Odisha news

ରଜ, ସାବିତ୍ରୀ ପାଇଁ ଜୀବନ ମୂଲ୍ୟହୀନ : ଧାମନଗର ବଜାର ଭିଡ଼ ନିୟନ୍ତ୍ରଣ କରିବାପାଇଁ ପୋଲିସ ନାକେଦମ୍

ଧାମନଗର: ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଚଳଣି ଉପରେ ବିଭିନ୍ନ ପ୍ରତିବନ୍ଧକ ମାନ ଲଗାଇଛନ୍ତି । ସରକାର ଜନସାଧାରଣ ଙ୍କ ଉପରେ ଲଗାଇଥିବା ସର୍ଟଡ଼ାଉନ୍, ଲକଡ଼ାଉନ୍ ବା ତାଲାବନ୍ଦ କଟକଣା ଏକ ସଫଳ ପଦକ୍ଷେପ । ମାତ୍ର କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟ ଓ ଅନୁଷ୍ଠାନ ବନ୍ଦରଖିବାକୁ ସରକାର କଟକଣା କରିଥିବା ବେଳେ ଧାମନଗରରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଲୁଗାଦୋକାନ, ଜୋତାଦୋକାନ, ପାନଦୋକାନ, ବିୟୁଟିପାର୍ଲର ଆଦି ବେଫିକର ଭାବେ ଖୋଲା ରଖୁଥିବାବେଳେ ବହୁ ବ୍ୟବସାୟୀ ଆଗରେ ତାଲାପକାଇ ପଛପଟ ଦ୍ୱାରରେ ଦିନରାତି ବ୍ୟବସାୟ କରୁଛନ୍ତି । ଧାମନଗର ଏନ୍ଏସି ଅଞ୍ଚଳରେ ଗଳିକନ୍ଦିରେ େ·ରାରେ ମଦବ୍ୟବସାୟ ·ଲୁଛି । ଏପରିକି ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହିତ ଲୁଚକାଳି ଖେଳି ଅସାଧୁ ବ୍ୟବସାୟୀ ମାନେ କାରବାର ଚଳାଇଛନ୍ତି । ବହୁ ବ୍ୟବସାୟୀ ଦୋକାନରେ ତାଲାପକାଇ ଗ୍ରାହକଙ୍କୁ ଲିଚୁଛପି ଦୋକାନରେ ପୁରାଇ ବିକ୍ରୟ କରୁଛନ୍ତି ।

ସ୍ଥାନୀୟ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ କେତେକ ସ୍ଥାନରେ ଚଢାଉକରୁଥିବା ବେଳେ ଅନେକ ସ୍ଥାନରେ ଏସବୁକୁ ଅଣଦେଖା କରୁଛି । ଦୈନିକ ପରିବା ହାଟରେ ପ୍ରବଳ ଭିଡ଼ ଲାଗିରହୁଛି । ଧାମନଗର ବଡ଼ବଜାର, ସାନବଜାର, ମେଡ଼ିକାଲବଜାରରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନାହିଁନଥିବା ଭିଡ଼ହେଉଛି । ବେଳେବେଳେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ସମସ୍ୟା ସୃଷ୍ଟିହେଉଛି । ରଜ ଓ ସାବିତ୍ରୀ ଉପଲକ୍ଷେ ସବୁକଟକଣା କୁ ଫୁକରି ଲୋକେ ଆଜି ଧାମନଗର ବଜାର ରେ ଅସମ୍ଭବ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା । ଲୋକେ ସକାଳ ୭ଟା ପୂର୍ବରୁ ବଜାରକୁ ଆସିବା ଆରମ୍ଭ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଗ୍ରାହକ ରାସ୍ତା ଓ ଦୋକାନରେ ଗହଳି ଲଗାଇଥିଲେ ।

ଧାମନଗର ପୋଲିସ ସମସ୍ତ ପ୍ରକାର ପଦକ୍ଷେପ ନେଇ ନାକେଦମ୍ ହୋଇଥିବାବେଳେ ଗହଳି କମାଇବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା । ଲୋକେ ଜୀବନ ଅପେକ୍ଷା ରଜ, ସାବିତ୍ରୀ ପାଇଁ ବଜାର କରିବାକୁ ଅଧିକ ପସନ୍ଦ କରିଥିବା ମନେହେଉଥିଲା । ଏପରି ଭିଡ଼ରୁ ଅସାଧୁ ବ୍ୟବସାୟୀ ମାନେ ମଧ୍ୟ ବେସ ଫାଇଦା ଉଠାଉଥିବା ଜଣାଯାଇଛି । ପନିପରିବା, ଫଳ, ଓ ଲୁଗାଦୋକାନି ମାନେ ଗ୍ରାହକ ମାନଙ୍କ ଠାରୁ ମନଇଚ୍ଛା ଦରନେଇଥିବା ଜଣାଯାଇଛି । ପୋଲିସ ପ୍ରଶାସନକୁ ପାଞ୍ଚ ଦଶ ହଜାର ଜରିମାନା ଦେଇଥିବା ଅମାନିଆ ବ୍ୟବସାୟୀ ମାନେ ବିଚରା ଗ୍ରାହକଙ୍କ ଠାରୁ ଚଢାଦର ନେଇ ମାଲାମାଲ ହୋଇଥିବା ଜଣାଯାଇଛି । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ଅଧିକ ସକ୍ରୀୟ ହୋଇ କୋଭିଡ଼ କଟକଣାକୁ ପାଳନ କରିବାପାଇଁ ଜନସାଧାରଣରେ ଦାବି ହେଉଛି ।

Comments are closed.