Odisha news

କର୍କଟ ରୋଗରେ ଆକ୍ରାନ୍ତ ଝିଅ ଭବାନୀ ପାଇଁ ସହାୟତା ନିବେଦନ

ନର୍ଲା(ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମର ଶତ୍ରୁଘ୍ନ ଦୀପଙ୍କର ଝିଅ ଭବାନୀ ଦୀପ( ୧୯) କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଭାବନୀ ମ.ରାମପୁର କଲେଜର ଯୁକ୍ତ ତିନି ବର୍ଷର ଛାତ୍ରୀ ଥିବା ବେଳେ କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଏବେ ପାଠପଢ଼ା ଏକ ପ୍ରକାର ଠପ୍ ହୋଇଯାଇଛି। ଏଣେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଇ ପାରୁ ନ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ବାପା ଶତ୍ରୁଘ୍ନ ଘରର ଏକମାତ୍ର ଏକ ଏକର ଜମିକୁ ବନ୍ଧକ ଦେଲା ପରେ ଘରର ସମସ୍ତ ସୁନା ଗହଣା ଓ ବାସନକୁସନ ବିକ୍ରି କରି ଝିଅର ଚିକିତ୍ସା ପାଇଁ ସର୍ବସ୍ବାନ୍ତ ହୋଇଥିବା ଜଣାଇଛନ୍ତି। ପ୍ରଥମେ ବିଷମକଟକ ପରେ ବ୍ରହ୍ମପୁର ମେଡିକାଲ ଓ ଏବେ ରାୟପୁର ସ୍ଥିତ ଏମ୍ସ ହସ୍ପିଟାଲରେ ଝିଅକୁ ଭର୍ତ୍ତି କରି ଝିଅର ଚିକିତ୍ସା ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି।

Comments are closed.