ର।, ଉଦୟଗିରି (ମନୋଜ ପାଢୀ)- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଖାରିଗୁଡ଼ା-ନଳାଘାଟ ବୁଲାଣି ନିକଟ ବାଲିବନ୍ଧଠାରେ ୧୧୦୯ ଟ୍ରକ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ମୃତ, ଜଣେ ଗୁରୁତର । ଘଟଣାରୁ ପ୍ରକାଶ ମୋହନା ବ୍ଳକ ଅନ୍ତର୍ଗତ କେଚାପଙ୍କା ଗ୍ରାମର ମିଥାଇଲ ଶବର (୧୮) ନିଜ ଜୋଇଁ ଘର ଚୁଡଙ୍ଗପୁର ପଞ୍ଚାୟତ ଅଧିନ ସିଆଳିଲଟି ଗ୍ରାମକୁ ଯାଇଥିଲେ।ସେଠାରୁ ନିଜ ସଂପକୀୟ ଭାଇ ସଂଜବ ଦଳବେହେରା(୨୫)ଙ୍କ ସହ ନିଜ ବାଇକ ନଂ-ଓଡି ଠ୭ ଏଫ ୯୩୦୩ ଯୋଗେ ସଂଜବର ଶଶୁର ଘର ଗୁଞ୍ଜୁରିପଦରକୁ ଯାଇ ନିଜ ଗ୍ରାମକୁ ଫେରୁଥିବାବେଳେ ଖାରିଗୁଡା ନଳାଘାଟ ଜାତୀୟ ରାଜପଥ ୩୨୬ ବୁଲାଣି ବାଲିବନ୍ଧ ନିକଟରେ ଅପରପାର୍ଶ୍ଵ ବ୍ରହ୍ମପୁର ଠାରୁ ରାୟଗଡା ଅଭିମୁଖେ ଯାଉଥିବା ୧୧୦୯ ଟ୍ରକ ନଂ-ଓଡିଠ୭ଏଲ ୬୧୭୦ ଗାତି ଚାଳକର ପଛପାର୍ଶ୍ଵ ଚକାକୁ ଯାଇ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ସଂଜବର ମୃତ୍ୟୁ ଘଟିଥିଲା। ଖବର ଶୁଣି ଗ୍ରାମବାସୀ ୧୦୮କୁ ଫୋନ କରି ଗୁରୁତର ଅବସ୍ଥାରେ ଥିବା ମିଥାଇଲଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତାଙ୍କ ଡାହାଣ ପାର୍ଶ୍ଵ ଗୋଡଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଅଡବା ଥାନା ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ପହଞ୍ଚି ଶବକୁ ଜବତ କରି ଥାନା କେଶ ନଂ-୮୨/୨୧ରେ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛନ୍ତି। ଅପରପକ୍ଷେ ଟ୍ରକ ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଏସଆଇ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ମୃତ ସଂଜବଙ୍କର ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ସ୍ତ୍ରୀ ପ୍ରଜନୀ ଦଳବେହେରା ଓ ଦୁଇ ବର୍ଷର ଏକମାତ୍ର ଝିଅକୁ ସରକାରୀ ସହାୟତା ନିମନ୍ତେ ଅଞ୍ଚଳବାସୀ ଜିଲ୍ଲା ପ୍ରସାଶନ ନିଜଟରେ ନିବେଦନ କରିଛନ୍ତି।
Comments are closed.