ମିଳିଛି ଏସିଏଫ୍ ସୌମ୍ୟଙ୍କ ହାତଲେଖା ଚିଠି : ପାଦ ତଳେ ଜାଗା ଚାହୁଁଛି , ଡିଏଫଓଙ୍କୁ ୩ ଘଣ୍ଟା ଜେରା
ଆମ୍ବୁଲାନ୍ସ ଚାଳକଙ୍କ ବୟାନ ରେକର୍ଡ , କାର୍ ଡ୍ରାଇଭରଙ୍କୁ ପଚରା ଉଚରା
ଭୁବନେଶ୍ୱର : ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ମିଳୁଛି । ଗୁରୁବାର ପତ୍ନୀ ବିଦ୍ୟାଭାରତୀଙ୍କ ଦ୍ୱାରା ଲେଖା ହୋଇଥିବା ଦ୍ୱିତୀୟ ଚିଠି ମିଳିଥିଲା ସେହିପରି ଶୁକ୍ରବାର ସୌମ୍ୟଙ୍କ ହାତଲେଖା ଚିଠି ତାଙ୍କର ଜଣେ ସର୍ମ୍ପକୀୟଙ୍କ ଠାରୁ ମିଳିଛି । ତାହା ସମ୍ପୂର୍ଣ୍ଣ ଇଂରାଜୀ ଭାଷାରେ ଲେଖା ହୋଇଛି । ଫେବୃଆରୀ ମାସ ୨୨ ତାରିଖରେ ଚିଠିଟି ଲେଖା ହୋଇଥିବାବେଳେ ‘ମୁଁ ତୁମ ପାଦ ତଳେ ଛୋଟ ଜାଗା ଚାହୁଁଛି’ ବୋଲି ଲେଖା ରହିବା ସହ ପତି ହିସାବରେ ମୁଁ ତୁମ ସବୁ ଇଛା ପୂରଣ କରିବାକୁ ପ୍ରସ୍ତୃତ ବୋଲି ବର୍ଣ୍ଣନା ହୋଇଛି । ସ୍ତ୍ରୀ ଓ ବନ୍ଧୁ ହିସାବରେ ଭଲ ସର୍ମ୍ପକରେ ବଞ୍ଚôବାକୁ ଚାହେଁ । ମୁଁ ତୁମ କୌଣସି କାମର ପ୍ରତିବନ୍ଧକ ହେବି ନାହିଁ ବୋଲି ବର୍ଣ୍ଣନା ହୋଇଛି । ଉଭୟଙ୍କ ଜବତ ହାତଲେଖାରୁ ଜଣାପଡୁଛି ଯେ, ଦାମ୍ପତ୍ୟ ଜବୀନର ଅଶାନ୍ତି ଚରମ ସୀମରେ ପହଞ୍ଚôଥିଲା । ଗୁରୁବାର ମିଳିଥିବା ବିଦ୍ୟାଙ୍କ ହାତ ଲେଖା ଚିଠିରେ ଡିଭୋର୍ସ କଥା ଲେଖା ରହିଛି । ତଦନ୍ତରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ କଥା ଆସୁଥିବାରୁ ତଦନ୍ତ ପ୍ରକ୍ରିୟା ବଢିବାରେ ଲାଗିଛି ।
ପତ୍ନୀ ବିଦ୍ୟାଭାରତୀଙ୍କ ଅନୁପସ୍ଥିତିରେ ଶୁକ୍ରବାର ଏସିଏଫ୍ ସୌମ୍ୟଙ୍କ ଏକାଦଶାହ କର୍ମ ହୋଇଛି । ନିଜ ଘରେ ଏକଦଶାହ କର୍ମ ଚାଲିଥିବାବେଳେ ପୋଲିସ ତଦନ୍ତ ଦୃତ ଗତିରେ ବଢୁଛି । ଶୁକ୍ରବାର କଡା ସୁରକ୍ଷା ମଧ୍ୟରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ତାଙ୍କ ଅଫିସକୁ ଅଣାଯାଇ ତିନି ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଜେରା କରିଛନ୍ତି ତଦନ୍ତକାରୀ ଅଫିସର ଓ ଏସଡିପିଓ । ପାଖରେ ଥିଲେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ । ଜେରା ସରିବା ପରେ ଡିଏଫ୍ଓ ସଂଗ୍ରାମ ଗଣମାଧ୍ୟମକୁ କିଛି ନ କହି ପଳାଇଯାଇଥିଲେ । ତଦନ୍ତକାରୀ ଅଫିସର ଜେରାରୁ ତଥ୍ୟ ମିଳିଥିବା ଗଣମାଧ୍ୟମକୁ କହିବା ସହ ତାହା ପ୍ରକାଶ କରି ହେବ ନାହିଁ ବୋଲି ମତ ଦେଲେ । ଏଥିସହିତ ମୋବାଇଲ୍ କଲ୍ ଡିଟେଲ୍ସ ଯାଞ୍ଚ ହୋଇଛି । ସବୁ ଦିଗକୁ ଆଧାର କରି ତଦନ୍ତ କରାଯାଉଛି । ଖୁବ୍ ଶିଘ୍ର ନିର୍ଣ୍ଣାୟକ ସ୍ଥିତିରେ ଆମେ ପହଞ୍ଚôବୁ ବୋଲି ସେ କହିଛନ୍ତି ।
