ବୈଶିଙ୍ଗା–୧୮/୭–ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତର ଚୁଆପଦା ଗ୍ରାମର କୃପାନିଧି ମହାପାତ୍ରଙ୍କ ଧର୍ମ ପତ୍ନୀ ଦ୍ରୌପଦୀ ମହାପାତ୍ରଙ୍କ ୮୩ ବର୍ଷ ବୟସରେ ଶନିବାର ବିଳମ୍ବିତ ରାତ୍ରିରେ ବାରିପଦା ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ଜଣେ ଧର୍ମପରାୟଣା। ପରୋପକାରୀ, ଲୋକପ୍ରିୟ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ। ତାଙ୍କର ଛଅ ପୁତ୍ର ଓ ତିନି କନ୍ୟା ଏବଂ ନାତି ନାତୁଣୀ ତାଙ୍କର ଶେଷ ଦର୍ଶନ ପାଇଁ ନିଜ ଗ୍ରାମ ଚୁଆପଦାରେ ଉପସ୍ଥିତ ରହିଥିଲେ। ବାର୍ଦ୍ଧିକ୍ୟ କାରଣରୁ ତାଙ୍କର ପରିଶ୍ରା ଜନିତ ରୋଗରେ ପୀଡିତ ହେବାରୁ ଶନିବାର ବାରିପଦା ବଡ ଡାକ୍ତରଖାନାକୁ ନିଆ ଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା। ଆଜି ପୂର୍ବାହ୍ନରେ ତାଙ୍କର ମରଶରୀର ତାଙ୍କ ଗ୍ରାମରେ ପହଞ୍ଚିବା କ୍ଷଣି କ୍ଷବର ପାଇ ପାଖଆଖର ବହୁଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। କୋଭିଡର କଟକଣାକୁ ମାନି ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଖବର ପାଇବାପରେ ପାଖ ଆଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Comments are closed.