ପୋଲସରା:୫-୮-୨୧ : (ରଞୟ ପାଣିଗ୍ରାହୀ ସକାଳ ଖବର)ପୋଲସରା ବ୍ଲକ ର ମନ୍ଦାର ଗ୍ରାମ ଠାରେ ଉତ୍କଳ ହିନ୍ଦୁ ସେବକ ସଂଘ ଗଞାମ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞାମ ଜିଲ୍ଲା ସଭାପତି ରଘୁନାଥ ପଣ୍ଡାଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକକୁ ରାଜ୍ୟ ସମ୍ପାଦକ ଦୁର୍ଗାମାଧବ ପଣ୍ଡା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞାମ ଜିଲ୍ଲା ର ବିଶିଷ୍ଟ ଯୁବ ସମାଜସେବୀ ପ୍ରଭାକର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସଂଘର ରାଜ୍ୟ ସଭାପତି ଶ୍ରୀ ସୋମନାଥ ରାଉତ,ମନ୍ଦାର ସମବାୟ ସମିତି ସମ୍ପାଦକ ଓ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ତୁଷାର ରଥ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ସମାଜସେବୀ
ପ୍ରଭାକର ପଣ୍ଡା ଙ୍କୁ ସଂଘର ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ଏହାସହିତ ପୋଲସରା ଓ ବୁଗୁଡା ର ବ୍ଲକ କମିଟି ଘୋଷଣା ହୋଇଥିଲା । ହିନ୍ଦୁ ସେବକ ସଂଘ ତରଫରୁ ଆଗମୀ ଦିନରେ ଆୟୋଜିତ ହେବାକୁ ଥିବା ବିଶ୍ଵ ଶାନ୍ତି ମହାଯଜ୍ଞ କୁ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।
Comments are closed.