Odisha news

ଚରିତ୍ରକୁ ସନେ୍ଦହ କରି ସ୍ତ୍ରୀଙ୍କୁ ହତ୍ୟା ସ୍ୱାମୀ ଗିରଫ

ତାଳଚେର (୪/୬) ତାଳଚେର ଥାନା ଅନ୍ତର୍ଗତ ବଙ୍ଗାଳିତୈଳା ଗ୍ରାମରେ ନିଜ ସ୍ତ୍ରୀର ଚରିତ୍ରକୁ ସନେ୍ଧହ କରି ତାର ସ୍ୱାମୀ ଜୀବନ ବେହେରା ବର୍ବରଚିତ ଭାବେ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ଘଟଣା ସମଗ୍ର ତାଳଚେର ଅଂଚଳରେ ହଇଚଇ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ, ଜୀବନ ବେହେରା (୫୫), ତାଙ୍କ ସ୍ତ୍ରୀ ହୀନ ବେହେରା (୪୯) ଓ ତାର ପରିବାର ସହିତ ବଙ୍ଗାଳିତୈଳା ଗ୍ରାମରେ ଆଜକୁ ଦୀର୍ଘବର୍ଷ ହେବ ବସବାସ କରି ଆସୁଛନ୍ତିି । ମାତ୍ର କିଛି ଦିନ ହେବ ଜୀବନ ବେହେରା ତାର ସ୍ତ୍ରୀ ର ଚରିତ୍ର ଉପରେ ସନେ୍ଧହ କରି ବିଭିନ୍ନ ସମୟରେ ପାରିପାରିକ କଳହ ସୃଷ୍ଟି ହୋଇଥାଏ । ଗତ କାଲି ରାତ୍ର ସମୟରେ ସମସ୍ତେ ଖାଇ ପିଇ ଶୋଇପଡ଼ିଥିଲେ ।

ଭୋର ସମୟରେ ଜୀବନ ବେହେରା ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କ ସ୍ତ୍ରୀ ଶୋଇଥିବା ବେଳେ ଏକ ଧାରୁଆ ଟାଙ୍ଗି୍ରଆରେ ମୁଣ୍ଡ ଗଣ୍ଡିକୁ ଅଲଗା କରିଦେଇଥିଲା ଓ ମୁଣ୍ଡଟିକୁ ଏକ ଜରିବସ୍ତାରେ ପୁରାଇ ରଖିଥିଲା । ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ, ଏସ୍.ଆଇ. ବିପ୍ଲବ ସାହୁ ଓ ତାଳଚେର ପୋଲିସ୍ ଷ୍ଟାପ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ଛାନଭିନ୍ କରିବା ପରେ ଦୋଷୀ ଜୀବନ ବେହେରାକୁ କାବୁ କରିବାରେ ସଫଳ ହେବା ସହ ତାଳଚେର ଥାନା କେସ୍ ନଂ ୨୨୪ ତା ୦୬.୦୪.୨୦୨୧ ଦଫା-୩୦୨/୨୦୧ ଆଇ.ପି.ସି ରୁଜୁ ହୋଇଅଛି । ଏହାପରେ ଏକ୍ଜୁ୍ୟଟିଭ ମାଜିଷ୍ଟେଟ୍ ଓ ସାଇଂଟିଫିକ୍ ଟିମ୍ଙ୍କ ଉପସ୍ଥିତିରେ ଶବକୁ ଜବତ କରିବା ସହିତ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲେ ଓ ପଂଚନାମା କରାଯାଇଥିଲା । ଏହା ସହିତ ଦୋଷୀ ଜୀବନ ବେହେରାକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ।

Comments are closed.