Odisha news

ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ ଲକ୍ଷ୍ୟଭ୍ରଷ୍ଟ

ବାଲେଶ୍ୱର-୨୩/୦୭ : ଆଜି ପୂର୍ବାହ୍ନ ପ୍ରାୟ ଘ.୧୧.୫୫ ମିନିଟ୍ ସମୟରେ ଚାନ୍ଦିପୁର ନିକଟସ୍ଥ ଆଟିଆର୍ ପରିସରରେ ଥିବା ଏଲ୍ସି-୩ ଉତ୍କ୍ଷେପଣ କେନ୍ଦ୍ରରୁ ଭୂ-ପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ ହେଉଥିବା ସ୍ୱଳ୍ପ ଦୂରଗାମୀ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଆକାଶ କ୍ଷେପଣାସ୍ତ୍ରର ନିଉ ଜେନେରେସନ୍ ଭର୍ସନ(ଆକାଶ ଏନ୍ଜି)ର ପରୀକ୍ଷଣ ଅନୁଷ୍ଠିତ ହୋଇଥିଲା ହେଲେ ଏହି କ୍ଷେପଣାସ୍ତ୍ରର କିଛି ଅଂଶ ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁର ଆଡ଼ିଆ ଗ୍ରାମର ବାସିନ୍ଦା ଅଜୟା ନନ୍ଦ ଦାସଙ୍କ ଗୁହାଳଘରେ ପଡ଼ିବାରୁ ସେଠାରେ ୩ଫୁଟର ଗାତ ସୃଷ୍ଟି ହେବାସହ ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ ।

କ୍ଷେପଣାସ୍ତ୍ରର ପରୀକ୍ଷଣ ସମୟରେ ଯାନ୍ତ୍ରିକ ତୃଟି ଯୋଗୁଁ ଲକ୍ଷ୍ୟଚୁ୍ୟତ ହୋଇଥିବା କୁହାଯାଉଛି । କ୍ଷେପଣାସ୍ତ୍ରର ଭଗ୍ନାବଶେଷଟିର ଓଜନ ୬୦କେଜିରୁ ଉଦ୍ଧ୍ୱର୍ ହେବବୋଲି ଅନୁମାନ କରାଯାଉଛି । ଏହି କ୍ଷେପଣାସ୍ତ୍ରର ଏକ ଅଂଶ ଗୁହାଳରେ ଥିବା ଗୋଟିଏ ଛୋଟ ବାଛୁରୀ ଦେହରେ ବାଜିବାରୁ ବାଛୁରୀ ନାକରୁ ରକ୍ତ ବାହାରୁ ଥିବା ସ୍ଥାନୀୟ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ଆଇଟିଆର୍ର ବରିଷ୍ଠ ଅଧିକାରୀମାନେ ପହଞ୍ଚô ତଦନ୍ତ ଚଳାଇଥିବା ଖବର ମିଳିଛି

Comments are closed.