ତାଳଚେର,୦୧/୦୮ ଜୈନିକ ବିଶିଷ୍ଟ ବ୍ୟକ୍ତିଙ୍କ ଘର ସମ୍ମୁଖରେ ରାସ୍ତା ଉପରେ ଗାଣ୍ଡୁଏ ଦୁଇଗାଣ୍ଡୁଆ ନୁହେଁ ଏକ ଟ୍ରିପ୍ ଅଳିଆ ଦୁଇଦିନ ବ୍ୟାପି ପୌରପରିଷଦ ପକ୍ଷରୁ ଗଦାଯାଇଥିଲେ ହେଁ ଏହାକୁ ନେଇ ପୌରଅଧିକରିଣୀଙ୍କୁ ଅଭିଯୋଗ ପରେ ଅଭିଯୋଗ କରିବା ସହ କେତେକ ଗଣମାଧ୍ୟମରେ ଏହା ପ୍ରକାଶ ପାଇବାପରେ ନିଦାବିଷ୍ଣୁ ସାଜିଛନ୍ତି ତାଳଚେର ପୌରଅଧିକାରିଣୀ । ତାଳଚେର ପୌରପରିଷଦ ଅନ୍ତର୍ଗତ ୱାର୍ଡ଼-୧ର ବୀରବରପଲ୍ଲୀ ସ୍ଥିତ ସ୍ୱର୍ଗତ ବରିଷ୍ଠ ଆଇନ୍ଜୀବୀ ବଂଶୀଧର ସିଂହଙ୍କ ଘର ଫାଟକ ସାମ୍ନାରେ ପୌରପରିଷଦ ପକ୍ଷରୁ ଏକ ଟ୍ରିପ୍ ଅଳିଆ ଆବର୍ଜନା ପକାଇ ଗାଡ଼ିଟି ଚାଲିଯାଇଥିଲା ବୋଲି ଅଂଚଳବାସୀ ଅଭିଯୋଗ କରିଥିଲେ । ଏହାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ତାଳଚେର ପୌପରିଷଦର ଏ କି ଅମାନବୀୟ କାର୍ଯ୍ୟ ବୋଲି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଳିଆ ଆବର୍ଜନା ରାସ୍ତା ଉପରେ ଗଦା ହୋଇଥିବାରୁ ଏହାର ଉତ୍କଟ ଦୁର୍ଗନ୍ଧରେ ସିଂହଙ୍କ ପରିବାର ସମେତ ସେହି ବସ୍ତି ଅଂଚଳ ଓ ଉକ୍ତ ରାସ୍ତାରେ ଦେଇଯାଉଥିବା ବାଟୋଇଙ୍କ ଦୁର୍ଗନ୍ଧରେ ନାକଫାଟିପଡ଼ୁଛି । ତତ୍ ସହିତ ଏହି ଆବର୍ଜନା ପବନରେ ଉଡ଼ି ସେହି ଅଂଚଳର ପରିବଶେକୁ ଦୂଷିତ କରିପକାଇଛି । ଏସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସ୍ୱର୍ଗତ ସିଂହଙ୍କ ଝିଅ ଜ୍ୱାଇଁ ଏବଂ ବସ୍ତି ଅଂଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏଥିପ୍ରତି ପୌରପରିଷଦ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟ ଜନକ ବିସଷୟ ହୋଇଛି ।
Comments are closed.