ, ନିର୍ଯ୍ୟାତିତ ଙ୍କ ମସିହା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏପରି ଦିନହୀନ ଗରିବ ଆଦିବାସୀ ଦଳିତ ନରନାରୀଙ୍କ ପାଇଁ ସେବା ଅନବରତ ଯାରିରହିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ସେ ଜଣେ ମଧ୍ୟବିତ୍ତ ପରିବାର ର ପୁଅ ,ଜନ୍ମ ହେବାର ପାଞ୍ଚ ବର୍ଷ ପରେ ବାପା ଚାଲିଗଲେ ଆରପାରିକୁ, ପରେ ତିନି ଭାଇ ମାଆ ସହ ଜୀବନ ସଂଗ୍ରାମରେ ସଂଘର୍ଷ କରି ପାଠ ପଢି ଲୋକଙ୍କ ସେବା ରେ ଆଲୋକ ସାଜିଛନ୍ତି ଚନ୍ଦ୍ର ଟ୍ୱିଟର ବୟ । ନୂଆପଡା ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର,ବିଭିନ୍ନ ଜିଲ୍ଲା ର ସମସ୍ୟା ନେଇ ଚନ୍ଦ୍ର ରାଜ୍ୟ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରି ଶତପ୍ରତିଶତ ସଫଳତା ପାଇଥିବାରୁ ଓ ସମ୍ପୃକ୍ତ ବ୍ୟକ୍ତିବିଶେଷ ଉପକୃତ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.