Odisha news

ଆନ୍ଧ୍ର ପ୍ରଦେଶ ରେ ଫସିଥିବା ୨ ଯୁବ ପ୍ରବାସୀ ଲାଗି ଦେବଦୁତ ସାଜିଲେ ଦେବଦତ୍ତ ବିଶ୍ବରଂଜନ : ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ଟୁଇଟ୍ କରିବା ପରେ ଉନ୍ଧାର ହେଲେ ପ୍ରବାସୀ

ଗୋପ : ଦୀର୍ଘ ଦୁଇ ବର୍ଷ ଧରି ଆନ୍ଧ୍ର ପ୍ରଦେଶର  ଶ୍ରୀକାକୁଲମ ର ଏକ ହୋଟେଲ ରେ ଫସିବା ପରେ  ମାନସିକ ନିର୍ଯ୍ୟାତନା ପାଇ ଭୋକ ଉପାସରେ ବଞ୍ଚଥିବା ଗୋପ ବ୍ଲକ ଅଧିନ ବନ୍ତଳିଗ୍ରାମ ପଞ୍ଚାୟତ ମହାପୁର ଗ୍ରାମର ପବିତ୍ର ନାୟକ ( ୪୮) ପ୍ରଭାକର ଗୋଛୟତ (୩୩) ବର୍ଷ ଙ୍କୁ ଉଦ୍ଧାର କରା ଯାଇଛି । ଉଦ୍ଧାର ପରେ ଗୁରୁବାର ସକାଳେ ଏହି ୨ ଯୁବକ ଗାଁ ରେ ପହଁଞ୍ଚିବା ପରେ ପରିବାର ରେ ହସଖୁସି ଦେଖାଦେଇଛି । ପ୍ରକାଶ ଯେ ପ୍ରଥମ କରୋନା ଲହରୀ ପରେ ଏହି ୨ ଯୁବକ ପରିବାର ଚଳାଚଳ କରିବା ଉଦ୍ଦେଶ୍ୟରେ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ ।

ମାତ୍ର କରୋନା କଟକଣା କୁ ନେଇ ଆନ୍ଧ୍ରପ୍ରଦେଶ ରେ କମ୍ପାନୀ ନ ଖୋଲି ଥିବାରୁ ଏହି ୨ ଯୁବକ ଙ୍କ ଘରୁ ନେଇ ଥିବା ଟଙ୍କା ପଇସା ସରି ଯାଇଥିଲା । କିଛି ଦିନ ଧରି ଭୋକ ଉପାସରେ ବୁଲିବା ପରେ ଜୀବନ ବଞାଇବା ଲାଗି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ର ଏକ ହୋଟେଲ ରେ କାର୍ଯ୍ୟ କରି ଥିଲେ । କିନ୍ତୁ ଏହି ହୋଟେଲ ମାଲିକ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ସହିତ ବାସନକୁସନ ମଜାଇବା ସହ ମାଡ଼ ମାରିଥିଲା । ‌

କୈଣସି ବାଟ ନ ପାଇ କେବଳ ବଞ୍ଚିବା ଲାଗି ପ୍ରୟାସ ଜାରି ରଖିଥିଲେ ଏହି ପ୍ରବାସୀ ଓଡ଼ିଆ । ଏହି ପ୍ରବାସୀ ଙ୍କ ପରିବାର ସଦସ୍ୟ କୈାଣସି ସୁତ୍ରରୁ ଖବର ପାଇବା ପରେ ବାରଦୁଆର ଶୁଣ୍ତି ପିଣ୍ଡା ହୋଇ ଥିଲେ ମଧ୍ୟ କେହି ଶୁଣି ନ ଥିଲେ ।ପରେ ମହାପୁର ଅଞ୍ଚଳ ର ଯୁବ ସମାଜସେବୀ ଦେବଦତ୍ତ ବିଶ୍ବରଂଜନ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନରେଡି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୨ ରାଜ୍ୟ ର ପୋଲିସ ବିଭାଗ କୁ ଟୁଇଟ୍ କରି ୩ ତାରିଖ ଦିନ ଜଣାଇଥିଲେ । ଟୁଇଟ୍ ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ସଙ୍ଗେ ସଙ୍ଗେ ଏହି ହୋଟେଲ ରୁ ୨ ଓଡ଼ିଆ  ପ୍ରବାସୀ ଙ୍କୁ ଉଦ୍ଧାର କରିବା ପରେ ଓଡିଶା ପଠା ଯାଇଥିଲା । ଗୁରୁବାର ସକାଳୁ ଏହି ଓଡ଼ିଆ ପ୍ରବାସୀ ଗାଁ ରେ ପହଁଞ୍ଚିବା ପରେ ଖୁସିର ଲହରୀ ଖେଳିଯାଇଛି । ଏହି ଗରିବ ପରିବାର ର ସଦସ୍ୟ ମାନେ ଉଦ୍ଧାର କରିବାରେ ଦେବଦୂତ୍ତ ସାଜିଥିବା ଦେବଦତ୍ତ ବିଶ୍ବରଂଜନ ଙ୍କ ସହିତ ୨ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.