ବାଲିପାଟଣା ୦୧/୦୮ : ବାଲିପାଟଣାରୁ ଛେଲିମେଣ୍ଢା ଚୋରି ଥମିବାକୁ ନାଁ ଧରୁନି।ଯାହାଫଳରେ କମିଶନରେଟ ପୋଲିସ ଅଧିନ ବାଲିପାଟଣା ଥାନା ଏବେ ଚୋରଙ୍କ ଚରା ଭୂଇଁ ପାଲଟିଛି।ଦୁଇ ବର୍ଷ ମଧ୍ୟରେ ବାଲିପାଟଣା ଅଞ୍ଚଳରୁ ୮୦୦ରୁ ଉର୍ଦ୍ଧ ଛେଳିମେଣ୍ଢା ଚୋରୀ ଯାଇଛି, ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ।ଏସବୁ ପଛରେ ଏକ ବିରାଟ ଗ୍ୟାଙ୍ଗ କାମ କରୁଥିବା କଥା ସାଧାରଣରେ ଆଲୋଚନା ହେଉଥିଲା।ଆଜି ଚାରିଜଣ ମେଣ୍ଢି ଚୋରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କାବୁ କରିବାପରେ, ଛେଳି ମେଣ୍ଢା ଚାଷୀଙ୍କ ଭିତରେ ଖୁସିର ଖେଳିଯାଇଛି।ଯାହାହେଉ ଏତେ ଦିନପରେ ରାତ୍ରି ପେଟ୍ରୋଲିଂ କରିବାର ସୁଫଳ ମିଳିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ, ଶନିବାର ରାତି ୨.୩୦ ମିନିଟରେ ପିସିଆର ହାବିଲଦାର ଏଚ, କେ, ବଡ଼ଜେନା ଓ ତାଙ୍କ ଟିମ ବନମାଲିପୁର ଅଞ୍ଚଳରୁ ପେଟ୍ରୋଲିଂ କରି ଫେରିବା ସମୟରେ, ନୂଆସାହି କେନାଲ ବ୍ରିଜ ନିକଟରେ ଏକ ଗାଡି ଦଣ୍ଡାସାହି ପଟରୁ ଆସୁଥିବାର ଦେଖି ସମସ୍ତେ ଅଟକି ଥିଲେ।ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ, ସେ ଗାଡି ଖସିଯିବାକୁ ଚେଷ୍ଟାକରିଥିଲା।କିନ୍ତୁ ପିସିଆର ଡ୍ରାଇଭର ମାନସ ରଞ୍ଜନ ଜେନା ଗାଡିକୁ ଦ୍ରୁତଗତିରେ ନେଇ ଖସି ଯାଉଥିବା କାର ସମ୍ମୁଖରେ ରଖିଦେଇଥିଲେ।ଫଳରେ ଗାଡିଟି ସେହି ଠାରେ ଅଟକି ରହିଥିଲା।
ଉକ୍ତ ହୁଣ୍ଡାଇ ସାଇନି କାର ନମ୍ବର ଓଆର-୧୯ବି-୧୯୭୧,ରେ ଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଗାଡିରୁ ଡେଇଁ ଚମ୍ପଟ ମାରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଓ ମୁହଁରେ ପଟିବନ୍ଧା ଅବସ୍ଥାରେ ତିନୋଟି ମେଣ୍ଢାକୁ ପୋଲିସ ଜବତ କରିଥିଲେ।ଯୁବକ ଦ୍ବୟ ହେଲେ ନିଆଳି ଥାନା ଅଞ୍ଚଳର ବାପି ଭୋଇ ଓ ଆମେଣାକୂଦ ପଞ୍ଚାୟତର ସୁଜିତ ବିଶ୍ୱାଳ। ଜବତ କାରଟି ପ୍ରଶାନ୍ତ କୁମାର ସଡଙ୍ଗୀଙ୍କ ନାମରେ ରହିଛି।ସେମାନଙ୍କୁ ଥାନାକୁ ଆଣି ଅଧିକ ତଥ୍ୟ ପାଇଁ ପଚରା ଉଚରା ଜାରିରଖିଛି।ଦୁଇ ବର୍ଷ ହେବ ଯେତେ ଛେଳି ମେଣ୍ଢା ଚୋରୀ ଯାଇଛି, ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବାର ସନ୍ଧେହ ପ୍ରକାଶ ପାଉଛି।
Comments are closed.