ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ୍ ବ୍ୟକ୍ତିଙ୍କ ଜନ୍ମ ଗୋଟିଏ ନିର୍ଦ୍ଧିଷ୍ଟ ମାସ , ତାରିଖ ଓ ବର୍ଷ ଅନୁସାରେ ହୋଇଥାଏ । ସବୁ ମାସ ଓ ତାରିଖର କିଛିଟା ବିଶେଷତ୍ଵ ରହିଛି । ଯାହା ଅନୁସାରେ ଆମେ ଜାଣିପାରୁ ଯେ ତାର ପ୍ରକୃତି , ବ୍ୟବହାର ଓ ସ୍ଵଭାବ ଇତ୍ୟାଦି ।
ଯେଉଁ ବ୍ୟକ୍ତି ଙ୍କ ଜନ୍ମ ଜୁଲାଇ ମାସରେ ହୋଇଥାଏ ସେମାନଙ୍କ ସ୍ଵଭାବ କିପରି ହୋଇଥାଏ ଆସନ୍ତୁ ଜାଣିବା –
– ଏହି ମାସରେ ଜନ୍ମ ବ୍ୟକ୍ତିଙ୍କ ସ୍ଵଭାବ ଖୁବ୍ ମଜାଳିଆ ହୋଇଥାଏ । କିନ୍ତୁ ଏମାନଙ୍କ ମୁଡ ର କୌଣସି ଭରସା ନଥାଏ । ଏମାନେ କେଉଁ ସମୟରେ କଣ କରିବେ କିଛି ଜାଣି ହୁଏ ନାହିଁ ।
– ଏହି ମାସରେ ଜନ୍ମ ବ୍ୟକ୍ତିମାନେ ଅନ୍ୟ ମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଭଲ ପାଇ ଥାଆନ୍ତି । ଅନ୍ୟ ମାନେ ତାଙ୍କୁ ଗୁରୁତ୍ଵ ଦେବା ତାଙ୍କୁ ଖୁବ୍ ଭଲ ଲାଗି ଥାଏ ।
– ଜୁଲାଇ ମାସରେ ଜନ୍ମ ବ୍ୟକ୍ତି ମୁଡି ହୋଇଥିବା କାରଣରୁ ସେମାନେ କୌଣସି କ୍ରିଏଟିଭ କାମରେ ନିଜର କ୍ୟାରିଅର କରିବାକୁ ଚାହିଁ ଥାଆନ୍ତି । ଏମାନେ ନିଜର ସ୍କୁଲ ଶିକ୍ଷାରେ ବିଶେଷ ପାରଦର୍ଶିତା ନ ଦେଖାଇ ପାରିଲେ ମଧ୍ୟ ବିଚକ୍ଷଣ ବୁଦ୍ଧି ଦ୍ଵାରା ଉନ୍ନତି କରି ଥାଆନ୍ତି ।
– ଜୁଲାଇ ମାସରେ ଜନ୍ମ ବ୍ୟକ୍ତି ପ୍ରେମ କୁ ନେଇ ଟିକେ ସତର୍କ ରୁହନ୍ତି । କାହାରି ପ୍ରେମରେ ଶୀଘ୍ର ପଡନ୍ତି ନାହିଁ । କିନ୍ତୁ ଯାହା ପ୍ରେମରେ ପଡ଼ି ଥାଆନ୍ତି ତାକୁ ଜୀବନ ସାରା ଛାଡନ୍ତି ନାହିଁ ।
– ଏହି ମାସରେ ଜନ୍ମ ବ୍ୟକ୍ତି ମାନେ ପଇସା ମାମଲାରେ ସଂପୂର୍ଣ୍ଣ ନିଶ୍ଚିନ୍ତ ଅଟନ୍ତି । କେବେବି ପଇସା ପାଇଁ ଚିନ୍ତା କରନ୍ତି ନାହିଁ । ତାଙ୍କ ନିକଟରେ ଯେତେବଳେ ଯାହା ପଇସା ଥାଏ ବିନ୍ଦାସ ଭାବରେ ଖର୍ଚ୍ଚ କରନ୍ତି ।
– ଏହି ମାସରେ ଜନ୍ମିତ ବ୍ୟକ୍ତି ଅନ୍ୟ ମାନଙ୍କ ବିଷୟରେ ତଥ୍ୟ ରଖିବା ପାଇଁ ପସନ୍ଦ କରି ଥାଆନ୍ତି । ସବୁବେଳେ ଅନ୍ୟ ବିଷୟରେ ଜାଣିବାକୁ ଉତ୍ସୁକ ରୁହନ୍ତି ।
– ଜୁଲାଇ ମାସରେ ଜନ୍ମ ବ୍ୟକ୍ତି ଖୁବ୍ ଇମୋଷନାଲ୍ ହୋଇ ଥାଆନ୍ତି । ଅନ୍ୟ ମାନଙ୍କ ସହିତ କେବେବି କିଛି ଖରାପ୍ ହେବାକୁ ଦିଅନ୍ତି ନାହିଁ ।
Comments are closed.