Odisha news

ଭିନ୍ନ ଏକ ପେଶା, ଅନ୍ୟ ଏକ ନିଶା : ମାହାଙ୍ଗା ପାଇଁ ଉଦାହରଣ ପାଲଟିଲେ ଯୁବ ସମାଜସେବୀ ସରୋଜବନ୍ଧୁ ଦାସ

ମାହାଙ୍ଗା ୪/୬ : ଆଜି କାଲି ସମୟରେ ଯେଉଁଠି, ସ୍ୱାର୍ଥନାହିଁ, ସେଠି ସେବା ନାହିଁ । ବିନା ସ୍ୱାର୍ଥରେ କେହି ପରକୁ ସାହାଯ୍ୟ କରୁ ନାହିଁ । ଏହି ଉକ୍ତିଟିକୁ ଭୁଲ ପ୍ରମାଣ କରି ଦେଖାଇ ଦେଇଛନ୍ତି ସରୋଜ ବନ୍ଧୁ । ସେ ଜଣେ ଦାଦନ ଶ୍ରମିକ ହେଲେ ମଧ୍ୟ ମାହାଙ୍ଗା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯୁବ ସମାଜସେବୀ ସରୋଜବନ୍ଧୁ ଦାସ, ଯାହାଙ୍କର ଘର ମାହାଙ୍ଗାର ବୁଦୁକୁନିଆ ଗ୍ରାମରେ । ତାଙ୍କ ପିତାଙ୍କର ନାମ ହେଉଛି କଣ୍ଡୁରୀ ଚରଣ ଦାସ, ସରୋଜବନ୍ଧୁ କାମଧନ୍ଦା ନ ପାଇ ସୁଦୂର ଚେନ୍ନାଇ ସହରରେ ଦାଦନ ଶ୍ରମିକର ୂପେ କାର୍ଯ୍ୟ କରିବା ସହିତ ମାହାଙ୍ଗା ଅଂଚଳରେ ବହୁ ବେକାରୀ ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ସଫଳ ହୋଇଥିଲେ । ଗତ ବର୍ଷ କରୋନା ସମୟରେ ବୁଲା କୁକୁରଠାରୁ ଆରମ୍ଭ କରି ଚଢେଇମାନଙ୍କୁ ଖାଦ୍ୟ ପ୍ରଦାନ କରିବାକୁ ଆଗେଇ ଆସିଥିଲେ । ଯେଉଁ ସମୟରେ ରାଜନୈତିକ ଦଳର ନେତାମାନେ ସାଧାରଣ ଜନତାଙ୍କ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥିଲେ ସେତେବେଳେ ସରୋଜବନ୍ଧୁ ନିଜସ୍ୱ ରୋଜଗାର ଅର୍ଥରେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ଏକ ନିଆରା ବ୍ୟକ୍ତିତ୍ୱ ପାଲଟିଗଲେ । ତାଙ୍କ ଉଦ୍ୟମରେ ମାହାଙ୍ଗା ହାଟ ଛକସ୍ଥିତ ମହାବୀରଙ୍କ ପ୍ରାଙ୍ଗଣରେ ନଳକୂପ ଖନନ ଓ ଆଲୋକିକରଣ, ମାହାଙ୍ଗା ଡାକ୍ତରଖାନା ପାଖ ମଶାଣୀ (ବୈକୁଣ୍ଠ ଦ୍ୱାର)ରେ ପାଣି ସମସ୍ୟାର ସମାଧାନ ଓ ଆଲୋକି କରଣ ,ମାହାଙ୍ଗା ପଂଚାୟତର ସିପୂରା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଆଲୋକୀକରଣ, ବୁଦୁକୁନିଆ ଗ୍ରାମର ଦଳିତ ବସ୍ତିରେ ଆଲୋକୀକରଣ, ମାହାଙ୍ଗା ଥାନା ସମ୍ମୁଖରେ ଚଉତରା ନିର୍ମାଣ ଓ ପାନୀୟ ଜଳର ବ୍ୟବସ୍ଥା, ମାହାଙ୍ଗା ପଂଚାୟତର ପର୍ଶୁରାମପୁରସ୍ଥିତ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ନଳକୂପ ଖନନ କରିବାରେ ଆଗଭର ହୋଇଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସ୍ଥାନୀୟ ଅଂଚଳର ବିଜୟ ଶ୍ରୀବାସ୍ତବ, ସୁଟୁଘୋଷ, ରବିନ୍ଦ୍ରନାଥ ମହାନ୍ତି, ଦୁଃଶାସନ ନାୟକ, ସୂର୍ଯ୍ୟମଣି ସାହୁ, ମନୋଜ କୁମାର ଲେଙ୍କା, ପ୍ରମୋଦ କୁମାର ସିଂ, ରାମଚନ୍ଦ୍ର ପରିଡା, ରବିନ୍ଦ୍ର କୁମାର ଶତପଥି, ଅମର ସିଂ, ଲକ୍ଷ୍ମୀଧର ମହାପାତ୍ର, ନିଳାଦ୍ରୀ ବିହାରୀ ମିଶ୍ର, ନିର୍ମଳ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ । ତାଙ୍କର ଏହିଭଳି ଜନହିତକର କାର୍ଯ୍ୟକ୍ରମକୁ ସରପଂଚ ପ୍ରଦୀପ୍ତ କୁମାର ସିଂ, ଯୁବବ୍ୟବସାୟୀ ଗୌତମ ପ୍ରସାଦ ଲାଲ, ବରିଷ୍ଠ ନାଗରିକ ନାରାୟଣ ପ୍ରସାଦ ଦାସ, ନିର୍ମଳ ଚନ୍ଦ୍ର ଦାସ ସ୍ୱାଗତ କରିଛନ୍ତି । ମାହାଙ୍ଗା ଅଂଚଳର ବୁଦ୍ଧିଜୀବୀ ବରିଷ୍ଠ ନାଗରିକ, ଯୁବ ସମାଜ ଓ ଦଳିତ ମଞ୍ଚ ତରଫରୁ ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି ।

Comments are closed.