Odisha news

ପୁର୍ଣିମା ସୂର୍ଯ୍ୟ ପୂଜା କରିବା ଦ୍ୱାରା ଚମକି ଉଠିବ ସନ୍ତାନଙ୍କ ଭାଗ୍ୟ ଓ ନିରୋଗୀ ରହିବେ

ଆଷାଢ଼ ମାସର ପୂର୍ଣ୍ଣିମାକୁ ଗୁରୁ ପୁର୍ଣିମା କୁହାଯାଏ l ଏହିଦିନ ମହର୍ଷି ବେଦବ୍ୟାସ ଜନ୍ମ ଗ୍ରହଣ କରିଥିଲେ l ଧର୍ମଶାସ୍ତ୍ରରେ ଗୁରୁ ପୁର୍ଣିମାର ଖୁବ ମହତ୍ୱ ରହିଛି , ଏହିଦିନଟି କୁ ଭାଗ୍ୟ ଉଦୟର ଦିନ କୁହାଯାଇଥାଏ l ଏହିଦିନ ଜୀବନରେ ଉନ୍ନତି , ସନ୍ତାନଙ୍କ ଉନ୍ନତି , ଶାରୀରିକ ଯନ୍ତ୍ରଣା ଦୂର ହୋଇଥାଏ ,କିନ୍ତୁ ସେଥିପାଇଁ ଆପଣଙ୍କୁ କିଛିଟା ଉପାୟ ଅବଲମ୍ବନ କରିବାକୁ ପଡିବ l ଏହିଦିନ ସୁଦ୍ଧା ମନରେ ଗୁରୁଙ୍କୁ ପୂଜା କରିବା ଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହୋଇଥାଏ l

* ଏହି ଉପାୟ ଦ୍ୱାରା ଭାଗ୍ୟ ଚମକି ଉଠିବ – ଯଦି କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଏହିଦିନ ତେବେ ବିଷ୍ଣୁଙ୍କ ପାଖରେ ଗୁଡ଼ ଭୋଗ ଲଗାଇ ଗାଈକୁ ଖାଇବାକୁ ଦେବା ଦ୍ୱାରା ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବା ସହିତ ଜୀବନର ଅସୁବିଧା ଦୂର ହୋଇଥାଏ l

* ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ – ଏହିଦିନ ବିଦ୍ୟାର୍ଥିମାନେ ଗୁରୁଙ୍କୁ ପୂଜା କରି ଭାଗବତ ଗୀତା ପାଠ କରିବା ଆବଶ୍ୟକ l ଯେ କୌଣସି ଅଧ୍ୟାୟର କିଛିଟା ଶ୍ଳୋକ ପାଠ କରିବା ଉଚିତ l ଯଦି ଏହା ଆପଣଙ୍କ ପକ୍ଷରେ ସମ୍ଭବ ନୁହେଁ ତେବେ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଧିବଦ୍ଧ ଭାବରେ ପୂଜା କରନ୍ତୁ ଓ ଗୋ ମାତାଙ୍କୁ ମଧ୍ୟ ପୂଜା କରନ୍ତୁ l  ଏପରି କରିବା ଦ୍ୱାରା ବିଦ୍ୟାର୍ଥୀ ମାନଙ୍କର ଉନ୍ନତି ହୋଇଥାଏ l

* କୁଣ୍ଡଳିରୁ ଦୋଷ କଟିବ – ଗୁରୁ ପୁର୍ଣିମା ଦିନ ନିଜ କୁଣ୍ଡଳିରୁ ଗୁରୁ ବୃହସ୍ପତିଙ୍କ ଦୋଷ କାଟିବା ପାଇଁ ବୃହସ୍ପତିଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ l ମାନ୍ୟତା ରହିଛି ଯେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଗୁରୁ ଦୋଷ ଅର୍ଥାତ ବୃହସ୍ପତି ଦୋଷ କଟିଥାଏ l

* ବିଗିଡି ଯାଇଥିବା କାମକୁ ସଜାଡି ଦିଏ ଏହି ଉପାୟ – ଗୁରୁ ପୁର୍ଣିମା ଦିନ ଶ୍ରୀହରିଙ୍କୁ ପୂଜା କରନ୍ତୁ କାର୍ଯ୍ୟରେ ସଫଳତା ମିଳିବ l ଘରର ମୁଖ୍ୟ ଦ୍ୱାରରେ ଘିଅ ଦ୍ବୀପ ଜଳାନ୍ତୁ ଓ ଦରିଦ୍ର ଭୋଜନ କରାନ୍ତୁ l ଯଦି ଆପ[ଅଂ ଏହିଦିନ ସୃଷ୍ଟିକୁ ଆଲୋକ ଦେଉଥିବା ସୂର୍ଯ୍ୟଦେବଙ୍କୁ ସତ ମନରେ ପୂଜା କରିବେ ତେବେ ବିଶେଷ କୃପା ଲାଭ ହେବ l ପରିବାର ରେ ସୌହାର୍ଦ୍ୟ ବଢିବା ସହିତ ହେବ ଉନ୍ନତି l ସୂର୍ଯ୍ୟ ପୂଜା କଲେ ସନ୍ତାନ ମାନଙ୍କ ଜୀବନରେ ବିଶେଷ ଫଳ ଲାଭ ହେବ ଓ ନିରୋଗୀ ରହିବେ l

Comments are closed.