ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଡ଼ାକ୍ତର ପଦବୀ ପୂରଣ ନେଇ ବାରିଗାଁ ମା’ ଧାନେଇ ସେବାସଙ୍ଘ ପକ୍ଷରୁ ଧାରଣା ଦିଆଯାଇଥିବାର ଦେଖାଯାଇଛି । ସୂଚନାଯୋଗ୍ୟ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଡ଼ୋଶୀ ଜିଲ୍ଲା ମୟୁରଭଞ୍ଜ, ଯାଜପୁର, ଭଦ୍ରକର ସୀମାନ୍ତ ଅଞ୍ଚଳରୁ ପ୍ରତ୍ୟେକ ଦିନ ଶତାଧ୍ଵ ରୋଗୀ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ଡ଼ାକ୍ତର ଅଭାବ କାରଣରୁ ବହୁ ଗରିବ ଲୋକ ନିରାଶ ହୋଇ ଖର୍ଚ୍ଚାନ୍ତ ହୋଇ ବାହାରକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦୁଝର ଜିଲ୍ଲାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ ପାଉଥିବା ବେଳେ ଡ଼ାକ୍ତର ନିଯୁକ୍ତିରେ ସରକାରଙ୍କ ଅବହେଳା ପ୍ରତିବାଦରେ ବାରିଗାଁର ମା’ ଧନେଇ ସେବାର ସଂଘର ସଭାପତି ବିଷ୍ଣୁ ପ୍ରସାଦ ବାରିକଙ୍କ ନେତୃତ୍ବରେ ବହୁ ସମାଜସେବୀ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଡ଼ାକ୍ତରଙ୍କ ପଦବୀ ପୂରଣ ନେଇ ଧାରଣାରେ ବସିଥିବା ବେଳେ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।
Comments are closed.