Odisha news

ବାତ୍ୟା କ୍ଷତିଗ୍ରସ୍ତ ବିକେ ଆର୍ଟସ ପଥର ଖୋଦେଇ କେନ୍ଦ୍ରକୁ ସହାୟତା ଦାବି

ସୋର-୦୪/୦୬ : ଗତ ୟାସ ପ୍ରଭାବରେ ସୋର ଜାତୀୟ ରାଜପଥ ପାଶ୍ୱର୍ ଉତ୍ତରେଶ୍ୱରଠାରେ ଥିବା ବିକେ ଆର୍ଟସ ପଥର ଖୋଦେଇ କେନ୍ଦ୍ର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ କାରିଗରମାନଙ୍କର ସେଡ଼୍ ଏବଂ ମୂର୍ତ୍ତି ସଂରକ୍ଷଣ ଗୃହ ଭାଙ୍ଗି ଯାଇଛି । ଗତ ୨୦୨୦ ମସିହାଠାରୁ ବାରମ୍ବାର କୋଭିଡ଼୍ ନିୟମ ଅନୁଯାୟୀ ମାସ ମାସ ଧରି ଏହି କେନ୍ଦ୍ର ବନ୍ଦ୍ ରହିଥିବା ବେଳେ ଏଠାରେ କାମ କରି ପେଟପୋଷୁଥିବା ଗରିବ କାରିଗରମାନଙ୍କ ପରିବାର ଏବେ ଭୋକିଲା ଅଛନ୍ତି । ଏହି ପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବୋଝ ଉପରେ ନଳିତା ବିଡ଼ା ପରି ବାତ୍ୟା ୟାସ୍ ଏମାନଙ୍କର ଜୀବିକାକୁ ଛଡ଼େଇ ନେଇଛି । ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ କାରିଗରମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ମୂର୍ତ୍ତି ସବୁ ବିକ୍ରି ନହୋଇ ପଡ଼ିରହିଥିବା ବେଳେ କାଞ୍ଚାମଲ ଆସିପାରୁ ନଥିବାରୁ ଶିଳ୍ପୀମାନେ ବର୍ତ୍ତମାନ ଏକ ପ୍ରକାର ହାତବାନ୍ଧି ବସିଛନ୍ତି । ଏପରି ସ୍ଥିତିରେ କାରିଗରମାନଙ୍କୁ ସହାୟତା ଯୋଗାଇବା ସହିତ କ୍ଷତିଗ୍ରସ୍ତ ପଥର ଖୋଦେଇ କେନ୍ଦ୍ରକୁ ବାତ୍ୟା ସହାୟତା ଯୋଗାଇବାକୁ ସଭାପତି ଗୋଲକ ପାତ୍ର ଓ ସଂପାଦକ ନରେନ୍ଦ୍ର ସାମଲ ଦାବି କରିଛନ୍ତି ।

Comments are closed.