Odisha news

ଖୋଲିଲା ସୂର୍ଯ୍ୟମନ୍ଦିର : ଅନଲାଇନ ଟିକେଟ ରେ ହେବ ପ୍ରବେଶ

ଶନିବାର ରବିବାର ବନ୍ଦ ରହିବ ସୂର୍ଯ୍ୟମନ୍ଦିର, ବିନା ମାସ୍କ ରେ ପ୍ରବେଶ ନିଷେଧ

କୋଣାର୍କ,୧/୮:ମହାମାରୀ କରୋନା ର ଦ୍ୱିତୀୟ ଲହର ପାଇଁ ଗତ ମାର୍ଚ୍ଚ ମାସରୁ ପର୍ଯ୍ୟଟକଙ୍କ ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ଦିନ ହେବ ବନ୍ଦ ରହିଥିଲା କୋଣାର୍କ ସୂର୍ଯ୍ୟମନ୍ଦିର ।ସୂର୍ଯ୍ୟମନ୍ଦିର ବନ୍ଦ ରହିବା ଫଳରେ ସରକାରଙ୍କ ପ୍ରତ୍ୟେହ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ବ୍ୟବସାୟୀ ମାନଙ୍କ ଭାତହାଣ୍ଡି ଉପରେ ସିଧାସଲଖ ଭାବେ କରୋନା ପାହାର ପଡିଥିବା ଦେଖାଯାଇଛି ।

ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରନା କଟକଣା କୋହଳ କରାଯିବା କୁବନେଇ ଘୋଷଣା ହେବାପରେ କୋଣାର୍କ  ସୂର୍ଯ୍ୟ ମନ୍ଦିର ପୁର୍ନବାର ପର୍ଯ୍ୟଟକଙ୍‌କ ଲାଗି ଖୋଲାଯିବା ପାଇଁ ଏଏସଆଇ ର ଉଛଅଧିକାରୀ ଙ୍କ ନିର୍ଦେଶ କ୍ରମେ ସୋମବାର ପୂର୍ବପରି କରନା କଟକଣା କୁ ମାନି ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ପାଇଁ ନିଷ୍ପତ୍ତି ହୋଇଥିବା ସ୍ଥାନୀୟ  ଏଏସଆଇ ଅଧିକାରୀ ଶ୍ରୀ ନିରୋଜ ସିଂ ସୁଚନ ଦେଇଛନ୍ତି।

ମାତ୍ର ସ୍ଥାନୀୟ ଫୋଟୋ ଗ୍ରାଫର ଓ ଗାଇଡ଼ି ଓ ମାଳି ବତାବସାୟୀ ଙ୍କୁ ଏବେ ସାମୟିକ ଭାବେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଜଣାପଡିଛି । ମନ୍ଦିର ଖୋଲିବା ପରେ  ମହାମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏହି କ୍ରମରେ ମନ୍ଦିର ର ମୁଖ୍ୟ ପ୍ରବେଶ ପଥରେ ପର୍ଯ୍ୟଟକ ମାନେ ଯେଭଳି ଭାବେ ସାମାଜିକ ଦୁରତାକୁ କଡ଼ାକଡ଼ି ପାଳନ କରିବେ ସେ ନେଇ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବାଧିନ ଏଏସଆଇ କର୍ତୁପକ୍ଷଙ୍କ ପକ୍ଷରୁ ପର୍ଯ୍ୟଟକ ମାନେ ପରସ୍ପର ଠାରୁ ଯେଭଳି ନିରାପଦ ଦୁରତାରେ ରହିପାରିବେ ସେ ନେଇ ବୃତ୍ତାକାର ଚିହ୍ନ ଦିଆଯାଇଛି ।ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଏକ ସମୟରେ ପଚାଶ ଜଣ ପର୍ଯ୍ୟଟକ ସାମାଜିକ ଦୁରତା ପାଳନ କରି ପରସ୍ପରଠାରୁ ନିରାପଦ ଦୁରତାରେ ରହିବା ଭଳି ଗୋଲେଇ  ଚିହ୍ନ ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟକି ,ମହାମାରୀ କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକଙ୍କ ପ୍ରବେଶଉପରେ ସର୍ତ୍ତାବଳୀ ଲାଗୁ କରାଯାଇଛି ।ଏକକାଳୀନ ଗୋଟିଏ ଦିନରେ ସର୍ବାଧିକ ଦୁଇହଜାର ପର୍ଯ୍ୟଟକ ଅନଲାଇନ ରେ ଟିକେଟ କାଟି ମନ୍ଦିର ବୁଲି ପାରିବେ ବୋଲି ଜଣାପଡ଼ିଛି । ଯେଉଁ ପର୍ଯ୍ୟଟକ ମାନେ ଅନଲାଇନ ଟିକେଟ କରିଥିବେ ସେମାନେ ହିଁ କେବଳ ମନ୍ଦିର ବୁଲିପାରିବେ ।ଅନଲାଇନରେ ଟିକେଟ କରିଥିବା ପର୍ଯ୍ୟଟକ ମାନେ ମନ୍ଦିର ପ୍ରବେଶ ସମୟରେ ଯଦି ପ୍ରବେଶ ପଥରେ ଲାଗିଥିବା ଅତ୍ୟାଧୁନିକ ଟର୍ଣ୍ଣଷ୍ଟାଇଲ ଗେଟରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଏ ତେବେ ସେମାନଙ୍କୁ କାଗଜ ଟିକେଟରେ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯିବ ।ଯେଉଁମାନେ ମାସ୍କ ପରିଧାନ କରିନଥିବେ ସେମାନେ ସୂର୍ଯ୍ୟମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି ।

ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକ ମାନେ ମୁଖ୍ୟ ପ୍ରବେଶ ପଥରେ ସାନିଟାଇଜର ବ୍ୟବହାର କରିବେ ଓ ଫେରିବା ସମୟରେ ମଧ୍ୟ ସାନିଟାଇଜର ବ୍ୟବହାର ବାଧ୍ୟତା ମୂଳକ ବୋଲି ଜଣାପଡ଼ିଛି ।ସୂର୍ଯ୍ୟମନ୍ଦିର ଖୋଲାଯିବା ସଂପର୍କରେ ସୂଚନା ମିଳିବା ପରେ ବ୍ୟବସାୟୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.