Odisha news

ଏହି ଭଳି ସ୍ୱଭାବର ବ୍ୟକ୍ତିଙ୍କର ହୋଇ ନଥାଏ ପଇସାର ଅଭାବ ରହିଥାଏ ଈଶ୍ବରଙ୍କ ଆଶୀର୍ବାଦ

ଶାସ୍ତ୍ର ଅନୁସାରେ ଆମ ଦୈନନ୍ଦିନ ଜୀବନରେ ଶାସ୍ତ୍ରର ଖୁବ୍ ପ୍ରଭାବ ରହିଛି । ଆମେ ନିଜ ଜୀବନକୁ ସଠିକ୍ ରାସ୍ତାରେ ନେବା ପାଇଁ ଗୋଟିଏ ନୀତି ମାର୍ଗ ଆପଣାଇ ଥାଉ । ତେବେ ଦେଖିବାକୁ ଗଲେ ଅର୍ଥର ଅଭାବ ଜୀବନର ସବୁଠୁ ବଡ଼ ଅଭାବ । କିନ୍ତୁ ଆମ ମାନଙ୍କର କିଛିଟା ନିଜସ୍ଵ ସ୍ଵଭାବ ଏହାକୁ ଦୁର କରି ପାରିବ ।
ଯେପରି କଥାରେ ଅଛି ଆଚାରେ ବସତେ ଲକ୍ଷ୍ମୀ ଏହାର ଅର୍ଥ ମଣିଷ ର ସ୍ୱଭାବରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଗୋଟିଏ ପୁରୁଷ ମଧ୍ୟରେ କିଛିଟା ଗୁଣ ତାକୁ ଧନବାନ୍ କରିଥାଏ ।
* ଯେଉଁ ବ୍ୟକ୍ତି ନିଜ ଜୀବନରେ ପରିଶ୍ରମୀ ହୋଇଥାଏ ସେ କଦାପି କେବେ ଅର୍ଥ ଅଭାବରେ ରୁହେ ନାହିଁ । କାରଣ ପରିଶ୍ରମୀ ବ୍ୟକ୍ତିର ଗୋଟିଏ ଲକ୍ଷ୍ୟ ଥାଏ ନିଜ କର୍ମରେ ସଫଳ ହେବା ଏବଂ ସଫଳତା ଲାଭ କରି ଜୀବନରେ ଆଗକୁ ବଢିବା । ମାତା ଲକ୍ଷ୍ମୀ ମଧ୍ୟ ପରିଶ୍ରମୀ ଲୋକ ନିକଟରେ ବାସ କରନ୍ତି ।
* ଏହି ସଂସାରରେ ଯେଉଁ ବ୍ୟକ୍ତି ଈଶ୍ବରଙ୍କ ଉପରେ ବିଶ୍ୱାସ କରେ ସେ ସବୁବେଳେ ଧର୍ମ ର ମାର୍ଗରେ ଚାଲିବାକୁ ଚେଷ୍ଟା କରିଥାଏ । ଯେଉଁ ବ୍ୟକ୍ତି ଜୀବନରେ ଭଗବାନ୍ ଙ୍କୁ ଭୟ କରିଥାଏ ସେ ସବୁବେଳେ ସତ୍ ମାର୍ଗରେ ଯାଇଥାଏ ଓ ତା ଉପରେ ଈଶ୍ବରଙ୍କ କୃପା ରହିଥାଏ । ତେଣୁ ସେ କେବେବି କଷ୍ଟରେ ରୁହେ ନାହିଁ ।
* ଯେଉଁ ବ୍ୟକ୍ତି ସମୟର ମୂଲ୍ୟକୁ କୁ ବୁଝି ଉପଯୋଗ କରନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । କାରଣ ସମୟକୁ ଗୁରୁତ୍ଵ ଦେବା ସବୁ ମଣିଷଙ୍କ ର ମୁଖ୍ୟ କର୍ତ୍ତବ୍ୟ ଅଟେ । ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ଆମ ଜୀବନକୁ ଠିକ୍ ବାଟରେ ପରିଚାଳିତ କରିଥାଏ ।
* ଯେଉଁ ବ୍ୟକ୍ତି ସବୁ ପରିସ୍ଥିତି ରେ ଜାଗ୍ରତ ରହିଥାଏ , ସେ ସବୁବେଳେ ନିର୍ଭୟ ରହିଥାଏ । ନିର୍ଭୀକ ବ୍ୟକ୍ତି ଜୀବନରେ କେବେବି ଅପମାନିତ ହୁଏ ନାହିଁ । ସେ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନଥାଏ ତେଣୁ ଏହିଭଳି ବ୍ୟକ୍ତି କେବେବି ଅର୍ଥ ଅଭାବରେ ଗତି କରନ୍ତି ନାହିଁ ।

Comments are closed.