ନୂଆପଡା-୪/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ଚଳିତ ବର୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ଝଗ୍ରାହୀର ଦଶମ ଓ ଦ୍ବାଦଶ ଶ୍ରେଣୀରେ ୧୦୦% ଛାତ୍ରଛାତ୍ରୀ ପାସ କରିଛନ୍ତି । ଦଶମ ଶ୍ରେଣୀରେ ୫୯ ଛାତ୍ରଛାତ୍ରୀ ମଧ୍ୟରୁ ସମସ୍ତେ ପାସ କରିଥିବା ବେଳେ ୩ ଜଣ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ହେଲେ ଚୂଡ଼ାମଣି ବାଗ ୪୬୫ ମାର୍କ ୯୩%, ଶୁଭଶ୍ରୀ ଆଡବଙ୍ଗ ୪୫୭ ମାର୍କ ୯୧.୪% ଲିନା ମାଝୀ ୪୫୧ ମାର୍କ ୯୦.୨% । ସେହିପରି ଦ୍ଵାଦଶ ଶ୍ରେଣୀରେ ୩୧ ଜଣରୁ ସମସ୍ତେ ପାସ କରିଥିବା ବେଳେ ନିକିତା ମହାନ୍ତି ୪୭୪ ମାର୍କ ୯୪.୮%, ସୁରଜ୍ ଜଗତ ୪୭୦ ମାର୍କ ୯୪%, ଅନନ୍ୟା ରଥ ୪୫୮ ମାର୍କ ୯୧.୬% ଓ ଟିଙ୍କୁ ଶଗରିଆ ୪୫୦ ମାର୍କ ୯୦% ନମ୍ବର ରଖିଛନ୍ତି । ପରୀକ୍ଷା ଫଳକୁ ନେଇ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
Comments are closed.