ଏଥିସହିତ ବିଦ୍ୟାଭାରତୀଙ୍କୁ ବଲାଙ୍ଗିର ବ୍ୟଚଲର ପାର୍ଟିକୁ ନେଇଥିବା କାର୍ ଚାଳକ ପ୍ରମୋଦ ସାହୁ ଓ ସୌମ୍ୟଙ୍କୁ ହସ୍ପଟାଲ ନେଇଥିବା ଆମ୍ବୁଲାନ୍ସ ଚାଳକ ଦୟାନିଧି ସାଗରଙ୍କୁ ଚେରା ସରିଛି । ଦୟାନିଧି କହିଲେ ପୋଲିସ ଡ୍ରେସ୍ ପିନ୍ଧିଥିବା ଜଣେ ମ୍ୟାଡମ୍ ଆମ୍ବୁଲାନ୍ସକୁ ଜଙ୍ଗଲ ଅଫିସ ନିକଟରେ ଅଟକାଇଥିଲେ । ସୌମ୍ୟଙ୍କ ପତ୍ନୀ ଆସିବା ପରେ ସେଠାରୁ ଆମ୍ବୁଲାନ୍ସ ବାହାରିଥିଲା । ପଛେ ପଛେ ଏକ ବୋଲେରୋ ଗାଡି ଯାଇଥିଲା । ଅପରାହ୍ନରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ଥାନାରେ ଆମ୍ବୁଲାନ୍ସ ଅଟକାଇବା ସର୍ମ୍ପକରେ ଜେରା କରାଯାଇଛି । ଜେରା ସମୟରେ ଥାନାରେ ଏସ୍ପି ତପନ ପଟ୍ଟନାୟକ ଉପସ୍ଥିତ ଥିବା ଜଣାପଡିଛି । ଜେରା ପରେ ଗଜପତି ଏସ୍ପି ଗଣମାଧ୍ୟମକୁ କହିଛନ୍ତି ଯେ, ସିଡିଆର ରିର୍ପୋଟ ଓ ଜେରାରୁୁ ଜଣାପଡୁଛି, ଡିଏଫ୍ଓଙ୍କ ସୌମ୍ୟଙ୍କ ମୃତ୍ୟୁ ସହ କୌଣସି ସର୍ମ୍ପକ ନାହିଁ ।
ଏଥିସହ ଓଆଇସି ମମତା ପଣ୍ଡା ଘର ଲୋକଙ୍କ କଲ୍ ପାଇ ଆମ୍ବୁଲାନ୍ସ ପାଖକୁ ଯାଇଥିଲା । ଗଣମାଧ୍ୟମକୁ ଏସ୍ପିଙ୍କ ଏହି ବୟାନକୁ ସୌମ୍ୟଙ୍କ ପରିବାର ଲୋକ ସହଜରେ ହଜମ କରି ପାରୁ ନାହାଁନ୍ତି ।
୨୦୨୧ ଫେବୃଆରୀ ୨୩ରେ ସୌମ୍ୟ ଡାଏରୀରେ ଲେଖିଥିଲେ ଯେ,””ମୁଁ ତୁମ କ୍ୱାଲିଫିକେସନ ଚାହୁଁ ନାହିଁ । ଏ ସମ୍ପର୍କରେ ମୁଁ କେବେ ବି କିଛି କହିବି ନାହିଁ । ମୁଁ କେବଳ ଚାହେଁ ତୁମେ ମୋର ସ୍ତ୍ରୀ ଓ ଭଲ ସାଙ୍ଗ ହୋଇ କି ରୁହ । ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି । ମୁଁ ତୁମର ଚାକର ହୋଇ ରହିବି, କିନ୍ତୁ ମୁଁ ତମ ପାଦ ତଳେ ଏକ ଛୋଟ ଜାଗା ଚାହୁଁଛି । ଏସବୁ ସତ୍ତ୍ୱେ ଯଦି କିଛି ଘଟେ, ତା’ହେଲେ ଏଥିରେ ମୋର କୌଣସି ଭୂମିକା ନାହିଁ । ଏଥିପାଇଁ ମୁଁ କାହାକୁ କିଛିବି କହିପାରିବି ନାହିଁ । ସେ ତାର ଇଚ୍ଛା ଅନୁସାରେ ଯାହା କରିବ କରୁ । ମୁଁ ଯଦି କିଛି କହି ହସ୍ତକ୍ଷେପ କରିବି, ତେବେ ସେ ମୋ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣିପାରେ ।”
