ସୋର-୦୪/୦୬ : ସୋର ଉତ୍ତେରେଶ୍ୱରର ସ୍ପେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବପରିଷଦ ମଶାଣି ବନ୍ଧୁ କାର୍ଯ୍ୟକ୍ରମରେ ଜଣେ ଅସହାୟା ମହିଳାଙ୍କର ଶବସକ୍ରାର କରି ମାନବିତାର ପରିଚୟ ସୃଷ୍ଟି କରିଛନ୍ତି । ବେତଡ଼ା ଅଞ୍ଚଳର ଅସହାୟା ସାବିତ୍ରୀ ମିଶ୍ର(୫୫) ସୋର ଗୁଡ଼ ଶିବମୁନି ନିରାଶ୍ରୟାଶ୍ରମରେ ଅନ୍ତେବାସୀ ଭାବେ ୩ ବର୍ଷ ହେଲା ରହୁଥିଲେ । ଗତ ୧ ତାରିଖ ଦିନ ମହିଳା ଜଣକ ଟାଇଫଏଡ଼ରେ ଆକାନ୍ତ ହୋଇ ସୋର ମେଡିକାଲରେ ଚିକତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଖବର ପାଇଁ ତାଙ୍କର ଝିଅ ସୋର ଡାକ୍ତରଖାନାରେ ପହଞ୍ଚô ମା ଙ୍କ ଶବକୁ ସକ୍ରାର କରିବା ପାଇଁ କୌଣସି ସହାୟତା ନପାଇ ନିରଶ ହୋଇ ପଡ଼ିଥିଲେ । ଏପରି ଅବସ୍ଥାରେ ଆଦର୍ଶ ଯୁବ ପରିଷଦର ସ୍ୱେଚ୍ଛାସେବୀମାନେ ସେଠାରେ ପହଞ୍ଚି ଶବ ସକ୍ରାର ପାଇଁ ଅଣ୍ଟା ଭିଡ଼ିଥିଲେ । ସୋର ପୁଲିସ୍ ଏବଂ ପୌରପରିଷଦର ଅନୁମତି ପୂର୍ବକ ସଦସ୍ୟମାନେ ମହିଳାଙ୍କ ଶବକୁ ଏକ ଶୋଭାଯାତ୍ରାରେ ଶ୍ମଶାନକୁ ନେଇ ଯଥାବିଧି ସକ୍ରାର କରିଛନ୍ତି । ମଶାଣି ବନ୍ଧୁର ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିôବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଜାରି ରଖାଯିବ ବୋଲି କାର୍ଯ୍ୟକାରୀ ସଭାପତି ଅଂଜନ ଦାସ କହିଛନ୍ତି । ଏହି କାର୍ଯ୍ୟରେ ପରିଷଦର ସଭାପତି ପୃଥିବୀ ବେହେରା, ସଂପାଦକ ସଂଜୟ ନାୟକ, ବସନ୍ତ ରାଉତ, ପ୍ରଶାନ୍ତ ପଲେଇ, କ୍ରିଷାନୁ ଗୁପ୍ତା, ମନୋଜ ଦାସ, ବସନ୍ତ ପାଣି, ପ୍ରଫୁଲ୍ଲ ରାଉତ, ସୁମନ୍ତ ବାରିକ, ପ୍ରଶାନ୍ତ ପାଢ଼ୀ, ଶମ୍ଭୁନାଥ ଜେନା ଏବଂ ବିଶେଶ୍ୱର ଜେନା ପ୍ରମୁଖ ସହଯୋଗ କରିଥିଲେ ।
Comments are closed.