ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ : ରାଜ୍ୟକୁ ଅଧିକ ଟିକା ଏବଂ ଔଷଧ ଦିଆଯିବା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଏହି ବୈଠକ ଚାଲିଥିବାବେଳେ ମୁଖ୍ୟତଃ କୋଭିଡ ଟିକା ଯୋଗାଣକୁ ନେଇ ମମତା ମୋଦୀଙ୍କ ପାଖରେ ଦାବି ଜଣାଇଛନ୍ତି |
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ କରୋନା ବାବଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛି। କିଭଳି ରାଜ୍ୟକୁ ଅଧିକ ଟିକା ଏବଂ ଔଷଧ ଦିଆଯିବ ସେ ବାବଦରେ ଆଲୋଚନା କରିଛି |
ଜନସଂଖ୍ୟା ଦୃଷ୍ଟିରୁ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟ ତୁଳନାରେ କମ୍ ଟିକା ପାଇଛି। ତେଣୁ ତୃତୀୟ ତରଙ୍ଗ ପୂର୍ବରୁ ସମସ୍ତଙ୍କୁ ଟିକା ଦରକାର ହେଉଥିବାରୁ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛି | ସେହିପରି ପେଗାସସ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡ଼ାକିବା ସହିତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ମମତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି |
Comments are closed.