Odisha news

ନିଃସହାୟ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ଦାବି

ନୂଆପଡା- ୧୧/୭ -ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିଙ୍ଗାରି ଗ୍ରାମରେ ଜଣେ ନିଃସହାୟ ଶିଶୁଙ୍କୁ ସହାୟତା କରିବା ପାଇଁ ଅନୁସନ୍ଧାନ କରିଛନ୍ତି। ୨୭ ଏପ୍ରିଲ ୨୦୨୧ ତାରିଖ ଦିନ ତାଙ୍କ ବାପା ମୃତ୍ୟୁ ହୋଇଥିବା ବେଳେ ମାଁ ସହିତ ରହି ଜୀବନ ଅତିବାହିତ କରିଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ଗତ ୨୬ ଜୁନ ୨୦୨୧ ରେ ତାଙ୍କ ମାଁ ଅନ୍ୟତ୍ର ପଳାୟନ କରିଛନ୍ତି । ଚାଇଲଡ଼ ଲାଇନ ପକ୍ଷରୁ ଶିଶୁର ଯତ୍ନ ଏବଂ ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସୁରକ୍ଷା ସମିତି ସଦସ୍ୟ କୁମୁଦ ହୋତାଙ୍କ ଠାରେ ହାଜର କରିଥିଲେ। ଏହି ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ତଥ୍ୟ ସଂଗ୍ରହ କରିଥିଲେ। ଚାଇଲଡ଼ ଲାଇନ ର ନିର୍ଦ୍ଧେଶକ ସରସ୍ଵତୀ ମହାନ୍ତି,ସଂଯୋଜିକା ମୁକେଶ କୁମାର ଯୋଶୀ ଏବଂ ସଦସ୍ୟ ଦୟାନିଧି ବାରିକ ଏବଂ ଆଶା କର୍ମୀ , ଅଙ୍ଗନୱାଡି କର୍ମୀ ଏହି ଅଭିଯାନ ରେ ଯୋଗ ଦେଇଥିଲେ। ଶିଶୁ ର ଭବିଷ୍ୟତ ଅନ୍ଧକାର ରେ ଗତି କରିବା ପୂର୍ବରୁ ରାଜ୍ୟସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ବଡ଼ ଉପକାର ଟେ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Nalco

Comments are closed.