Odisha news

ବନ୍ଧୁକ ବିକ୍ରୀ ବେଳେ ଚଢାଉ : ଦୁଇ ପେଶାଦାର ବେପାରୀ ଗିରଫ ୧୦ ବନ୍ଧୁକ, ୮ ଗୁଳି ଜବତ

ଭୁବନେଶ୍ୱର,(ନି.ପ୍ର): ବେଆଇନ ବନ୍ଧୁକ କାରବାର ରାକେଟ୍ର ପର୍ଦ୍ଦାଫାସ କରିଛି କ୍ରାଇମ୍ବ୍ରାଞ୍ଚ ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସଟିଏଫ୍) । କାରବାରରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଏସଟିଏଫ୍ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୦ଟି ବନ୍ଧୁକ ଓ ୮ ଗୁଳି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳର ବସନ୍ତ ମହାରଣା ଓରଫ ବୁଟୁ ଓ ଘର ଖୋର୍ଦ୍ଧା ଟାଉନ୍ ଅଞ୍ଚଳର କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ ଜଗା ଓରଫ ଜଗନ । ଉଭୟ ବେଆଇନ ବନ୍ଧୁକ କାରବାର କରୁଥିବା ନେଇ ପୂର୍ବରୁ ଏସଟିଏଫ୍ ପାଖରେ ସୂଚନା ଥିଲା । ଗତାକାଲି ସେମାନେ ଏକ ବଡ ଧରଣର ବନ୍ଧୁକ ଡିଲ କରୁଥିବା ନେଇ ଏସଟିଏଫ୍ ସୂଚନା ପାଇଥିଲା । ସେମାନଙ୍କୁ ଧରିବା ପାଇଁ ଏସଟିଏଫ୍ ଅଧିକାରୀମାନେ ସାଧା ପୋଷାକରେ ପୂର୍ବରୁ ଖୋର୍ଦ୍ଧାରେ ଜଗିି ରହିଥିଲେ ।

ଶନିବାର ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁରେ ଅଞ୍ଚଳରେ ବନ୍ଧୁକ ବିକ୍ରୀ ପାଇଁ ଠିଆ ହୋଇଥିବାବେଳେ ଏସଟିଏଫ୍ ପକ୍ଷରୁ ଚଢାଉ କରାଯାଇଥିଲା । ଯାଞ୍ଚ ବେଳେ ଅଭିଯୁକ୍ତଙ୍କୁ ଠାରୁ ୫ ରିଭଲବର, ୫ ଏସବିଏଲଏଲ୍ ବନ୍ଧୁକ, ୮ ଜୀବନ୍ତ ଗୁଳି, ଗୋଟିଏ ଖୋକା ଓ ବ୍ୟବହୃତ ବାଇକ୍ ମଧ୍ୟ ଜବତ କରାଯାଇଥିଲା । ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ ଅପରାଧିକ ମାମଲା ରହିଥିବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବେଆଇନ ବନ୍ଧୁକ କାରବାର ବିରୋଧରେ ଏସଟିଏଫ୍ ପକ୍ଷରୁ ୨୦୨୦ରୁ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଏବେ ସୁଦ୍ଧା ଏସଟିଏଫ୍ ୪୭ରୁ ଅଧିକ ଚୋରା ବନ୍ଧୁକ ଓ ୮୪ରୁ ଅଧିକ ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଅନେକ ଅପରାଧୀଙ୍କୁ ଗିରଫ କରିଛି ।

ଗିରଫ ଦୁଇ ଅଭିଯୁକ୍ତ ପେଶାଦାର ବନ୍ଧୁକ ବେପାରୀ ବୋଲି ଏସଟିଏଫ୍ ସୂଚନା ଦେଇଛି । ପୂର୍ବରୁ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବନ୍ଧୁ କାରବାରର ମାମଲା ସାଙ୍ଗକୁ ଅନ୍ୟାନ୍ୟ ବହୁ ମାମଲା ରହିଛି । ଦୁହେଁ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ନିକଟରେ ବନ୍ଧୁକ ବିକ୍ରୀ ପାଇଁ ଅପେକ୍ଷା କରିଥିବାବେଳେ ଏସଟିଏଫ୍ ସ୍ୱତନ୍ତ୍ର ଟିମ୍ ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରିଥିଲା । ଚଢାଉ ବେଳେ ଦୁଇ ବେପାରୀ ଖସି ଯାଇ ପାରିନଥିଲେ । ଦୁଇ ବେପାରୀଙ୍କର ଆନ୍ତଃରାଜ୍ୟ ଲିଙ୍ଗ୍ ଅଛି ନା ନାହିଁ ସେ ସର୍ମ୍ପକରେ ଏସଟିଏଫ୍ ତଦନ୍ତ କରୁଛି । ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ବୁଟୁ ଓ ଜଗାର ସର୍ମ୍ପକ ଥିବା ସନେ୍ଦହ ହେଉଥିଲେ ମଧ୍ୟ ତାହା ସ୍ପଷ୍ଟ କରି ନାହିଁ ଏସଟିଏଫ୍ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଟିଏଫ୍ ଏସ୍ପି ତାଙ୍କ ବନ୍ଧୁକ କାରବାର ସର୍ମ୍ପକରେ ବିସ୍ତୃତ ସୂଚନା ଦେଇଥିଲେ । ଦୁଇ ଜଣ ପେଶାଦାର ବନ୍ଧୁକ ବେପାରୀ ହୋଇଥିବାବେଳେ ଏମାନଙ୍କ ପାଖକୁ ବିହାର ମୁଙ୍ଗେରା ଅଞ୍ଜଳରୁ ବନ୍ଧୁକ ଆସୁଥିବା ପୋଲିସ ସନେ୍ଦହ କରି ସେ ଦିଗରେ ତଦନ୍ତକୁ ତ୍ୱରାନ୍ୱିତ କରୁଛି । ଦୁହିଁ ଜଣଙ୍କ ପାଖରୁ ଏସଟିଏଫ୍ ଟିମ୍ ଅନ୍ୟ ବନ୍ଧକୁ ବ୍ୟବସାୟୀଙ୍କ ସର୍ମ୍ପକରେ ସୂଚନା ପାଇଥିଲେ ମଧ୍ୟ ତଦନ୍ତ ବ୍ୟାହାତ ହେବା ଆଶଙ୍କାରେ ସେମାନଙ୍କ ସର୍ମ୍ପକରେ ସୂଚନା ଦେଇ ନାହିଁ ତଦନ୍ତକାରୀ ଟିମ୍ ।

Comments are closed.