Odisha news

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ୧୪ ଦଫା ଦାବୀପତ୍ର ପ୍ରଦାନ କଲେ ସାଂସଦ।

ନୂଆପଡା-୪/୮ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଗତକାଲି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ନିଜ ସଂସଦୀୟ କ୍ଷେତ୍ରର (କଳାହାଣ୍ଡି ଓ ନୂଆପଡା ଜିଲ୍ଲା) ଚଉମୁଖୀ ବିକାଶ ନିମନ୍ତେ କେତେକ ନୂତନ ଓ ପୁରୁଣା ଦାବି ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଙ୍କୁ ସାକ୍ଷତ କରି ଏକ ଚଉଦ ଦଫା ଦାବି ପତ୍ର ପ୍ରଦାନ କରି ଏ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । କେସିଙ୍ଗା ଏବଂ ଖରିଆର ରୋଡ଼ ଠାରେ ରେଲୱେ ଓଭର ବ୍ରିଜ ନିର୍ମାଣ, ଭବାନୀପାଟଣା ସହର ବାଇପାସ ନିର୍ମାଣ କାର୍ଯ୍ୟ ଶୀଘ୍ର ତ୍ବରାନ୍ନିତ କରିବା, ଖରିଆରରୋଡ଼, ନୂଆପଡା ସଦର ଓ ଖଡ଼ିଆଳ ସହରକୁ ୩୫୩ ନଂମ୍ବର ଜାତୀୟ ରାଜପଥ ରେ ବାଇପାସ ନିର୍ମାଣ, ନୂତନ ଜାତୀୟ ରାଜପଥ ବଲାଙ୍ଗୀର ରୁ ଛତିଶଗଡ଼ ରାଜ୍ୟର ଧମତରି ( ଭାୟା ପଟଣାଗଡ଼-ଉଦ୍ୟନବନ୍ଦ- ନୂଆପଡା- ଧରମବନ୍ଧା-ରସେଲା- ଗରିଆବନ୍ଧ-କୁରୁଦ) , ନୂତନ ଜାତୀୟ ରାଜପଥ ବଲାଙ୍ଗୀର ଠାରୁ ଛତିଶଗଡ଼ରାଜ୍ୟ ମେନପୁର (ଭାୟା କଣ୍ଟାବାଞ୍ଜି- ଖରିଆର-ସିନାପାଲି- ନଙ୍ଗଲବୋଡ଼-ଇନ୍ଦାଗାଁ) ଭବାନୀପାଟଣା ରୁ ନବରଙ୍ଗପୁର ଜାତୀୟ ରାଜପଥ ୨୬-ରୁ ୨୬ କୁ ସଂଯୋଗୀକରଣ, ନୂତନ ଜାତୀୟ ରାଜପଥ ଭବାନୀପାଟଣା ରୁ ରାୟଗଡା (ଭାୟା- ଗୁଣପୁର -କାଶୀପୁର ), ନୂତନ ଜାତୀୟ ରାଜପଥ ଭବାନୀପାଟଣା ରୁ ନବରଙ୍ଗପୁର (ଭାୟା ଥୁଆମୂଳ ରାମପୁର – ଖାତିଗୁଡା), ତେଲ ଓ ହାତୀ ନଦୀର ୪ ଗୋଟି ସ୍ଥାନ ରେ ଉଚ୍ଚ ବ୍ରିଜ ନିର୍ମାଣ, ଏନଏଚଏଆଇ ପକ୍ଷରୁ ମଞ୍ଜୁର ହୋଇଥିବା ନୂଆପଡା ଜିଲ୍ଲା ଚିକତ୍ସାଲୟ ରେ ମାନସିକ ଆଘାତ ଯତ୍ନ କେନ୍ଦ୍ର କୁ ଶୀଘ୍ର ନିର୍ମାଣ ତ୍ୱରାନ୍ୱିତ କରିବା , ୩୫୩ ଜାତୀୟ ରାଜପଥ କାର୍ଯ୍ୟ ଶୀଘ୍ର କାର୍ୟ୍ଯ ସମ୍ପାଦନ ଦାବୀପତ୍ର ଦେଇଛନ୍ତି। ଉପରୋକ୍ତ ସମସ୍ତ ଦାବିକୁ ମନ୍ତ୍ରୀ ଶ୍ରୀ ଗଡ଼କରୀ ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.