Odisha news

ହିମାଂଶୁ ଦାସଙ୍କ ବିୟୋଗରେ ଉଦ୍ୟୋଗ ଭବନରେ ଶୋକସଭା

ବାଲେଶ୍ୱର–ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ହିମାଂଶୁ ଦାସଙ୍କ ପରଲୋକରେ ଉଦ୍ୟୋଗ ଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲ୍ଲା କ୍ଷୁୂଦ୍ରଶିଳ୍ପସଂଘର ମିଳିତ ଆନୁକୁଲ୍ୟରେ ଆୟୋଜିତ ଶୋକସଭାରେ ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘର ସାଧାରଣ ସମ୍ପାଦକ ସୁନୀଲ ମୋଦୀ, ଜିଲ୍ଲା କ୍ଷୁଦ୍ର ଶିଳ୍ପସଂଘର ସଭାପତି ବିବେକରାଜ ବାଜପେୟୀ ପ୍ରମୁଖ ଯୋଗଦେଇ ୰ ହିମାଂଶୁ ବାବୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ।

ବକ୍ତାମାନେ କହିଥିଲେ ଯେ ହିମାଂଶୁ ବାବୁ ଏକାକୀ ଅନ୍ୟମାନଙ୍କ ସହଯୋଗରେ ବାଲେଶ୍ୱରରେ ପ୍ରତିବର୍ଷ ଓଡ଼ିଶା ଦ୍ୱିତୀୟ ସର୍ବବୃହତ୍ତ ପ୍ରଦର୍ଶନୀ ବାଲେଶ୍ୱର ମହୋତ୍ସବ, ପଲ୍ଲିଶ୍ରୀ ମେଳା, ଏକ୍ସପୋ ଓଡ଼ିଶା ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରିବାରେ ସକ୍ଷମ ହୋଇପାରିଥିଲେ । ହିମାଂଶୁ ବାବୁଙ୍କ ଏହି ପରଲୋକ ଘଟଣା କେବଳ ବାଲେଶ୍ୱର ନୁହେଁ ସାରା ଓଡ଼ିଶା ଆଜି ଏହି ଘଟଣାରେ ସ୍ତବ୍ଧ । ତାଙ୍କର ଏହି ପରଲୋକ ଘଟଣାରେ ଉପୁଜିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା କସ୍ମିନକାଳେ ସମ୍ଭବପର ନୁହେଁ । ତାଙ୍କର ଅଧୂରା ସ୍ୱପ୍ନକୁ କିଭଳି ଭାବେ ପୂରଣ କରାଯାଇ ପାରିବ ସେଦିଗରେ ସଂଘ ଉଦ୍ୟମ ଜାରି ରଖିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିବା ସହ ୰ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments are closed.