Odisha news

ନୂଆପଡା : ଜିଲ୍ଲାପାଳଙ୍କ ଖଡ଼ିଆଳ ଏନଏସି ପରିଦର୍ଶନ

ନୂଆପଡା-୪/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଖଡ଼ିଆଳ ବିଂଜ୍ଞାପିତ ଅଂଚଳ ପରିଷଦ ରେ ସଂଗୃହିତ ବର୍ଜ୍ୟବସ୍ତୁ ପରିଚାଲନା କେନ୍ଦ୍ର ଓ ବିଜୁ ପଟ୍ଟନାୟକ ସ୍ମାର୍ଟ ଉଦ୍ୟାନକୁ ନୂଆପଡା ଜିଲ୍ଲାପାଳ ସ୍ବାଧାଦେବ ସିଂ ପରିଦର୍ଶନ କରିଛନ୍ତି। ସେଠାରେ ଉପସ୍ଥିତ ଅଧିକାରୀମାନଙ୍କ ସହ ବିଭିନ୍ନ ଉନ୍ନୟନ ଦିଗ ଉପରେ ବିଷଦ ଆଲୋଚନା କରିଥିଲେ। ଖଡ଼ିଆଳ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ସହକାରୀ ଯନ୍ତ୍ରୀ, ଏନଏସି କର୍ମଚାରୀମାନେ ଯୋଗ ଦେଇଥିଲେ। ସେହିଭଳି ବିଜୁ ପଟ୍ଟନାୟକ ସ୍ମାର୍ଟ ଉଦ୍ୟାନକୁ ମଧ୍ୟ ପରିଦର୍ଶନ କରିଛନ୍ତି। ପାର୍କ ର ଉନ୍ନତିକରଣ ସହ ପାଚେରୀ ନିର୍ମାଣ ଏବଂ ଉଦ୍ୟାନକୁ ସଡ଼କ ନିର୍ମାଣ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

Comments are closed.