Odisha news

ଶିକ୍ଷା ଓ କ୍ୟାରିଅର ରେ ବାଧା ଆଣିଥାଏ ଏହିସବୁ ଅଭ୍ୟାସ : ଆସନ୍ତୁ ଜାଣିବା ସେଗୁଡି଼କ କଣ

ଗୀତାର ଉପଦେଶ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି ଶ୍ରେଷ୍ଠ ଗୁଣକୁ ଆପଣାଇ ଥିବା ବ୍ୟକ୍ତି ସବୁବେଳେ ଖୁସିରେ ରୁହେ । ଏଭଳି ବ୍ୟକ୍ତି ସବୁ ପ୍ରକାର ଖୁସି ପାଇଥାଏ । ସେଥିପାଇଁ ସବୁବେଳେ ଭଲ ଗୁଣକୁ ଆପଣାଇବା ଆବଶ୍ୟକ ।
ଖରାପ୍ ଅଭ୍ୟାସ ବ୍ୟକ୍ତି ର ଜୀବନ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ । ଯାହା ତାହାର କ୍ୟାରିଅର କୁ ପ୍ରଭାବିତ କରିଥାଏ । ଖରାପ୍ ଅଭ୍ୟାସ ବିଶେଷ ଭାବରେ ଜୀବନକୁ ନଷ୍ଟ କରି ଦେଇଥାଏ ।
ଆସନ୍ତୁ ଜାଣିବା ସେହି ଖରାପ୍ ଅଭ୍ୟାସ ଗୁଡ଼ିକ କଣ –
* ଆଳସ୍ୟ – ବିଦ୍ୱାନ ମାନଙ୍କ ମତରେ ପରିଶ୍ରମୀ ବ୍ୟକ୍ତିକୁ ଆଳସ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ଆଳସ୍ୟ ସଫଳତା ରେ ବାଧକ ସାଜି ଥାଏ । ଆଳସ୍ୟ ବ୍ୟକ୍ତି ତାର କର୍ତ୍ତବ୍ୟରେ ଅବହେଳା କରିଥାଏ । ଯେଉଁ କାରଣରୁ ତାର ପ୍ରତିଦ୍ବନ୍ଦୀ ଆଗକୁ ଚାଲି ଯାଆନ୍ତି ଓ ସେ ପଛରେ ପଡ଼ି ରୁହେ ।
* ସମୟ ନଷ୍ଟ କରିବା – ସମୟ ନଷ୍ଟ କରିବା ଆଦୌ ଭଲ ଅଭ୍ୟାସ ନୁହେଁ । ସମୟର ସଦୁପଯୋଗ କରିବା ଉଚିତ୍ । ଶିକ୍ଷା ଓ କ୍ୟାରିୟର ନିର୍ମାଣ ପାଇଁ ସମୟର ମୂଲ୍ୟକୁ ବୁଝିବା ଉଚିତ୍ ଓ ତାର ବ୍ୟବହାର କରିବା ଆବଶ୍ୟକ ।
* ନିଶା ସେବନ – ବିଦ୍ୱାନ ମାନେ କହିଛନ୍ତି ଯେ ଶିକ୍ଷାବିତ୍ ନିଶା ସେବନ କରିବା ଉଚିତ୍ ନୁହେଁ । ଏହା ସବୁଠୁ ଖରାପ୍ ଅଭ୍ୟାସ ଅଟେ । ଯୁବା ବସ୍ଥାରେ ସମସ୍ତେ ପ୍ରାୟ ଖରାପ୍ ଅଭ୍ୟାସ ଆଡ଼କୁ ଆକର୍ଷିତ ହୋଇ ଥାଆନ୍ତି । ନିଶା ସେବନ ଉଭୟ ସ୍ବାସ୍ଥ୍ୟ ଓ ମସ୍ତିଷ୍କ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ । ଏହା କ୍ୟାରିଅର ଓ ଶିକ୍ଷା ଉପରେ ଖୁବ୍ ଖରାପ ପ୍ରଭାବ ପକାଇ ଥାଏ ।

Comments are closed.