ନୂଆପଡା-୧୮/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) କାବ୍ୟ ଅନୁରକ୍ତି ସାହିତ୍ୟ ପରିଷଦ ତରଫରୁ ୱେବିନାରରେ ରଥ ପଥ ଜଗନ୍ନାଥ କବିତା ଆସର ଆୟୋଜିତ ହୋଇ ଯାଇଛି । ଓଡିଆ ସାହିତ୍ୟ ସଂସ୍କୁତିରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପର୍ବର ପରଂପରା ତଥା ମହତ୍ବ ସଂପର୍କରେ ଆଲୋଚନା ହୋଇ ଥିଲା । କବୀ ଶ୍ରୀମତୀ ଅପର୍ଣ୍ଣା ମହାନ୍ତି ଆନୁଷ୍ଠାନିକ ଭାବେ କବିତା ଆସରକୁ ଉଦଘାଟନ କରି ଥିଲେ । ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ସଂସ୍କୁତ ବିଭାଗ ଅଧ୍ୟାପିକା ଶ୍ରୀମତୀ ଆନନ୍ଦିନୀ ମିଶ୍ରଙ୍କ ସଂସ୍କୁତ ଶ୍ଲୋକ ଉପସ୍ଥାପନ ପରେ ରଥ ପଥ ଜଗନ୍ନାଥ କବିତା ଆସର ଆରମ୍ଭ ହୋଇ ଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କବି କବୟତ୍ରୀ ଯୋଗଦାନ କରି ସ୍ବରଚିତ କବିତା ପାଠ କରି ଥିଲେ ।
ପଶ୍ଚିମ ବଙ୍ଗର ବଙ୍ଗାଳୀ କବି ଡ. ମନ୍ଦାର ମୁଖାର୍ଜୀ, ଶ୍ରୀ ବଦ୍ରିନାଥ ମିଶ୍ର, ଡ.ନଳିନୀ ପାଣିଗ୍ରାହୀ, ଶ୍ରୀ ଉମାକାନ୍ତ ମହାପାତ୍ର, ଶ୍ରୀ ଏସ.କେ.ସୁମନ, କବି ତଥା କାବ୍ୟ ଅନୁରକ୍ତିର ମୁଖ୍ୟ ଶ୍ରୀମତୀ ଯଶୋଧାରା ଦାସ ଶ୍ରୀ ଜଗନ୍ନାଥ ସଂସ୍କୁତି, ପ୍ରଥା ପରଂପରା ସଂପର୍କରେ ଆଲୋଚନା କରି ଥିଲେ । ରଥ ପଥ ଜଗନ୍ନାଥ କବିତା ଆସରରେ କଣ୍ଠଶିଲ୍ପୀ ରାସବିହାରୀ ଘିଭେଲା ୟାଦବ, ଶ୍ରୀମତୀ କଲ୍ୟାଣୀ ନନ୍ଦ , ଶ୍ରୀ ସଞିବ କୁମାର ଦାସ, ସୁଶ୍ରୀ ଭୂମିକା ରାୟ, ସୁଶ୍ରୀ ଶ୍ବେତାଲିସା ଶୁଭଦର୍ଶିନୀ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରି ଥିଲେ । ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା କବୀ ଡ. ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରି ଥିଲେ । କାବ୍ୟ ଅନୁରକ୍ତି ସାହିତ୍ୟ ପରିଷଦର ପ୍ରତିଷ୍ଠାତା ଡ.ନତାଶା ଦାସ ସମସ୍ତ ସାରସ୍ବତ ସାଧକଙ୍କୁ କୢତଜ୍ଞତା ଜଣାଇଥିଲେ ।ନୂଆପଡାର ଯୁବ ଗାଳ୍ପିକ ମାୟାଧର ସରାଫ ଧନ୍ୟବାଦ ଅର୍ପଣ କରି ଥିଲେ ।
Comments are closed.