ନୂଆଦିଲ୍ଲୀ ଦେଶରେ ୨ ରୁ ୧୮ ବର୍ଷର ପିଲା ମାନଙ୍କ ପାଇଁ ଟିକ୍କାର ଟ୍ରାଏଲ୍ ଜାରି ରହିଛି । ଏହା ମଧ୍ୟରେ ଆଉ ଗୋଟିଏ ଟିକ୍କା ଯଥାଶୀଘ୍ର ମିଳିବାର ଆଶା ବଢ଼ି ଯାଇଛି । AIIMS ର ଡାଇରେକ୍ଟର ରଣଦିପ ଗୁଲେରିଆ କହିଛନ୍ତି ଆମେରିକା କମ୍ପାନୀ ଫାଇଜରର ଟିକ୍କା ମଧ୍ୟ ଛୋଟ ପିଲା ମାନଙ୍କୁ ଲଗାଯାଇ ପାରିବ । ଗୁଲେରିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହା ପ୍ରଥମ ଥର ନୁହେଁ , ଯେବେ ଭାରତରେ କୌଣସି ଟିକ୍କାକୁ ବିନା ଟ୍ରାଏଲରେ ସବୁଜ ସଂକେତ ମିଳିଛି ।
କେନ୍ଦ୍ର ପୂର୍ବରୁ ମଧ୍ୟ ଏଭଳି ଟିକ୍କାକୁ ମଞ୍ଜୁରୀ ଦେଇଛି , ଯାହାକୁ ଆମେରିକା ,ବ୍ରିଟେନ,ୟୁରୋପ,who ଦ୍ବାରା ଆପତ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦିଆ ଯାଇଛି । ଏପରି ସ୍ଥଳେ ଆମେ ଚିନ୍ତା କରୁଛୁ ଯେ ଭାରତରେ ବୟସ୍କ ଓ ଛୋଟ ପିଲା ମାନଙ୍କ ପାଇଁ ଆଉ ଗୋଟିଏ ଟିକ୍କା ଉପଲବ୍ଧ ହେବ । ଫାଇଜରର ଟିକ୍କା ଖୁବ୍ ଶୀଘ୍ର ଭାରତକୁ ଆସିବ । ଏହା ମଧ୍ୟରେ ବ୍ରିଟେନରେ ୧୨ ରୁ ୧୫ ବର୍ଷର ଛୁଆ ମାନଙ୍କ ପାଇଁ ଫାଇଜର ବାୟୋଟେକ୍ ମଞ୍ଜୁରୀ ଦେଇଛି । ମେଡ଼ିସିନ ଏବଂ ସ୍ବାସ୍ଥ୍ୟ ବିଭାଗର CEO କହିଛନ୍ତି ଫାଇଜରର ଟିକ୍କା ସୁରକ୍ଷିତ ଓ ପ୍ରଭାବଶାଳୀ ଅଟେ ।
ଏହା ପୂର୍ବରୁ ଆମେରିକାରେ ଏହାକୁ ମଞ୍ଜୁରୀ ମିଳି ସାରିଛି । ଗୁଲରିଆ କହିଛନ୍ତି ଫାଇଜରକୁ ଦେଶକୁ ଆଣିବା ପାଇଁ ଏହି କାରଣରୁ ଡେରି ହେଲା କାରଣ ଏବିଷୟରେ କୌଣସି ତଥ୍ୟ ନଥିଲା ।ବର୍ତ୍ତମାନ ଏବିଷୟରେ ତଥ୍ୟ ସହିତ ଏହି ଟିକ୍କା କେତେ ସୁରକ୍ଷିତ ସେ ବିଷୟରେ ଆମେ ଜାଣି ସାରିଛୁ । ୨ ରୁ ୧୮ ବର୍ଷର ପିଲା ମାନଙ୍କ ପାଇଁ।ଭାରତ ବାୟୋଟେକର କୋ ଭ୍ୟକ୍ସିନର ଟ୍ରାଏଲ ଜାରି ରହିଛି ।
Comments are closed.