Odisha news

ଡାକ୍ତର ଙ୍କ ଚିକିତ୍ସା ଅବହେଳା ରୁ ସ୍ୱାଗତିକା ଙ୍କ ମୃତ୍ୟୁ ଅଭିଯୋଗ : ଉମରକୋଟ ଥାନାରେ ଡାକ୍ତର ଙ୍କ ନାମରେ ଏତଲା ପ୍ରଦାନ।

ବୋରିଗୁମ୍ମା (କେ.ସାକିଲି ଦୋରା)—-ଲୋକେ କହନ୍ତି ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ। ସେହି ଡାକ୍ତର ମାନେ  ରୋଗୀଙ୍କ ଭଲ ଚିକିତ୍ସା କରି ଯମ ମୁହଁ ରୁ ରୋଗୀ ଙ୍କୁ ଫେରାଇ ଆଣନ୍ତି। କିନ୍ତୁ ଡାକ୍ତର ଯଦି ଯମ ପାଲଟେ ତେବେ ଗୁହାରୀ କରିବା କାହାକୁ ? ସୁସ୍ଥ ସବଳ ଝିଅ କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର  ଚିକିତ୍ସା ଅବହେଳା ରୁ ମାରିଦେଲା ବୋଲି କହିଛନ୍ତି ସ୍ବର୍ଗତ ସ୍ୱାଗତିକା ଙ୍କ ବାପାମାଆ। ବୋରିଗୁମ୍ମା ସ୍ଥିତ ନିଜ ବାସଭବନରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କୋହଭରା କଣ୍ଠରେ ରେ ନିଜ ଝିଅ କିପରି ଡାକ୍ତର ଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଲା, ତାହାର ସମ୍ପୁର୍ଣ୍ଣ ବିବରଣୀ କହିଛନ୍ତି। ବୋରିଗୁମ୍ମା ର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ଙ୍କ ବଡ଼ ଝିଅ ସ୍ୱାଗତିକା ମହାନ୍ତି ଗତ ବର୍ଷ ୨୫.୦୬.୨୦୨୦ ରେ ଉମରକୋଟ ରେ ବାହାଘର ହୋଇଥିଲେ। ବିବାହ ର ଦୁଇ ମାସ ପରେ ସ୍ୱାଗତିକା ଗର୍ଭବତୀ ହୋଇଥିବା ପରିବାର ଲୋକଙ୍କୁ ସୂଚନା ମିଳିଥିଲା। ପରେ ଉମରକୋଟ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼.ସୁମନ୍ତ କୁମାର ରାଉଳ ଙ୍କୁ ନିୟମିତ ଭାବେ ସ୍ୱାଗତିକା ଙ୍କ ଚିକିତ୍ସା କରି ଆସୁଥିଲେ। ନିୟମିତ ଚିକିତ୍ସା ସମୟରେ ସ୍ୱାଗତିକା ସ୍ଵାସ୍ଥ୍ୟ ଭଲ ଅଛି ବୋଲି ଡାକ୍ତର ରାଉଳ କହିଆସୁଥିଲେ। ତେବେ ୨୭.୦୪.୨୦୨୧ ତାରିଖରେ ସ୍ୱାଗତିକା ଙ୍କ ଦେହ ଖରାପ ହୋଇଥିଲା। ଶଶୁର ଘର ଲୋକେ ତୁରନ୍ତ ଉମରକୋଟ ମେଡ଼ିକାଲ ରେ ବୋହୁ କୁ ଭର୍ତ୍ତି କରିଥିଲେ।ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ସ୍ୱାଗତିକା କୁ ତୁରନ୍ତ ଅସ୍ତ୍ରୋପଚାର କରି ପ୍ରସବ କରିବା ପାଇଁ କହିଥିଲେ। ସେହି ଦିନ ପୂର୍ବାହ୍ନ ୧୧ ଟା ରେ ସ୍ୱାଗତିକା ଙ୍କ ଅସ୍ତ୍ରୋପଚାର ପରେ ଝିଅ ଟିଏ ଜନ୍ମ ହୋଇଥିଲା। ପ୍ରସବ ପର ଠାରୁ ଝିଅ ର ସଂଜ୍ଞାହୀନ ହୋଇପଡିଥିଲା । