Odisha news

ସବୁ ଧାତୁର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରହିଛି : ଆସନ୍ତୁ ଜାଣିବା ଷ୍ଟିଲ , ତମ୍ବା କିମ୍ବା ରୂପା କେଉଁ ପାତ୍ରରେ ଭୋଜନ କଲେ ଶରୀରକୁ କି ଲାଭ ମିଳିଥାଏ

ଆମେ ବିଭିନ୍ନ ଧାତୁରେ ନିର୍ମିତ ବିଭିନ୍ନ ପାତ୍ର ରେ ଭୋଜନ ପରିବେଷଣ କରିବା ସହିତ ନିଜେ ମଧ୍ୟ ଖାଇ ଥାଉ । ସବୁ ଧାତୁର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରହିଛି । କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ଆମେମାନେ ଅଧିକ ଫାଇବର , ବୋନ ଚାଇନା , ଷ୍ଟିଲ କିମ୍ବା ଡିଜାଇନର ପ୍ଲେଟ ରେ ଖାଇବାକୁ ପସନ୍ଦ କରୁଛୁ । କିନ୍ତୁ ଏହିସବୁ ବାସନ ଆମ ଶରୀର ପକ୍ଷରେ କେତେ ହିତକର ଆମେ ଜାଣି ରଖିବା ଉଚିତ୍ ।
ସମସ୍ତେ ଅଳ୍ପ ବହୁତେ ଧାରଣା ରଖି ଥିବେ ଯେ କିଛିଟା ବାସନ ଆମ ଶରୀର ପକ୍ଷରେ ହାନି କାରକ କିମ୍ବା କ୍ଷତି କାରକ ହୋଇଥାଏ । ଯେପରିକି ତମ୍ବା ଗ୍ଲାସ୍ ରେ ପାଣି ପିଇବା ଦ୍ଵାରା ଶରୀରକୁ ଖୁବ୍ ଲାଭ ମିଳିଥାଏ । କିନ୍ତୁ ସେହି ସ୍ଥାନରେ ପ୍ଲାଷ୍ଟିକ ଗ୍ଲାସ୍ ଶରୀର ପାଇଁ କ୍ଷତିକାରକ । ଆଜି ଆସନ୍ତୁ ଜାଣିବା କେଉଁ ରୋଗ ପାଇଁ କେଉଁ ବାସନ ।
* ଏନିମିଆ ପାଇଁ ଲାଭ ଦାୟକ ଷ୍ଟିଲ ବାସନ –
ଭାରତରେ ଗରିବ ଓ ମଧ୍ୟ ବର୍ଗିୟ ପରିବାରରେ ସାଧାରଣତଃ ଷ୍ଟିଲ ବାସନ ରେ ଖାଇବା ପିଇବା କରାଯାଇ ଥାଏ । ଏହା ପଛରେ ଏହା ଗୋଟିଏ କାରଣ ରହିଛି ଯେ ଏହି ବାସନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ । ଷ୍ଟିଲ ବାସନ ରେ ଆଇରନ ରହିଥାଏ ଯାହା ଆପଣଙ୍କ ଶରୀରରେ ରେଡ୍ ବ୍ଲଡ଼ ସେଲ ନିର୍ମାଣ କରିଥାଏ । ଯଦି କୌଣସି ବ୍ୟକ୍ତି ଏନିମିଆ ର ଶିକାର ହେଉଛନ୍ତି ତେବେ ଷ୍ଟିଲ ବାସନ ରେ ଭୋଜନ କରିବା ହିତକର ଅଟେ ।
* ସେରାମିକ୍ ବାସନ ରେ ରାସାୟନିକ ପଦାର୍ଥ ନଥାଏ –
ଆଜିକାଲି ସେରାମିକ ବାସନ ଖୁବ୍ ଅଧିକ ବ୍ୟବହାର ହେଉଛି । କୁହାଯାଉଛି ଯେ ଏହାକୁ ଚିନି ମାଟିରେ ପ୍ରସ୍ତୁତ କରାଯାଇ ଥାଏ । ଏହି ମାଟିରେ ବାସନ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ସମୟ ଧରି ଉଚ୍ଚ ତାପ ମାତ୍ରାରେ ଗରମ୍ କରାଯାଇ ଥାଏ । ଆପଣ ମଧ୍ୟ ଏହି ବାସନାରେ ଭୋଜନ କରିପାରେ ଏହା ଆପଣଙ୍କ ଭୋଜନକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖିବ ।
* ମେଟାବୋଲିଯିମ୍ ଦୃତ କରିଥାଏ ତମ୍ବା ବାସନ –
କୁହାଯାଏ ଯେ ତାମ୍ବାର ସମ୍ପର୍କ ସୂର୍ଯ୍ୟ ଓ ଅଗ୍ନିଙ୍କ ସହିତ ରହିଛି । ତମ୍ବା ବାସନରେ ଖାଇବା ଦ୍ବାରା ଓଜନ ହ୍ରାସ ହୁଏ , ମେଟା ବୋଲିଯିମ ବଢ଼ିଥାଏ , ହେମୋଗ୍ଲୋବିନ ଠିକ୍ ରୁହେ , ପାଚନ ଶକ୍ତି ବଢ଼ିଥାଏ , ବ୍ଲଡ଼ ପ୍ରେସର୍ ସନ୍ତୁଳିତ ରୁହେ , ହୃଦ ରୋଗରୁ ଆରାମ ମିଳେ ।
* ରୂପା ପାତ୍ରରେ ଖାଦ୍ୟ ଖାଇଲେ ମିଳେ ଲାଭ –
ରୂପା ପାତ୍ରରେ କିଛି ଏପରି ତତ୍ତ୍ଵ ରହିଥାଏ ଯାହା ଆପଣଙ୍କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ । ରୂପା ପାତ୍ରରେ ଥିବା ଅର୍କ ଯାହା ଆପଣଙ୍କ ମସ୍ତିଷ୍କର ଶକ୍ତି ବଢାଇ ଥାଏ ।
* କଦଳୀ ପତ୍ରରେ ଖାଦ୍ୟ ଖାଇବା ର ଲାଭ –
କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ବାରା ଶରୀର କୁ ଅନେକ ପୋଷାକ ତତ୍ତ୍ଵ ପ୍ରାକୃତିକ ଉପାୟରେ ମିଳିଥାଏ । ସେଥିରେ ଥିବା ଆଇରନ , କ୍ୟାଲସିୟମ ସିଧାସଳଖ ଆପଣଙ୍କ ଖାଦ୍ୟରେ ମିଶିଥାଏ ଓ ଶରୀରକୁ ସୁସ୍ଥ ରଖେ ।
* ସ୍ୱର୍ଣ୍ଣ ପାତ୍ରରେ ଖାଦ୍ୟ ଖାଇବା ର ଲାଭ – ସୁନା ପାତ୍ରରେ ଖାଦ୍ୟ ଖାଇଲେ ମସ୍ତିଷ୍କର ସ୍ମୃତି ଶକ୍ତି ବଢ଼ିଥାଏ ଓ ମସ୍ତିଷ୍କ କୁ ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ ।

Comments are closed.