ବୋରିଗୁମ୍ମା (କେ.ସାକିଲି ଦୋରା)—–କୋରାପୁଟ ଜିଲ୍ଲାର ବୋରିଗୁମ୍ମା ସହରରେ ଦିନ କୁ ଦିନ ଅନୁପ୍ରବେଶ କାରୀ ଙ୍କ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ହେଲା ବାଂଲାଦେଶ ର କିଛି ଅନୁପ୍ରବେଶ କାରୀ ବୋରିଗୁମ୍ମା ସହର ରେ ଆଡ୍ଡା ଜମାଇଲେଣି। ପ୍ରଥମେ ସେମାନେ ସାଇକେଲ ରେ ଗାଁ ଗାଁ ବୁଲି କିଛି ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିବା ବାହାନାରେ ହିନ୍ଦୁ ଝିଅ କୁ ପ୍ରଥମେ ପ୍ରେମ ଓ ପରେ ବିବାହ କରି ଏଠିକାର ସମ୍ପତ୍ତି କୁ ନିଜ ପରିବାର ଲୋକଙ୍କୁ ପଠାଉଥିବା ଅଭିଯୋଗ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ର ସଦସ୍ୟ ମାନେ। ଏନେଇ ବୋରିଗୁମ୍ମା ଥାନା ଆଇଆଇସି ବିଶ୍ୱଜିତ ମହାନ୍ତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ବୋରିଗୁମ୍ମା ସହର ର ବଙ୍କା ସାହି ରେ ଥିବା ମହମ୍ମଦ ସୋହାଗ ଶେଖ ନାମକ ଯୁବକ ହେଉଛି ବାଂଲାଦେଶ ର ।ସେ କିଛି ବର୍ଷ ପୂର୍ବରୁ ବୋରିଗୁମ୍ମା ସହର ରେ ରହୁଥିବା ଏ ହିନ୍ଦୁ ଝିଅ କୁ ବିବାହ କରିଥିଲେ। ପରେ ଝିଅ ର ସମ୍ପତ୍ତି ନିଜ ପରିବାର କୁ ପଠାଉଥିବା ଅଭିଯୋଗ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ। ଏଥିସହ ବିନା ଭିସା ରେ ବୋରିଗୁମ୍ମା ରେ ଦୀର୍ଘ ବର୍ଷ ହେଲା ରହି ଆସୁଛି।କୌଣସି ବ୍ୟବସାୟ ନ ଥାଇ ଦିନ କୁ ଲକ୍ଷ ଲକ୍ଷ ଟଙ୍କା ନିଜ ଆକାଉଣ୍ଟ ରେ ଟ୍ରାନଜିକ୍ସନ କରୁଥିବା ଅଭିଯୋଗ ହେଉଛି। କେବଳ ମହମ୍ମଦ ସୋହାଗ ନୁହେଁ ବରଂ ଅନେକ ଅନୁପ୍ରବେଶ କାରୀ ବୋରିଗୁମ୍ମା ବ୍ଲକରେ ରେ ବିନା ଭିସା ରହି ଆସୁଛନ୍ତି। ଏଣୁ ପୋଲିସ ପ୍ରଶାସନ ଏମାନଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ରେ କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବିଶ୍ୱ ହିନ୍ଦୁ ପରିଷଦ କୋରାପୁଟ ଜିଲ୍ଲା ସମ୍ପାଦକ କମଳାକାନ୍ତ ବିଶ୍ୱାଳ, ଜି.ମୋହନ ଦୋରା, ରାଜ ସିଂ, କେଶବ ରାଓ,ମନୋଜ ଗନ୍ତାୟତ, ମନୋଜ ରାଉତ,ତୁଳସିରାମ ପାଣିଗ୍ରାହୀ, ପ୍ରଫୁଲ୍ଲ ଦଣ୍ଡସେନା,ସୁଜିତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.