Odisha news

ବୋରିଗୁମ୍ମା ବ୍ଳକ ରେ ୧୨୮୦ ମାଈ ବାଛୁରୀ କୁ ଟୀକାକରଣ

ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଳକ ରେ କେଵଳ ୧୨୮୦ ମାଈ ବାଛୁରୀ କୁ ବୃସେଲା ଟୀକାକରଣ କରାଯାଇଥିବା ସୂଚନା ଦେଇଛନ୍ତି ପ୍ରାଣୀ ଚିକିତ୍ସକ ଡ଼.ଦେବାଶିଷ କର।ସାରା ରାଜ୍ୟରେ ସରକାର ଙ୍କ ଏନ ଏ ଡ଼ି ସି ପି କାର୍ଯ୍ୟକ୍ରମ ରେ ବୃସେଲା ଟୀକାକରଣ କରାଯାଇଛି। ଯେଉଁ ମାଈ ବାଛୁରୀ ର ବୟସ ୪ ରୁ ୮ ମାସ ମଧ୍ୟରେ ରହିଛି, ସେହି ମାଈ ବାଛୁରୀ ମାନଙ୍କୁ ବୃସେଲା ଟୀକା ସମ୍ପୁର୍ଣ୍ଣ ମାଗଣାରେ  ପ୍ରଦାନ କରାଯାଇଥାଏ। ଏହି ଟୀକାକରଣ ଦ୍ୱାରା ବାଛୁରୀ ତାର ପରିଣତ ବୟସ ରେ ମାତୃତ୍ୱ ହେଲେ ଗର୍ଭପାତ ହୁଏ ନାହିଁ। ଏହା ଏକ ଜୁନେଟିକ ରୋଗ।ଏହି ରୋଗ ହେଲେ ଗାଇ ମାନେ ମାତୃତ୍ୱ ବେଳେ ଅସୁବିଧା ହୋଇଥାଏ। ବୃସେଲା ରୋଗ ଗାଇ ମାନଙ୍କୁ ହେବା ଦ୍ୱାରା ମଣିଷ କୁ ବ୍ୟାପିବା ବହୁ ସମ୍ଭାବନା ରହିଛି।ବୋରିଗୁମ୍ମା ବ୍ଳକ ର ୧୭ ଗୋଟି ଏଲ ଆଇ କେନ୍ଦ୍ର ରେ ବୃସେଲା ଟୀକାକରଣ ଚାଲିଛି ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସକ ଡ଼.କର। ପ୍ରକାଶ ଥାଉ କି ବୋରିଗୁମ୍ମା ବ୍ଳକ ରେ ୩୭ ହଜାର ଗାଇ ଗୋରୁ ଅଛନ୍ତି। ସେହି ଅନୁପାତ ରେ ମାଈ ବାଛୁରୀ ମଧ୍ୟ ରହିଛି।

Comments are closed.