Odisha news

ହାବାର୍ଡ ବିଶ୍ୱବିଦ୍ୟାଳୟ ଦେଲା ଦୀର୍ଘାୟୁ ହେବାର ତଥ୍ୟ : ଏହିସବୁ ଖାଦ୍ୟକୁ ଖାଇଲେ ଆସିବନାହିଁ ବାର୍ଦ୍ଧକ୍ୟ

ଆଜିର ସମୟରେ ଆମେ ପ୍ରାୟ ଅଧିକାଂଶ ସମୟ ନିଜ ଖାଦ୍ୟପେୟ କୁ ଖୁବ ଚିନ୍ତା କରିଥାଉ l ଯେଉଁମାନେ ଅମିଶାଷୀ ସେମାନେ ଅଧିକାଂଶ ସମୟରେ କହିଥାଆନ୍ତି ଯେ ତାଙ୍କ ଖାଦ୍ୟ ଅଧିକ ପୋଷଣ ଯୁକ୍ତ , ଯେଉଁ କାରଣରୁ ସେମାନେ ଦୀର୍ଘ ସମୟ ଧରି ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିପାରିବେ l କିନ୍ତୁ ନିକଟରେ ଆମେରିକାନ ହେଲ୍ଥ ଆସୋସିଏସନ ଦ୍ୱାରା ହୋଇଥିବା ଗୋଟିଏ ଗବେଷଣାରୁ ଯାହା ହାବାର୍ଡ ପବ୍ଲିକ ହେଲ୍ଥ ବିଶେଷଜ୍ଞ ମାନଙ୍କ ପାଖରୁ ସୂଚନା ଦିଆଯାଇଛି ଦିନରେ ୨ଟି ଫଳ ଓ ୩ଟି ପ୍ରକାରର ପରିବା ଖାଇବା ଦ୍ୱାରା ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରହିପାରିବେ l

ଏହି ଗବେଷକ ମାନଙ୍କ ଦ୍ୱାରା କୁହାଯାଇଛି ଯେ ଏହି ୫ଟି ଜିନିଷ ଆପଣଙ୍କୁ ସୁସ୍ଥ ରଖିପାରିବ ଓ ଅନେକ ପୁରୁଣା ରୋଗରୁ ମଧ୍ୟ ଦୁରେଇ ରଖିବ l ଆସନ୍ତୁ ଜାଣିବା କଣ କହୁଛି ଗବେଷଣା l

* ସବୁଜ ପନିପରିବା – ପାଳଙ୍ଗ ଓ ବିଭିନ୍ନ ପତ୍ରଯୁକ୍ତ ପରିବା
* ଏଭଳି ପରିବା ଯେଉଁଥିରେ ବିଟା କେରୋଟିନ ରହିଛି l
* କିପରି କରାଗଲା ଗବେଷଣା –
ଏହି ଗବେଷକମାନେ ୧୯୮୪ ରୁ ୨୦୧୪ ପର୍ଯ୍ୟନ୍ତ ବିଭିନ ପୁରୁଷ ଓ ମହିଳା ମାନଙ୍କର ତଥ୍ୟ ଏକତ୍ରିତ କରିଥିଲେ l ଏହି ଲୋକ ମାନଙ୍କ ସହିତ ସେ ପ୍ରାୟ ସବୁ ସମୟରେ ବିଭିନ୍ନ ପ୍ରଶ୍ନ ଖାଦ୍ୟକୁ ନେଇ ପଚାରୁଥିଲେ l ତା ସହିତ ବିଶ୍ୱର ପ୍ରାୟ ୨୦ ଲକ୍ଷ ଲୋକଙ୍କର ଭୋଜନ ଶୈଳୀର ତଥ୍ୟ ଏକତ୍ରିତ କରିଥିଲେ l ଏହିଭଳି ଭାବରେ କରାଗଲା ଗବେଷଣା l

* ଆପଣ ବିଭିନ୍ନ ପ୍ରକାରର ଶାଗ ,ସାଲାଡ଼ ଇତ୍ୟାଦି ନିୟମିତ ଖାଇବା ଆବଶ୍ୟକ l ତା ସହ ବିଭିନ୍ନ ମଞ୍ଜି ଯୁକ୍ତ ଖାଦ୍ୟ ଯେପରି କାଜୁ ,ଆଲମଣ୍ଡ ,ପିସ୍ତା ଇତ୍ୟାଦିକୁ ନିହାତି ଖାଇବା ଉଚିତ l ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ଦୁରେଇ ରଖିଥାଏ l
* ତା ସହିତ ଆପଣ ଅନ୍ୟ ପୋଷକଯୁକ୍ତ ଖାଦ୍ୟ ଯେପରି ଦହି ,ଚିକେନ ,ପନିର , ବିଭିନ୍ନ ଶସ୍ୟ ଯୁକ୍ତ ଖାଦ୍ୟ ଖାଇ ପାରିବେ l ଧ୍ୟାନ ରଖିବେ ଯେ ଆପଣ ସ୍ୱାସ୍ଥ୍ୟ ଯୁକ୍ତ ପ୍ରୋଟିନ ଖାଦ୍ୟ ହିଁ ଖାଇବା ଉଚିତ l
* ଗବେଷକ ମାନେ କିଛି ମହିଳାଙ୍କୁ ନେଇ କରିଥିବା ଗବେଷଣାରେ ଦର୍ଶାଇ ଛନ୍ତି ଯେ ଆପଣ ନିଜ ଆହାରରେ ଅଲିଭ ଅଏଲ ,ବିନ୍ସ ,ମାଛ ,ଫଳ ଓ ପନିପରିବା ଖାଇବା ଦ୍ୱାରା କ୍ୟାନ୍ସର ଓ ହୃଦଘାତ ଜନିତ ରୋଗଠାରୁ ଦୁରେଇ ରହିବେ l ଏଥିରେ ଜଣା ପଡିଥିଲା ଯେ ଏହି ଖାଦ୍ୟ ଖାଉଥିବା ମହିଳାମାନେ ଅଧିକ ସୁସ୍ଥ ହୋଇଥାଆନ୍ତି l

Comments are closed.