Odisha news

ଟୋକିଓ ଅଲିମ୍ପିକ୍ସ : ବେଲଜିୟମଠାରୁ ୨-୫ରେ ହାରିଲେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ନିରାଶ କଲେ ଭାରତୀୟ ପୁରୁଷ ହକି ଦଳ। ଅଧାରେ ରହିଲା ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ।  ସୋମବାର ଟୋକିଓର ଓଇ ହକି ଷ୍ଟାଡିୟମରେ ବିଶ୍ୱ ଚାମ୍ପିଅନ୍ ବେଲଜିୟମଠାରୁ ଭାରତ ୨-୫ରେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଦୀର୍ଘ ୪୯ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ। ଶେଷ ଥର ପାଇଁ ୧୯୭୨ ଅଲିମ୍ପିକ୍ସରେ ସେମିଫାଇନାଲ୍ ଖେଳିଥିଲା ଭାରତୀୟ ଟିମ। ୪୯ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ହକି ଦଳ ପଦକ ଜିତିବାର ଆଶା ରଖିଥିବା ବେଳେ ଏବେ ତାହା ଧୂଳିସାତ ହୋଇଛି। ତେବେ ଟିମ୍ ଇଣ୍ଡିଆ ପାଇଁ ଏବେ ମଧ୍ୟ ପଦକ ଜିତିବାର ସୁଯୋଗ ରହିଛି। ଭାରତୀୟ ପୁରୁଷ ହକି ଦଳ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

IEC 2 years

Comments are closed.