ନୂଆଦିଲ୍ଲୀ : ମାନବ ସମାଜ ଓ ଜୀବଜଗତ ଲାଗି ୫ଜି ମୋବାଇଲ୍ ପ୍ରଯୁକ୍ତି କେତେ ସୁରକ୍ଷିତ ଭଳି ଗମ୍ଭୀର ପ୍ରଶ୍ନ କରି ବଲିଉଡ୍ ଅଭିନେତ୍ରୀ ତଥା ପରିବେଶ ସୁରକ୍ଷା କର୍ମୀ ଜୁହି ଚାୱଲା ଯେଉଁ ମାମଲା ରୁଜୁ କରିିଥିଲେ ଦିଲ୍ଲୀ ହାଇକୋର୍ଟ ତାହାକୁ ଖାରଜ କରିଛନ୍ତି। କୋର୍ଟଙ୍କ ସମୟ ବରବାଦ କରିଥିବାରୁ ଜୁହି ଓ ଅନ୍ୟ ଆବେଦନକାରୀମାନଙ୍କ ଉପରେ କୋର୍ଟ ୨୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି। ବିଚାରପତି ଜେ ଆର୍ ମିଧା କହିଛନ୍ତି ଯେ ଯେଉଁଭଳି ଭାବେ କୋର୍ଟ ଶୁଣାଣିର ୱେବ୍ ଲିଙ୍କ୍କୁ ସୋସିଆଲ ମିିଡିଆରେ ସେୟାର କରାଯାଇଥିଲା ସେଥିରୁ ଏହା ଜଣାପଡ଼ୁଛି ଯେ ପ୍ରଚାର ଉଦ୍ଦେଶ୍ୟ ରଖି ଏହି ମାମଲା ରୁଜୁ କରାଯାଇଥିଲା। ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରିଥିବାରୁ ଜୁହି ଓ ଅନ୍ୟମାନଙ୍କ ଉପରେ ଜରିମାନା ଲାଗୁ କରାଯାଇଛି।
୫ଜି ପ୍ରଯୁକ୍ତି ବିରୋଧରେ ଜୁହି ଯେତେବେଳେ ମାମଲା ରୁଜୁ କରିଥିଲେ ତାହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ସମସ୍ତେ ଏନେଇ ଚକିତ ହୋଇଥିଲେ। କିନ୍ତୁ ସେଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରାଯାଇଥିଲା ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ୫ଜି ସେବା ଆରମ୍ଭ ହେଲେ ମୋବାଇଲ୍ ଟାୱାରରୁ ହେବାକୁ ଥିବା ବିକିରଣ ଜୀବଜଗତ ଲାଗି କ୍ଷତିକାରକ ନା ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଜୁହି ନିଜ ଆବେଦନରେ ଦାବି କରିଥିଲେ। କୋର୍ଟ ମଧ୍ୟ ଗୁରୁତ୍ବ ଦେଇ ମାମଲାର ଶୁଣାଣି କରିଥିଲେ।
Comments are closed.