Odisha news

ଚୀନ୍ ବିଶେଷଜ୍ଞ ମାନେ ଦେଲେ ଚେତାବନୀ : ଭାରତକୁ ସ୍ଥାୟୀ ଶତ୍ରୁ ନଭାବୁ ଚୀନ୍

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱନ୍ ଘାଟିରେ ଉତେଜନା ହେବାର ଏକ ବର୍ଷ ହୋଇଗଲା , ଠିକ୍ ଏହି ସମୟରେ ଚୀନର ଜଣେ ବିଶେଷଜ୍ଞ ଜିନ୍ ପିଙ୍ଗଙ୍କୁ , ଭାରତ ସହିତ ସ୍ଥାୟୀ ଶତ୍ରୁତା ନକରିବା ପାଇଁ ସଚେତନ କରିଛନ୍ତି । ଚୀନର ଗୋଟିଏ ଖବର କାଗଜ “morning post”ର ବରିଷ୍ଠ ପତ୍ରକାର ନିଜ ବିବୃତିରେ କହିଛନ୍ତି ଯେ ଯଦି ଚୀନ୍ ସତସତିକା ଭାବରେ ଭାରତକୁ ସ୍ଥାୟୀ ଶତ୍ରୁ ନକରିବା ପାଇଁ ଗମ୍ଭୀର ଅଛନ୍ତି ତେବେ ତାକୁ ସୀମା ସହିତ ଯୋଡ଼ି ହୋଇଥିବ ବିଭିନ୍ନ ସମସ୍ୟାକୁ ଗୋଟିଏ ପଟରେ ରଖନ୍ତୁ ଓ ଲଦାଖରେ ଗତିରୋଧକୁ ସମାପ୍ତ କରିବା ଆବଶ୍ୟକ । ଗୋଟିଏ ବର୍ଷ ମଧ୍ୟରେ ଏହା କେହିବି ଅପେକ୍ଷା କରି ନଥିଲେ ଯେ ୨୦୧୭ ପରେ ଚୀନ୍ ଓ ଭାରତର ସମ୍ବଧ ଏତେ ତଳକୁ ଖସି ଯିବ ।
ପାଖାପାଖି ୧୩ ମାସ ଅତିବାହିତ ହୋଇଯିବା ପରେ ମଧ୍ୟ ପୂର୍ବ ଲଦାଖରେ  ଜାରି ରହିଥିବା ଉତେଜନା ସମାପ୍ତ ହେଉ ନାହିଁ । ଏହି ଉତେଜନାରେ ଭାରତ ଓ ଚୀନ୍ ଉଭୟଙ୍କର ସୈନିକ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ଭାରତ ଚୀନକୁ ନେଇ  ନିଜ ବୁଝାମଣାରେ ପରିବର୍ତ୍ତନ କରିଛନ୍ତି । ଚୀନ୍ କହିଛି ଗଲୱନ ହିଂସା ପୂର୍ବରୁ ଦୁଇ ଦେଶ ହିନ୍ଦୀ – ଚିନି ଭାଇ ଭାଇ ନାରା ଦେଉଥିଲେ ଓ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନ୍ ପିଙ୍ଗଙ୍କ ମଧ୍ୟରେ ବନ୍ଧୁତା ଥିଲା । ସେହି ସମୟରେ ଚୀନର ଆମେରିକା ସହିତ ଶୀତଳ ଯୁଦ୍ଧ ଚାଲିଥିଲା ଏବଂ ଅଧିକାଂଶ ବିଶେଷଜ୍ଞ ମତ ଦେଇଥିଲେ ଯେ ଚୀନ୍ ପାଇଁ ଭାରତକୁ ଅଲଗା କରିବା ଭୟାବହ ହେବ ।
 ଗୋଟିଏ ବର୍ଷ ପରେ ଠିକ୍ ସେଇଆ ହେଲା ,ଭାରତୀୟ ବିଦେଶ ମନ୍ତ୍ରୀ ଗତ ମାସରେ କହିଥିଲେ ଚୀନ୍ ସହିତ ବିଗିଡ଼ିଥିବା ସମ୍ପର୍କରେ ସୁଧାର ଆଣିବା କଷ୍ଟକର ଅଟେ । ଚୀନ୍ ବିଶେଷଜ୍ଞ କହିଥିଲେ ଭାରତ ନିଜର ଗଠବନ୍ଧନ ଆମେରିକା ସହିତ କରିବାକୁ ନେଇ ମନରେ ଚାଲିଥିବା ଦ୍ଵନ୍ଦକୁ ସମାପ୍ତ କରି ସାରିଛି । ଭାରତ ବର୍ତ୍ତମାନ ଚୀନକୁ ଘେରିବା ପାଇଁ ଆମେରିକା ରଣନୀତି ଗୋଟିଏ ମୁଖ୍ୟ ଖମ୍ବ ହୋଇ ଯାଇଛି । ଭାରତ ବର୍ତ୍ତମାନ କ୍ଵାଡ ଦେଶର ସଦସ୍ୟ ଅଟେ ,ଯାହା ଚୀନକୁ ସନ୍ତୁଳିତ କରିବା ପାଇଁ ତିଆରି କରାଯାଇଛି । ସେ କହିଛନ୍ତି ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ଚୀନର ଘରୋଇ ଓ ବାହ୍ୟ ସ୍ତରରେ ଭୟଙ୍କର ନୀତି କାରଣରୁ ଜାପାନ ଓ ଭାରତ ଭଳି ଦେଶ ଆମେରିକାର ନିକଟତର ହେଉଛନ୍ତି

Comments are closed.