● ଟ୍ରେନ୍ ବାତିଲ ଏବଂ ସାମୟିକ ଭାବେ ସମୟରେ ପରିବର୍ତ୍ତନ |
√● ପଲାସା-କୋଟାଭାଲାସା ରେଳ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ |
√● ଅଗଷ୍ଟ ମାସ ୮ ଓ ୯ ତାରିଖରେ ୧୧ଟି ଟ୍ରେନ ବାତିଲ ରହିବ |
√● ୧୧ଟି ଟ୍ରେନ୍ ପରିବର୍ତ୍ତିତ ସମୟରେ ଚଳାଚଳ କରିବ |
ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପଲାସା-କୋଟାଭାଲାସା ରେଳ ସେକ୍ସନର ବିଜୟନଗରମ ଓ କୋରୁକୋଣ୍ଡା ଷ୍ଟେସନ ମଧ୍ୟରେ ଏବଂ ପୁଣ୍ଡୁରୀ ଓ ଦୁସି ଷ୍ଟେସନ ମଧ୍ୟରେ ରେଳ ଧାରଣା ତଳେ ଉପାମାର୍ଗ ନିର୍ମାଣ ସମ୍ବନ୍ଧୀୟ ସୁରକ୍ଷା ଜନୀତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 11 ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇ ଥିବା ବେଳେ ୧୧ଟି ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ସ୍ଥିର କରାଯାଇଅଛି |
ଟ୍ରେନ୍ ର ବାତିଲ୍
A. 07016 ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ସ୍ପେଶାଲ୍ ସିକନ୍ଦରାବାଦରୁ 8 ଅଗଷ୍ଟ, 2021 ଦିନ ବାତିଲ ରହିବ |
B. 07015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଭୁବନେଶ୍ୱରରୁ 10 ଅଗଷ୍ଟ 2021 ଦିନ ବାତିଲ ରହିବ |
C. 02822 ଚେନ୍ନାଇ-ହାଓଡ଼ା ସ୍ପେଶାଲ ଚେନ୍ନାଇରୁ 8 ଅଗଷ୍ଟ, ଦିନ ବାତିଲ ରହିବ |
D. 08048 ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ପେଶାଲ ଭାସ୍କୋ ଡା ଗାମା ରୁ 8 ଅଗଷ୍ଟ, 2021 ଦିନ ବାତିଲ ରହିବ |
E. ୦୭୨୪୩/୦୭୨୪୪ ଗୁଣ୍ଟୁର-ରାୟଗଡା-ଗୁଣ୍ଟୁର ସ୍ପେଶାଲ ଗୁଣ୍ଟୁର ରୁ 8 ଅଗଷ୍ଟ, ୨୦୧୧ ଓ ରାୟଗଡା ରୁ 9 ଅଗଷ୍ଟ, 2021 ଦିନ ବାତିଲ ରହିବ |
F. 02873 ହାଓଡ଼ା-ଯଶୋବନ୍ତପୁର ସ୍ପେଶାଲ ହାଓଡ଼ା ରୁ 8 ଅଗଷ୍ଟ 2021 ଦିନ ବାତିଲ ରହିବ |
G. 08522/08521 ବିଶାଖାପାଟଣା-ଗୁଣୁପୁର-ବିଶାଖାପା
H. 08570/08569 ବିଶାଖାପାଟଣା-ଭୁବନେଶ୍ୱର-ବିଶାଖାପା
ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ |
A. 08495 ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ୍ 8 ଅଗଷ୍ଟ, 2021 ଦିନ ରାମେଶ୍ୱରମରୁ ଏହାର ନିର୍ଧାରିତ ସମୟ ପୂର୍ବାହ୍ନ ୮ଘ.୫୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୫୦ମି.ରେ ଛାଡିବ |