୨୦୨୧ ଫେବୃଆରୀ ୨୨ରେ ସୌମ୍ୟ ଡାଏରୀରେ ଆଉ ଏକ ଲେଖା ଲେଖିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ, “ତୁମେ ଯାହା ଚାହୁଁଛ, ମୁଁ ସବୁ ବ୍ୟବସ୍ଥା କରିବି । ମୁଁ ନିଶ୍ଚିତ ଭାବେ ସେସବୁ ପୂରଣ କରିବି ।’ ସୌମ୍ୟଙ୍କ ପରିବାରର ଓକିଲଙ୍କ ଅନୁସାରେ ଏହା ହେଉଛି ସୌମ୍ୟଙ୍କ ହାତ ଲେଖା ଡାଏରୀ ।
ସୌମ୍ୟରନଙ୍କୁ କଟକ ନେଇ ଯାଉଥିବା ଆମ୍ୱୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିଦେ୍ର୍ଦଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ୱୁଲାନ୍ସ ଡ୍ରାଇଭର ଦୟାନିଧି ସାଗର । ଗତକାଲି ବିଳମ୍ୱିତ ରାତିରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଡ୍ରାଇଭରଙ୍କୁ ଜେରା କରିଛନ୍ତି ଥାନା ଅଧିକାରୀ । ଜେରା ବେଳେ ଅନେକ ରହସ୍ୟର ଖୁଲାସା କରିଛନ୍ତି ଆମ୍ୱୁଲାନ୍ସ ଡ୍ରାଇଭର ।
ଜେରା ବେଳେ ସେ କହିଛନ୍ତି ଯେ, ଘଟଣା ଦିନ ମେଡିକାଲରୁ ବାହାରୁ ବାହାରୁ ସାଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା । ଫରେଷ୍ଟ ଗେଟ୍ ପାଖରେ ୧୦ରୁ ୧୫ ମିନିଟ୍ ଆମ୍ୱୁଲାନ୍ସ ଅଟକି ଥିଲା । ପେସେଣ୍ଟ ସହ କେହି ନ ଥିବାରୁ ଆମ୍ୱୁଲାନ୍ସ ଅଟକିଥିଲା । ଫରେଷ୍ଟ ଗେଟ୍ ପାଖରେ ରହିବାକୁ ଜଣେ ମ୍ୟାଡାମ କହିଥିଲେ । ଅଟକିବାକୁ କହିଥିବା ମ୍ୟାଡମ ପୋଲିସ ଡ୍ରେସରେ ଥିଲେ । ସେ ଆହୁରି କହିଛନ୍ତି, “ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ୱୁଲାନ୍ସ ଫରେଷ୍ଟ ଗେଟ୍ରୁ ବାହାରିଥିଲା । ଆମ ଆମ୍ୱୁଲାନ୍ସ ପଛରେ ଗୋଟିଏ ବୋଲେରା ବି ଚାଲିଥିଲା । ଗୋପାଳପୁର ଠାରେ ମ୍ୟାଡାମ କଟକ ଏସସିବି ନେବା ପାଇଁ କହିଲେ । କଟକ ପହଞ୍ଚିବା ବେଳକୁ ସାଢ଼େ ୬ରୁ ୭ଟା ହୋଇଥିଲା ।’
ଡ୍ରାଇଭରଙ୍କ ବୟାନ ପରେ ଶୁକବ୍ରାର ସନ୍ଧ୍ୟାରେ ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯାଇଛି । ଜେରା ପରେ ଗଜପତି ଏସ୍ପି ସୂଚନା ଦେଇ କହିଥିଲେ ଯେ, ଘର ଲୋକଙ୍କ ଠାରୁ ଖବର ପାଇ ଯାଇଥିଲେ ।
Comments are closed.