ରାତିରେ ସମସ୍ତେ ଠିକ ଭାବରେ ଶୋଇବା ପାଇଁ ଇଛା କରିଥାଆନ୍ତି l ରାତି ସମୟରେ ଆମ ମେଟାବୋଲିଯିମ ଠିକ ଭାବରେ କାମ କରିଥାଏ ,ଯଦି ଆମେ ସାମାନ୍ୟ ଧ୍ୟାନ ଦେବା ତେବେ ଶୋଇବା ସମୟରେ ମଧ୍ୟ ନିଜର ଓଜନ ହ୍ରାସ କରିପାରିବା l ସେଥିପାଇଁ ଆପଣଙ୍କୁ ନିଜ ଜୀବନଶୈଳୀରେ କିଛିଟା ପରିବର୍ତନ କରିବାକୁ ପଡିବ l ଶୋଇବା ସମୟରେ ଓଜନ ବଢିଥାଏ ଆମର କିଛିଟା ଭୁଲ ଯୋଗୁଁ l
* ରାତ୍ରି ଭୋଜନ – ଯଦି ଆପଣ ନିଜ ରାତ୍ରି ଭୋଜନ ରେ ୬ ଶହରୁ ୭ ଶହ କ୍ୟାଲୋରୀ ଯୁକ୍ତ ଭୋଜନ ଖାଉଛନ୍ତି ଓ ତୁରନ୍ତ ଶୋଇବାକୁ ଚାଲି ଯାଉଛନ୍ତି ତେବେ ସବୁଠୁ ବଡ କାରଣ ଆପଣଙ୍କ ଓଜନ ନିଦରେ ମଧ୍ୟ ବଢିଥାଏ l ଆପଣଙ୍କର ଏହି ଅଭ୍ୟାସ ଦ୍ୱାରା – ପେଟରେ ଚର୍ବି ବଢିଥାଏ ,ଅଳସୁଆ ଲାଗିଥାଏ l ତେଣୁ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଇବା ଆବଶ୍ୟକ l
* ଚିନ୍ତା ଓ ଅବସାଦ – ଗବେଷଣାରୁ ଜଣା ପଡିଛି ଯେ ଯଦି ମଣିଷ ଅଧିକ ଅବସାଦ ଗ୍ରସ୍ତ ଓ ଚିନ୍ତାରେ ରହି ଥାଆନ୍ତି ତେବେ ଆପଣଙ୍କ ଓଜନ ବଢିବା ଏକ ସ୍ୱାଭାବିକ ସମସ୍ୟା ଅଟେ ଅଧିକାଂଶ ମାମଲାରେ ଓଜନ ଚିନ୍ତା କାରଣରୁ ବଢିଥାଏ l ନିଦରେ ଠିକ ରେ ନଶୋଇବା ମଧ୍ୟ ଓଜନ ବଢିବାର ଗୋଟିଏ କାରଣ ଅଟେ l
* ଆପଣ ଏଧିକ ଡେରି କରି ଦିଅନ୍ତି – ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାପଟପ କିମ୍ବା ଫୋନ ରେ ବ୍ୟସ୍ତ ରହିବା ଦ୍ୱାରା ଠିକ ଭାବରେ ନିଦ ଆସିନଥାଏ – ଆମର ମସ୍ତିସ୍କ ଶାନ୍ତ ରୁହେନାହିଁ ,ସ୍ଲିପ ସାଇକଲ ଖରାପ ହୋଇଥାଏ , ଆଖି ସହିତ ମେଣ୍ଟାଲ ବାଲାନ୍ସ ଉପରେ ପ୍ରଭାବ ପଡିଥାଏ , ଏହାଦ୍ୱାରା ଆମେ ଅଧିକ ଅଳସୁଆ ଲାଗିଥାଏ l ଅଧିକ ସମୟ ଶୋଇବା ଓ ଡେରିରେ ଶୋଇବା ଉଭୟ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ l
* ଭୋଜନପରେ ବସିବା ଦ୍ୱାରା ବଢିଥାଏ ପେଟ ଚର୍ବି – ରାତ୍ରି ଭୋଜନ ପରେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସିବା ହୋଇଥାଏ କ୍ଷତି କାରକ l ଆମେ ରାତିରେ ଖାଇବା ପରେ ଅଧିକ କୌଣସି କାର୍ଯ୍ୟ କରିନଥାଉ l ରାତିରେ ଭୋଜନ କରିବା ପରେ କିଛି ସମୟ ଚାଲିବା ଆବଶ୍ୟକ l
* ରାତିରେ ଶୋଇବା ପୂର୍ବରୁ ମଦ୍ୟପାନ କରିବା ଉଚିତ ନୁହେଁ – ସାଧାରଣତଃ ମଦ୍ୟପାନ ରାତିରେ କରାଯାଏ l ଏହାଦ୍ୱାରା ଆମର ସ୍ଲିପ ସାଇକେଲ ଉପରେ ପ୍ରଭାବ ପଡିଥାଏ l ଯଦି ଆପଣ ଆଲକୋହଲ ପିଇ ଶୋଇବେ ତେବେ ଏହା ଆପଣଙ୍କ ଫ୍ୟାଟ ବଢ଼ାଇଥାଏ l
Comments are closed.