Odisha news

ବୋଲଗଡ ତହସିଲରେ ରାଜସ୍ବ ରଥର ଶୁଭାରମ୍ଭ

ବୋଲଗଡ – ୪/୬ : କୋଭିଡି ମହାମାରୀ ସମୟରେ ଜନସାଧାରଣଙ୍କ ହାତ ପାହାନ୍ତାରେ ରାଜସ୍ବ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା 5T କାର୍ଯ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।ରାଜସ୍ବ ରଥର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜସ୍ବ ବିଭାଗର ସମସ୍ତ ପ୍ରକାରର ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଘରେ ଘରେ ପହଞ୍ଚାଇବା ।ଏହା ଦ୍ବାରା ଲୋକଙ୍କ ର ଆୟ ପ୍ରମାଣ ପତ୍ର ,ବାସସ୍ଥାନ , ଓଏଲ୍ ଆର, ଜାତିଗତ , ନାମଜାରି ଓ ଜମି ଜମା ସମ୍ପର୍କିତ ପ୍ରମାଣ ପତ୍ର ଗୁଡ଼ିକ ସୁବିଧାରେ ତହସିଲ ପ୍ରଶାସନ ଯୋଗାଇଦେବ । ଏହି ପରିପ୍ରେକ୍ଷୀରେ  ବୋଲଗଡ ତହସିଲ କାର୍ଯ୍ୟଳୟ ପରିସରରେ ଶୁକ୍ର ବାର ପୂର୍ବାହ୍ନରେ ବୋଲଗଡ଼ ତହସିଲ ପକ୍ଷରୁ ରାଜସ୍ୱ ରଥକୁ ଶୁଭାରମ୍ଭ କରାଯାଇଛି ।ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା ରାଜସ୍ବ ରଥର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଦାର ହେମେନ୍ଦ୍ର ନାରାୟଣ ମହାନ୍ତି , ବିଡ଼ିଓ ଧୋବେଇ ନାୟକ ,ଆଇ ଆଇ ସି ବିଦିତା ନାୟକ ଓ ତହସିଲ ର ସମସ୍ତ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ବୋଲଗଡ ତହସିଲ ଅଧିନରେ ଥିବା ପାଞ୍ଚ ଗୋଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ତହସିଲ କାର୍ଯ୍ୟାଳୟ ରେ ସମୁଦାୟ ୨୨୮ଗୋଟି ରାଜସ୍ବ ସମ୍ପର୍କୀତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

Comments are closed.