B. 08464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ 8 ଅଗଷ୍ଟ 2021 ଦିନ ବାଙ୍ଗାଲୋରରୁ ଅପରାହ୍ନ ୧ଘ.୪୦ମି. ପରିବର୍ତ୍ତେ ଅପରାହ୍ନ ୩ଘ.୪୦ମି.ରେ ଛାଡିବ |
C. 02867 ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ୍ 8 ଅଗଷ୍ଟ, 2021 ଦିନ ହାଓଡ଼ା ରୁ ରାତ୍ରି ୧୧ଘ.୩୦ମି. ପରିବର୍ତ୍ତେ ମଧ୍ୟରାତ୍ରି ପରେ (09.08.2021) ୦୨ଘ.୧୫ମି.ରେ ଛାଡିବ |
D. 02821 ହାଓଡ଼ା-ଚେନ୍ନାଇ ସ୍ପେଶାଲ୍ 8 ଅଗଷ୍ଟ, 2021 ଦିନ ହାଓଡ଼ା ରୁ ରାତ୍ରି ୧୧ଘ.୫୫ମି. ପରିବର୍ତ୍ତେ ମଧ୍ୟରାତ୍ରି ପରେ (09.08.2021) ୦୨ଘ.୨୫ମି.ରେ ଛାଡିବ |
E. 08190 ଏର୍ଣ୍ଣାକୁଲମ-ଟାଟା ସ୍ପେଶାଲ୍ 8 ଅଗଷ୍ଟ, 2021 ଦିନ ଏର୍ଣ୍ଣାକୁଲମରୁ ସକାଳ ୦୭ଘ.୧୫ମି. ପରିବର୍ତ୍ତେ ପୂର୍ବାହ୍ନ ୯ ଘଟିକାରେ ଛାଡିବ |
F. 03352 ଆଲେପି-ଧାନବାଦ୍ ସ୍ପେଶାଲ୍ 8 ଅଗଷ୍ଟ, 2021 ଦିନ ଏର୍ଣ୍ଣାକୁଲମରୁ ସକାଳ ୬ ଘଟିକା ପରିବର୍ତ୍ତେ ସକାଳ ୭ ଘଟିକାରେ ଛାଡିବ |
G. 08574 ଭଗତ କୀ କୋଠି-ବିଶାଖାପାଟଣା ସ୍ପେଶାଲ 7 ଅଗଷ୍ଟ, 2021 ଦିନ ଭଗତ କୀ କୋଠି ରୁ ରାତ୍ରି ୮ ଘଟିକା ପରିବର୍ତ୍ତେ ମଧ୍ୟ ରାତ୍ରି ପରେ (08.08.2021) ୩ଘ.୩୦ମି.ରେ ଛାଡିବ |
H. 08463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ପେଶାଲ୍ 9 ଅଗଷ୍ଟ, 2021 ଦିନ ଭୁବନେଶ୍ୱର ରୁ ଭୋର ୫ଘ.୪୦ମି. ପରିବର୍ତ୍ତେ ପୂର୍ବାହ୍ନ ୮ଘ.୧୦ମି.ରେ ଛାଡିବ |
I. 05906 ଡିବୃଗଡ଼-କନ୍ୟାକୁମାରୀ ସ୍ପେଶାଲ୍ ଡିବୃଗଡ଼ ରୁ 7 ଅଗଷ୍ଟ, 2021 ଦିନ ସନ୍ଧ୍ୟା ୭ଘ.୨୫ମି. ପରିବର୍ତ୍ତେ ରାତ୍ରି ୮ଘ.୫୫ମି.ରେ ଛାଡିବ |
J. 07015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଭୁବନେଶ୍ୱର ରୁ 9 ଅଗଷ୍ଟ, 2021 ଦିନ ପୂର୍ବାହ୍ନ ୮ଘ.୪୫ମି. ପରିବର୍ତ୍ତେ ୯ଘ.୪୫ମି.ରେ ଛାଡିବ |
K. 02642 ଶାଲୀମାର-ତ୍ରିଭେନ୍ଦ୍ରମ ସ୍ପେଶାଲ ଶାଲୀମାର ରୁ 8 ଅଗଷ୍ଟ, 2021 ଦିନ ରାତ୍ରି ୧୧ଘ.୫୦ମି.ପରିବର୍ତ୍ତେ ମଧ୍ୟ ରାତ୍ରି ପରେ (09.08.2021) ୦୨ଘ.୨୦ମି.ରେ ଛାଡିବ |
Comments are closed.