ଯଦି ସୋମବାର ଦିନ ଆପଣ ଶିବଙ୍କ ପୂଜା କରୁଛନ୍ତି ତେବେ ଏହିଦିନ ସନ୍ଧ୍ୟାରେ ଚନ୍ଦ୍ରମା ଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଫଳ ଲାଭ ହୋଇଥାଏ
ସୋମବାର ଦିନ ଟି ମହାଦେବ ଙ୍କ ବାର । ଏହିଦିନ ମହାଦେବ ଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ସୋମବାର ଦିନ ଶିବଙ୍କ ନିକଟରେ ଉପାସନା କଲେ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ । ତେଣୁ ଶିବଙ୍କ ପୂଜା କରିବା ବେଳେ କେତୋଟି କଥାକୁ ନଜର ରଖିବା ଆବଶ୍ୟକ ।
* ସୋମବାର ଦିନ ଟି ଶିବଙ୍କ ଦିନ ଅର୍ଥାତ୍ ସୋମ ଚନ୍ଦ୍ରମା ଙ୍କ ଦିନ ଅଟେ । ସୋମବାର ଦିନ ଟି ଶିବଙ୍କ ପୂଜା ସହ ଚନ୍ଦ୍ରମା ଙ୍କୁ ମଧ୍ୟ ଆରାଧନା କରା ଯିବା ମଧ୍ୟ ଆବଶ୍ୟକ । ଏହିଦିନ ସନ୍ଧ୍ୟା ସମୟରେ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ଦେଲେ ଜୀବନରେ ସଫଳତା ହାସଲ ହୋଇଥାଏ ।
* ସବୁ ଠାକୁରଙ୍କ ପାଇଁ ଅଲଗା ଅଲଗା ଫୁଲ ଓ ପ୍ରସାଦ ଦିଆଯାଇ ଥାଏ । ସେହିଭଳି ସୋମବାର ଦିନ ଉଭୟ ଚନ୍ଦ୍ରମା ଓ ଶିବଙ୍କୁ ଧଳା ଫୁଲ ଯେପରିକି ଚମ୍ପା ଫୁଲ ଦିଆ ଯାଇଥାଏ । ଏହି ଫୁଲ ଦେବା ଦ୍ଵାରା ଜୀବନରେ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ ।
* ଆପଣ ଶିବଙ୍କୁ ସୋମବାର ଦିନ ଚାଉଳ ଅର୍ପଣ କରାଯାଇଥାଏ ଓ ନଡ଼ିଆ ମଧ୍ୟ ଅର୍ପଣ କରାଯାଇଥାଏ । ନଡ଼ିଆ ଅର୍ପଣ କଲେ ଶୁଭ ସୂଚନା ଲାଭ ହୋଇଥାଏ । କେବେବି ଯଦି ଠାକୁରଙ୍କ ଚାଉଳ ଅର୍ପଣ କରି ଥାଆନ୍ତି , ତେବେ ସେହି ଚାଉଳ ନ ଭାଙ୍ଗିବା ଆବଶ୍ୟକ ।
* ସୋମବାର ଦିନ ସନ୍ଧ୍ୟା ସମୟରେ ଯଦି ଆପଣ ଶିବଙ୍କୁ ପୂଜା କରୁଛନ୍ତି ତେବେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଯେପରି ଶିବ ଚାଳିଶା ପାଠ କରିବେ –
– ଏହିଦିନ ସନ୍ଧ୍ୟାରେ ଶିବଙ୍କୁ ଓ ଚନ୍ଦ୍ରମା ଙ୍କୁ ପାନ ସହିତ ଗୋଟା ଗୁଆ ଅର୍ପଣ କରନ୍ତୁ ।
-ଚନ୍ଦ୍ରମା ଙ୍କୁ ନଡ଼ିଆ ପାଣିର ଅର୍ଘ୍ୟ ଅର୍ପଣ ଦିଅନ୍ତୁ ।
– ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଘିଅ ଦ୍ଵିପ ଦେବେ ।
– ପିତୃ ପୁରୁଷଙ୍କୁ ଏହି ଦ୍ଵିପ ଅର୍ପଣ ହେବା ଆବଶ୍ୟକ ।
– ଗୋଟିଏ କଦଳୀ ପାତ୍ରରେ ୭ କେରା ଦୁବ ଓ ଧଳା ଫୁଲ ଚନ୍ଦ୍ରମା ଙ୍କୁ ଅର୍ପଣ କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ।
Comments are closed.