ପତିତ ଅନାବାଦୀ ଜମି ହଡପ : ଗୃହ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିବା ସହ କୋଡ଼ି କୋଦାଳ ସହ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀ ଜବତ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ ଅଧୀନ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଥିବା ପତିତ ଅନାବାଦୀ ଜମି କୁ ପ୍ଲଟିଙ୍ଗ କରି ବିକ୍ରି କରୁଥିବା ଜମି ମାଫିଆ ଓ ପ୍ରଶାସନ ମଧ୍ୟରେ ଗତ କିଛି ଦିନ ହେଲା ଚାଲିଛି ଲୁଚକାଳୀ ଖେଳ l ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଳମ୍ବ ହେଉଛି ଖାଲି ମିଳୁଛି ତାରିଖ ପରେ ତାରିଖ l ଏନେଇ ନେତା ଙ୍କ ଚାପ ନା ଆଉ କଣ? ସାଧାରଣ ରେ ହେଉଛି ଆଲୋଚନା l ପତିତ ଅନାବାଦୀ ଜମିକୁ କିଛି ନେତା ମାନଙ୍କ ସହଯୋଗ ରେ ବେଆଇନ ଭାବେ କିଛି ବ୍ୟକ୍ତି ମାନେ ଗୃହ ଓ ପାଚେରୀ ନିର୍ମାଣ କରୁଥିବା ବେଳେ ଆଉ କିଛି ପ୍ଲଟ କିଣିବାରେ ଲାଗିଛନ୍ତି l
ଏହାକୁ ବିରୋଧ କରି ଗ୍ରାମର କିଛି ଯୁବ ଗୋଷ୍ଠୀ ଗ୍ରାମରେ ଥିବା ଅବାଧ ଯୋଗ୍ଯ ଅନାବାଦୀ ସରକାରୀ ଜମିରେ ଗ୍ରାମର ଗୋରୁଗାଈ ଚରୁଥିବା ସହ ଏହି ଜମିକୁ ଗ୍ରାମର ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଯାଇ ପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ତହସିଲଦାର ଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ବିଭାଗ ର ଅଧିକାରୀ ମାନଙ୍କୁ ଏହି ଚଞ୍ଚକତା ବିରୁଦ୍ଧରେ ଦୃଷ୍ଟି ଆକର୍ଷଣ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଛତ୍ରପୁର ତହସିଲ ପ୍ରଶାସନ ପକ୍ଷରୁ ସେପରି ଆଖି ଦୃଶିଆ ଏକ୍ସନ ହୋଇନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
ଅଭିଯୋଗ ହେଲେ ପ୍ରଶାସନ ଚେଉଁଉଠୁଛି ସିନା ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଏହି ଯୁବ ଗୋଷ୍ଠୀ ମାନେ ଅଭିଯୋଗ କରିଛନ୍ତି l ଜମି ଚଞ୍ଚକତା ଉପରେ ଆଜକୁ ଦେଢ଼ ମାସ ହେଲା ବାରମ୍ବାର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ତହସିଲ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ଖାଲି ଧର୍ମ ଆଖି ଠାର ଭଳି ପ୍ରଶାସନ କାର୍ଯ୍ୟ କରୁଥିବା ଯୁବ ଗୋଷ୍ଠୀ ମାନେ ଅଭିଯୋଗ କରିଛନ୍ତି l ଯଦି ଯଥା ଶୀଘ୍ର ତହସିଲ ପ୍ରଶାସନ ପକ୍ଷରୁ କିଛି ଚୂଡାନ୍ତ ନିଷ୍ପତି ନ ନିଆଯାଏ ତେବେ ବଡ଼ ଧରଣ ର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି l
ସେମାନେ କହିବା ମୁତାବକ କିଛି ନେତା ଙ୍କ ସହଯୋଗ ରେ ଜମି ମାଫିଆ ମାନେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଥିବା ପତିତ ଅନାବାଦୀ ଜମିକୁ ବେଆଇନ ଭାବେ ବଡ ବଡ ଗଛ ଲତା କାଟି ସଫା କରି ପ୍ଲଟ କାଟି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିସାରିଛନ୍ତି ବୋଲି ଗ୍ରାମ ର ଯୁବକ ଗୋଷ୍ଠୀ ମାନେ ଗତ କିଛି ଦିନ ତଳେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପ୍ରସାଶନ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା।
ଛତ୍ରପୁର ତହସିଲଦାର ଙ୍କ ନିର୍ଦେଶ କ୍ରମେ ଆରଆଇ ଓ ଅନ୍ୟ କର୍ମଚାରୀମାନେ ଆର୍ଯ୍ୟପଲ୍ଲୀ ଗ୍ରାମକୁ ଯାଇ ରିପୋର୍ଟ ସଂଗ୍ରହ କରିବା ପରେ ଉକ୍ତ ଜମିରେ ବେଆଇନ୍ ଭାବେ ଜବରଦଖଲ କରି ଭିତ୍ତିପ୍ରସ୍ତର ସ୍ଥାପନ, ଗୃହ ନିର୍ମାଣ ଓ ପାଚେରୀ ନିର୍ମାଣ କରୁଥିବା ୮ଜଣ ଲୋକଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା । ଉକ୍ତ ନୋଟିସ ଆଧାର ୮ଜଣ ବ୍ୟକ୍ତି ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ ସେଠାରେ ଛତ୍ରପୁର ତହସିଲଦାର କହିଥିଲେ ଯେ କରୋନା ଯୋଗୁଁ ସେ ନିଜେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବି ଏହାର ଚୁଡାନ୍ତ ନିଷ୍ପତି ନହେଲା ପର୍ଯ୍ୟନ୍ତ ଉକ୍ତ ଜମିରେ ଗୃହ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି କହିଥିଲେ l
ମାତ୍ର ତହସିଲ ପ୍ରଶାସନ ର ନିର୍ଦେଶ କୁ ଅବମାନନା କରି କିଛି ନେତାଙ୍କ ସାହସକତା ରେ ଉକ୍ତ ଅନାବାଦୀ ଜମି ରେ ଶୁକ୍ରବାର ଆଉଥରେ ଜବରଦସ୍ତ କିଛି ବ୍ୟକ୍ତି ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଦେଖିବାର ମିଳିବା ପରେ ଯୁବ ଗୋଷ୍ଠୀ ମାନେ ପୁଣି ଛତ୍ରପୁର ତହସୀଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ l ଏହାପରେ ଛତ୍ରପୁର ତହସିଲଦାରଙ୍କ ନିର୍ଦେଶ କ୍ରମେ ଆରଆଇ ଓ କିଛି ପୋଲିସ କର୍ମଚାରୀ ମାନେ ସେଠାରେ ପହଁଚି ଗୃହ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରିବା ସହ କୋଡ଼ି କୋଦାଳ ସହ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀ ଜବତ କରିଥିଲେ l

Comments are closed.