Odisha news

ମଲାଲାଙ୍କ ବିବାହ ବିବୃତିକୁ ନେଇ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ : ପାକିସ୍ତାନ ସମାଜ ସେବୀ ଓ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ ଜଇ ବ୍ରିଟିଶ୍ ଫେସନ୍ ମାଗାଜିନର କଭର ପେଜର ନଜର ଆସିଥିଲେ , ଯାହା ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଏହି ପତ୍ରିକାକୁ ଦେଇଥିବା ଗୋଟିଏ ସାକ୍ଷାତକାରରେ ମଲାଲା ରାଜନୀତି , ଶିକ୍ଷା ,ସଂସ୍କୃତି ଓ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହୋଇଥିଲେ । କିନ୍ତୁ ବିବାହକୁ ନେଇ ସେ ଯେଉଁ କଥା କହିଥିଲେ ତାହା ଅନେକ ପାକିସ୍ତାନୀ ମାନଙ୍କର ହଜମ ହୋଇ ନାହିଁ ଏବଂ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

ଜୀବନ ସାଥି ପାଇଁ ବିବାହକୁ ଆବଶ୍ୟକତା ହିନ କହି ମଲାଲା ମତ ଦେଇଛନ୍ତି , “ମୁଁ ବର୍ତ୍ତମାନ ମଧ୍ୟ ବୁଝି ପାରିନାହିଁ ଲୋକ ମାନେ କାହିଁକି ବିବାହ କରି ଥାଆନ୍ତି । ଯଦି ଆପଣ କାହାକୁ ନିଜ ଜୀବନରେ ଚାହୁଁଛନ୍ତି ତେବେ ଆପଣଙ୍କୁ ବିବାହ କାଗଜ ହସ୍ତାକ୍ଷର କରିବାର କଣ ଆବଶ୍ୟକତା ରହିଛି ଏହା କଣ କେବଳ ଗୋଟିଏ ଭାଗିଦାରୀ ହୋଇ ପାରିବ ନାହିଁକି “।ମଲାଲାଙ୍କ ଏହି ବୟାନକୁ ନେଇ ପାକିସ୍ତାନରେ ହଙ୍ଗାମା ହୋଇଯାଇଛି । ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଜର ତାଙ୍କର ଆଲୋଚନା କରୁଛନ୍ତି ଓ ଯୁବକ ମାନଙ୍କ ମସ୍ତିସ୍କକୁ ଦୂଷିତ କରିବାର ଆରୋପ ଲଗାଇଛନ୍ତି ।
ଅଧିକାଂଶ ଲୋକ କହିଛନ୍ତି ଏହି ବୟାନ ଦର୍ଶାଉଛି ଯେ ସେ ଇସ୍ଲାମକୁ ବିରୁଦ୍ଧ କରୁଛନ୍ତି । ଆଉ କିଛି ଲୋକ କହିଛନ୍ତି ସେ ପଶ୍ଚିମ ସଭ୍ୟତାର ଅନୁସରଣ କରିଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ଜାଗ୍ରତ ରହୁଥିବା ପାକିସ୍ତାନୀ ମଡେଲ ମଥିରା ମଲାଲାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି “ମଲାଲା,ଆମକୁ ଏହି ଲୋକ ମାନଙ୍କୁ ଶିଖାଇବାକୁ ପଡ଼ିବ ବିବାହର ଅର୍ଥ କେବଳ କାଗଜରେ ହସ୍ତାକ୍ଷର କରିବା ନୁହେଁ , ଆପଣ ମାନେ ଜାଗା କିଣୁ ନାହାନ୍ତି ଯେ କାଗଜରେ ହସ୍ତାକ୍ଷର କରିବେ ।”

Comments are closed.