Odisha news

ଦାଦନଖଟି ଯାଇ ବାପା ମାଁ ନିଖୋଜ : ବୢଦ୍ଧ ଆଈଅଜା ପାଖରେ ୨ ନାବାଳକ

ନୂଆପଡା- ୧୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ବୢଦ୍ଧ ବାପା ମାଁ ଓ ୨ ନାବାଳକ ଶିଶୁଙ୍କ ପେଟରେ ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ବାପା ମାଁ ଦାଦନ ଖଟି ଗଲେ । ୨ ବର୍ଷ ପରେ ବି ବାପା ମାଁଙ୍କ କୌଣସି ଖୋଜ୍ ଖବର ନାହିଁ । ବାପା ମାଁ ନା ଟଙ୍କା ପଠାଉଛନ୍ତି ନା ଗାଁକୁ ଆସୁଛନ୍ତି । ରୋଗୀଣା ଆଈ ଅଜାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ହୋଇଛନ୍ତି ୨ ଶିଶୁ ।

ପ୍ରାୟ ୨ ବର୍ଷ ତଳେ ନୂଆପଡା ଜିଲ୍ଲା କୋମନା ବ୍ଲକ କୁରେଶ୍ବର ପଞ୍ଚାୟତ ରେଙ୍ଗ ଗାଁର ଭଵାନୀଶଙ୍କର ପରାଭୁଏଙ୍କ ପୁଅ ପ୍ରସନ୍ନ ଓ ବୋହୁ ଖୀର ପରିବାର ଚଳାଇବା ପାଇଁ ଦାଦନ ଖଟି ଗଲେ । କହି ଥିଲେ ମାସକୁ ମାସ ଟଙ୍କା ପଠାଇବେ । ଅଜା ଭଵାନୀଶଙ୍କର ଓ ଆଈ ସନ୍ତରାଙ୍କ ପାଖରେ ତାଙ୍କ ଦୁଇ ଶିଶୁ ପୁତ୍ର ୭ବର୍ଷର ଖରେନ୍ଦ୍ର ଓ ୬ ବର୍ଷର ମେଘନାଦକୁ ଛାଡି ଯାଇ ଥିଲେ ।

ମାସ ପରେ ମାସ ବିତିଲା । ନା ଆସିଲା ଟଙ୍କା କି ନା ଆସିଲେ ପ୍ରସନ୍ନ କି ଖୀର । ବୢଦ୍ଧ ବାପା ମାଁ ଲୋକ ଲଗାଇ ଅନେକ ଖୋଜା ଖୋଜି କରି ନିରାଶ ହୋଇ ଏବେ ଚୁପ ବସିଛନ୍ତି । ବୢଦ୍ଧବୢଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କିଗ୍ରା ଚାଉଳରେ ଚଳୁଛନ୍ତି । ଜୀବନ ଥିବା ଯାଏ ତ ୨ ଜଣଙ୍କୁ ପାଳୁଛନ୍ତି, କେବେ କିଛି ଘଟଣା ଘଟିଲେ ୨ଶିଶୁଙ୍କ କଥା କିଏ ବୁଝିବ ବୋଲି ଆଈ ସନ୍ତରା କହୁଛନ୍ତି । ୨ ଶିଶୁଙ୍କୁ ଧରି ଆଈ ସନ୍ତରା କୋମନା ବିଡିଓ ସଦାଶିବ ଭତ୍ରାଙ୍କୁ ଭେଟି ଥିଲେ । ଆବଶ୍ୟକ ସରକାରୀ ସହାୟତା ବ୍ୟବସ୍ଥା କରିବାକୁ ବିଡିଓ ଜଣାଇଛନ୍ତି ।

Comments are closed.