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କୌଣସି ଡାକ୍ତର କିମ୍ବା ସ୍ଵାସ୍ଥ୍ୟ କର୍ମଚାରୀ କେହି ବି ଝିଅ କୁ ଦେଖିବାକୁ ଆସି ନଥିବା ଅଭିଯୋଗ କରିଛନ୍ତି ସ୍ୱାଗତିକା ଙ୍କ ମାଆ। ଏଥିସହ ତୁମ ଝିଅ ର ଶୀଘ୍ର ସଂଜ୍ଞା ଫେରି ଆସିବ ବୋଲି ଡ଼.ରାଉଳ କହିଥିଲେ। ପ୍ରସବ ର ୨୪ ଘଣ୍ଟା ପରେ ଝିଅ ର ସଂଜ୍ଞା ନ ଫେରିବାରୁ ଡାକ୍ତର ରାଉଳ ରୋଗୀ କୁ ବିଶାଖାପାଟଣା କିମ୍ବା ରାୟପୁର ନେବା ପାଇଁ ପରାମର୍ଶ ଦେଇଥିଲେ। ତୁରନ୍ତ ଝିଅ ର ଶଶୁର ଘର ଓ ପରିବାର ମିଶି ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାକାର ଚିକିତ୍ସା କରୁଥିବା ଡାକ୍ତର ମାନେ କହିଥିଲେ ଯେ ଅତ୍ୟଧିକ ନିସ୍ତେଜକ ଇଂଜେକସନ ଯୋଗୁଁ ସ୍ୱାଗତିକା ଙ୍କ ମସ୍ତିଷ୍କ ରେ ରକ୍ତ ଜମାଟ ହୋଇଛି। ଏଥିସହ ଝିଅର ଡାହାଣ ପାଖ ପକ୍ଷାଘାତ ହେବା ସହ ଗର୍ଭାଶୟ ସଂକ୍ରମିତ ହୋଇଛି ବୋଲି କହିଥିଲେ। ଗତ ୩୦.୦୪.୨୦୨୧ ରେ ବିଶାଖାପାଟଣା ରେ ସ୍ୱାଗତିକା ଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ସମସ୍ତ ଙ୍କୁ ୦୩.୦୫.୨୧ ରେ ସ୍ୱାଗତିକା  ଛାଡି ଆରପାରି କୁ ଚାଲିଯାଇଥିଲା। ଏଣୁ ପ୍ରସବ ସମୟରେ ରେ ଠିକ ଭାବେ ପରୀକ୍ଷା ନିରୀକ୍ଷା ନ କରିବା ସହ ଆବଶ୍ୟକ ଠାରୁ ଅଧିକ ନିସ୍ତେଜକ ଇଂଜେକସନ ଯୋଗୁଁ ଝିଅ ର ମୃତୁ ହୋଇଛି ବୋଲି କହିଛନ୍ତି ଝିଅ ର ବାପା ପ୍ରସନ୍ନ କୁମାର ମହାନ୍ତି। ଏନେଇ ଉମରକୋଟ ଥାନାରେ ଡ଼.ସୁମନ୍ତ ରାଉଳ ଙ୍କ ନାମରେ ଏତଲା ପ୍ରଦାନ କରିଛନ୍ତି। ଏଥିସହ ନବରଙ୍ଗପୁର ଏସ ପି ଙ୍କୁ ମଧ୍ୟ ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ତେବେ ମୋ ଝିଅ ଭଳି ଅନ୍ୟ କୌଣସି ଝିଅ ର ଏପରି ଅବସ୍ଥା ନ ହେଉ ବୋଲି ସାମ୍ବାଦିକ ସମ୍ମିଳନୀରେ ରେ କହିଛନ୍ତି। ପ୍ରଶାସନ ତୁରନ୍ତ ଡ଼.ସୁମନ୍ତ ରାଉଳ ଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଝିଅ ର ପରିବାର ଲୋକେ ଦାବୀ କରିଛନ୍ତି।

Comments are closed.