ଶରୀର ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ପରିବେଶ ନିହାତି ଆବଶ୍ୟକ l ଆପଣ ନିଜ ଘରକୁ ସୁରକ୍ଷିତ ରଖିବା ପାଇଁ ସବୁଠୁ ଜରୁରୀ ଅଟେ ଆପଣ ନିଜ ଘର କୁ ସଫା ସୁତୁରା ରଖିବା ସହ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିବେ l ଗ୍ରୀଷ୍ମ ଋତୁରେ ଘରେ ଅଧିକ ଝିଟିପିଟି ଦେଖିବାକୁ ମିଳିଥାଏ l କିଛି ଲୋକ ଦେଖିକି ଡରି ଯାଇଥାନ୍ତି ଓ ଆଉ କିଛି ଲୋକ ଦେଖିକି ଅଣଦେଖା କରି ଦିଅନ୍ତି l କିନ୍ତୁ ଆପଣ ଜାଣି ରଖନ୍ତୁ ଝିଟିପିଟି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ l
କଣ ଅସୁବିଧା ହୋଇଥାଏ –
ଝିଟିପିଟିର ମଳ ଓ ଲାଳ ରେ ସାଲମୋନେଲା ନାମକ ଗୋଟିଏ ବ୍ୟାକ୍ଟେରିଆ ରହିଛି ,ଯେଉଁ କାରଣରୁ ଫୁଡ ପଏଜନିଙ୍ଗ ହୋଇଥାଏ l ଯଦି ଖାଦ୍ୟରେ ଝିଟିପିଟି ପଡ଼ିଯାଏ ଓ ଆପଣ ସେହି ଖାଦ୍ୟକୁ ଖାଇ ଥାଆନ୍ତି ତେବେ ଆପଣଙ୍କ ସ୍ଥିତି ଗମ୍ଭୀର ଜନକ ହୋଇଥାଏ l ତେଣୁ ଆସନ୍ତୁ ଆଜି ଜାଣିବା କିପରି ଘରୁ ଝିଟିପିଟିକୁ ଭଗେଇ ପାରିବା l
ଝିଟିପିଟି ଭଗେଇବା ପାଇଁ ଘରୋଇ ଉପାୟ –
* ଅଣ୍ଡା ଚୋପା ଗନ୍ଧ ଦ୍ୱାରା ଝିଟିପିଟି ପଳାଇ ଯାଇଥାଆନ୍ତି ,ତେଣୁ ଘରର କାନ୍ଥର କୌଣସି ଉଚ୍ଚ ସ୍ଥାନରେ ଅଣ୍ଡା ଚୋପାକୁ ଜରି ପୁରାଇ ଟାଙ୍ଗି ଦିଅନ୍ତୁ l ସେହି ଜାରିର କିଛି ଛୋଟ କଣା କରିଦିଅନ୍ତୁ l
* ଝିଟିପିଟିକୁ ଭଗେଇବା ପାଇଁ କଫି ପାଉଡର ଖୁବ ଉପଯୋଗୀ l ତେଣୁ ଆପଣ କଫି ଗୁଣ୍ଡରେ କିଛି ଖଇନି ମିଶାଇ ଝିଟିପିଟି ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ l ଦେଖିବେ ଝିଟିପିଟି ଆଉ ଆସିବେ ନାହିଁ l
* କୁହାଯାଏ ଯେ ମୟୁର ପୁଚ୍ଛ ଘରେ ରଖିବା ଦ୍ୱାରା ଝିଟିପିଟି ପଳେଇ ଯାଇଥାଏ l ଆପଣ ଏହାକୁ ବ୍ୟବହାର କରନ୍ତୁ l
* ଥଣ୍ଡା ପାଣି ଝିଟିପିଟି ଭଗେଇବାରେ ସାହାଯ୍ୟ କରିଥାଏ l ଯେତେବେଳେ ଆପଣଙ୍କୁ ଝିଟିପିଟି ଦେଖାଯାଏ ସେତେବେଳେ ଥଣ୍ଡା ପାଣି ତା ଉପରକୁ ପକାନ୍ତୁ l
* ଲଙ୍କାଗୁଣ୍ଡ ରେ ପାଣି ମିଶାଇ ସ୍ପ୍ରେ ସାହାଯ୍ୟରେ ଚାରିଆଡ ପକାନ୍ତୁ l ଦେଖିବେ କିଛିଦିନ ପରେ ଝିଟିପିଟି ଆଉ ଆପଣଙ୍କ ଘରେ ଦେଖା ଯିବେ ନାହିଁ l
Comments are closed.