ଦେଙ୍କିକୋଟ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ବ୍ଲକ୍ ରାସୋଳ ପଞ୍ଚାୟତ ଅନ୍ତର୍ଗତ ଖସାପଦା ଗ୍ରାମରେ ଘଟିଯାଇଛି ଏକ ଦୁଖଦାୟକ ଘଟଣା. ଜ୍ୱାଇଁ ଖୁସୀ ରେ ନିଜ ସ୍ତ୍ରୀ ସହିତ ବୁଲିବାକୁ ଆସିଥିଲା ଶଶୁର ଘରକୁ. ହେଲେ ନିଜର ଅମାନୁଷିକ କାମପାଇଁ ବିଚାରା ଜ୍ୱାଇଁ ଜେଲ୍ ଗଲେ. ତେବେ ଖବର୍ ନେବାରୁ ଜଣାଯାଏ ଧନୁ ମୁଣ୍ଡା ନିଜ ସ୍ତ୍ରୀ ପୁଚୁକି ସହିତ ବୁଲିବାକୁ ଶଶୁର ଘରକୁ ଆସିଥିଲେ. ସେଠାରେ କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା. ଏଥିରେ ଶଳା ବୁଧୁ ମୁଣ୍ଡା ବିରୋଧ କରିଥିଲେ. ତେବେ ଭିଣେଇଁ ରାଗରେ ମ୍ରିୟମାଣ ହୋଇ ଚୁଲିରେ ବସିଥିବା ଗରମ ପାଣିକୁ ଆଣି ଶଳା ଦେହରେ ଢାଳି ଦେଇଥିଲେ. ଯଦ୍ୱାରା ଶଳା ର ଅଧାରୁ ଅଧିକ ଶରୀର ଚମଡା ଛାଡି ଯାଇଥିଲା. ତାକୁ କେନ୍ଦୁଝର ଏବଂ ପରେ କଟକ ବଡମେଡିକାଲ୍ କୁ ନିଆଯାଇଛି. ତେବେ ପରେ ପରିବାର ଲୋକ ମାନଂକ ଏତାଲାକୁ ଭିତିକରି ଦୈତାରୀ ଥାନା ଅଧୀକାରୀ କେସ ନମ୍ବର୍ 54/21 ଆଧାରରେ ଭିଣେଇଁ ଧନୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି. ଶଳା ଗୁରୁତ୍ୱର ଅବସ୍ତା କଟକ ବଡ ମେଡିକାଲ୍ ରେ ଚିକିସ୍ଥିତ ହେଉଛନ୍ତି.
Comments are closed.