ଫୁଲବାଣୀ : ଆଦିବସୀ ଅଧୁ୍ୟସିତ କନ୍ଧମାଳ ଜିଲ୍ଲା ରେ ଏବେବି ଏମତି ଅନେକ ଗାଁ ରହିଛି ଯେଉଁଠି ବିକାଶ ଅପହଂଚ ରହିଛି । ଏଠିକାର ଲୋକ ମାନେ ସମସ୍ତ ସରକାରୀ ଯୋଜନା ସମସ୍ତ ମୈାଳିକ ଅଧିକାର ପାଇବାରୁ ମଧ୍ୟ ବର୍ଷବର୍ଷ ଧରି ବଂଚିତ ହୋଇ ଆସୁଛନ୍ତି । ଶିକ୍ଷା , ଗମନାଗମନ ,ପାନୀୟ ଜଳ ସ୍ୱାସ୍ଥ୍ୟ ସେବା ଏମାନଙ୍କ ପାଇଁ ଜେମିତି ସାତ ସପନ ହୋଇ ରହିଛି । ଭଲ ରାସ୍ତା ନଥିବାରୁ ବର୍ଷବର୍ଷ ଯାଏ ବିଭିନ୍ନ ମୈାଳିକ ସୁବିଧା ପାଇନପାରି କୁପ ମଣ୍ଡୁକ ଭଳି ଭାଗ୍ୟ କୁ ଆଦରି ପଡି ରହିଥିବା ବେଳେ ବର୍ତମାନ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି ଜିଲ୍ଲାର ଫିରିଙ୍ଗିଆ ବ୍ଳକର କିଛି ଅଂଚଳ ବାସୀ । ଏମିତି ଅନେକ ଗାଁ ରହିଛି କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତମ ବ୍ଲକ ଭାବରେ ଜଣାଶୁଣା ଫିରିଙ୍ଗିଆ ବ୍ଲକ । ଫିରିଙ୍ଗିଆ ବ୍ଲକ ଭୃଙ୍ଗିଙ୍ଗଯୋଡି ପଂଚାୟତ ଅଧିନରେ ଏହି ଗାଁ ରହିଥିବା ବେଳେ ଏହା ଫିରିଙ୍ଗିଆ ବ୍ଲକର ର ଶେଷ ସିମା କୁହାଯାଉଥିବା ବାଲିଗୁଡା ଉପଖଣ୍ଡ ନୁଅାଁଗାଁ ବ୍ଲକ ର ସିମାକୁ ଲାଗି ରହିଛି ଏହି ତିନୋଟି ଗାଁ ଡମାଦେଇ , ଗଣିବାଲି ଓ ମାଦାପଦର ଗାଁ । ବର୍ଷବର୍ଷ ଧରି ଏହି ଗାଁ ର ଲୋକ ମାନେ ବିଭିନ୍ନ ମୈାଳିକ ସୁବିଧା ରୁ ବଂଚିତ ହୋଇ ଆସୁଛନ୍ତି ।
ଏହି ଗାଁ କୁ ନା ଅଛି ଗମନାଗମନ ର ସୁବିଧା ନା ପାଇପାରୁଛନ୍ତି ସ୍ୱାସ୍ଥ୍ୟ ସେବା ନା ଅଛି ଶିକ୍ଷା ର ବ୍ୟବସ୍ତାା ଏହି ତିନୋଟି ଗାଁ କୁ ଜିବାକୁ ହେଲେ ବଣ ପାହାଡ ଘେରା ଘୋର ଜଙ୍ଗଲ ଭିତରେ ପ୍ରାୟ ୬ ଟି ଛୋଟବଡ ଘାଟି ଅତିକ୍ରମ କରି ଯିବାକୁ ପଡିଥାଏ । କୈାଣଷି ଜରୁରି ସ୍ୱାସ୍ଥ୍ୟ ସେବା ଦରକାର ପଡିଲେ ଏହି ଗାଁ ଗୁଡିକୁ ରାସ୍ତା ନଥିବାରୁ ଆମ୍ବୁଲେନ୍ସ ଆସିପାରେ ନାହିଁ ଯାହା ଫଳରେ ଲୋକେ ରୋଗି ଙ୍କୁ ଖଟିଆରେ ବୋହିକି ଆଣିବାକୁ ପଡେ । ତେବେ ଗାଁକୁ ରାସ୍ତା ଖଣ୍ଡିଏ ଓ ଗ୍ରାମବାସୀ ମାନଙ୍କୁ ବିଭିନ୍ନ ପ୍ରକାର ମୈାଳିକ ସୁବିଧା ଟିକିଏ ମିଳିବା ପାଇଁ ବର୍ଷବର୍ଷ ଧରି ଏହି ଗାଁ ର ଲୋକମାନେ ସଂଘର୍ଷ କରି ଆସୁଥିବା ବେଳେ ପଂଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ ହାରି ଗୁହାରି କରି ଆସୁଥିଲେ । ତେବେ ଏହି ଗ୍ରାମବାସୀ ଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଫିରିଙ୍ଗିଆ ଅଂଚଳର ବିଶିଷ୍ଠ ସମାଜ ସେବୀ ତଥା ବରିଷ୍ଠ ଶିକ୍ଷାବିତ ତ୍ରିନାଥ କହଁରଙ୍କ ପ୍ରଚେଷ୍ଠା ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଆନ୍ତରିକତା ଯୋଗୁଁ ଦିର୍ଘ ବର୍ଷ ପରେ ଏହି ଗାଁ ଗୁଡିକୁ ରାସ୍ତା ନିର୍ମାଣ କରାଯିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି ।
ରାସ୍ତା ନିର୍ମାଣ ଆଗରୁ ଘାଟି କଟିଂ ପାଇଁ ଫୁଲବାଣୀ ବିଧାୟକ ତାଙ୍କ ନିଜସ୍ୱ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଟଙ୍କା ମଞ୍ଜୁର କରିବା ସହ ଖୋଦ ବିଧାୟକ ବୁଧବାର ଏକ ସ୍ୱତନ୍ତ୍ର ଟିମ ସହ ପ୍ରୟ ୬ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି ପ୍ରବଳ ବର୍ଷାରେ ଏହି ଉପନ୍ତ ଅଂଚଳର ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଧାୟକଙ୍କୁ ଦିର୍ଘ ବର୍ଷ ପରେ ନିଜ ପାଖରେ ପାଇ ଗ୍ରାମବାସୀ ମାନେ ମଧ୍ୟ ବେସ ଖୁସି ଜାହିର କରିଛନ୍ତି ।
ବିଧାୟକ ଗାଁ ରେ ପହଚିବା ପରେ ତାଙ୍କୁ ଗ୍ରାମବାସୀ ମାନେ ଆଦିବାସୀ ପରମ୍ପରା ଅନୁସାରେ ସ୍ୱାଗତ ମଧ୍ୟ କରିଛନ୍ତି । ଅନ୍ୟପଟେ ବିଧାୟକଙ୍କ ଏହି ଟିମରେ ଫିରିଙ୍ଗିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁମନ୍ତ ଭୋଇ , ସମାଜସେବୀ ଏସିଆ କହଁର ସୁନିଲ କହଁର ଓ ସମାଜ ସେବୀ ତ୍ରିନାଥ କହଁର ପ୍ରମୁଖ ଉପସ୍ଥିତ ଥିବା ବେଳେ ଖୁବ ଶିଘ୍ର ଏହି ଉପାନ୍ତ ଅଂଚଳକୁ ଘାଟି କଟିଂ ସହ ରାସ୍ତା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ବିଧାୟକ ଜଣେ ଗରିବ ଆଦିବସୀ ପରିବାରରେ ପାରମ୍ପାରିକ ସିଆଳିପତ୍ର ଓ ଠୋଲା ରେ ପିଆଜ ସହ ପଖାଳ ଖାଇ ମାନବିକତା ର ପରିଚୟ ମଧ୍ୟ ଦେଇଛନ୍ତି । ବିଧାୟକଙ୍କ ଏଭଳି ଜନହିତକର କାର୍ଯର୍୍ୟକୁ ଏବେ ସାରା ଫିରିଙ୍ଗିଆ ଅଂଚଳରେ ବେସ ପ୍ରଶଂସା କରାଯାଇଥିବା ବେଳେ ସମାଜ ସବେୀ ତ୍ରିନାଥ କହଁରଙ୍କ ପ୍ରଚେଷ୍ଠାକୁ ମଧ୍ୟ ଅଂଚଳବାସୀ ସାଧୁବାଦ ଜଣେଇ ଛନ୍ତି ।
Comments are closed.