ଶାସ୍ତ୍ର ଅନୁସାରେ ଆମ ଶରୀରର ଗଠନ ମଧ୍ୟ ଦର୍ଶାଇ ଥାଏ ଆମ ସ୍ଵଭାଵ ବିଷୟରେ l ଯେପରିକି ହସ୍ତ ରେଖା ଆମକୁ ଦେଇଥାଏ ଅନେକ ସୂଚନା l ଠିକ ସେହିଭଳି ଆମ ପାଦର ଆଙ୍ଗୁଠିର ମଧ୍ୟ ଆମ ସ୍ଵଭାଵ ଓ ଭବିଷ୍ୟତ ଉପରେ ପଡିଥାଏ ପ୍ରଭାବ l ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି ପାଦର ବୁଢା ଆଙ୍ଗୁଠି ଠାରୁ ଅନ୍ୟ ଆଙ୍ଗୁଠି ବଡ ହୋଇଥାଏ ତେବେ ସେହି ବ୍ୟକ୍ତି ମାନଙ୍କ ଭାଗ୍ୟ ଏହିପରି ହୋଇଥାଏ l
* ଯେଉଁ ବ୍ୟକ୍ତି ମାନଙ୍କର ଗୋଡ଼ ବୁଢା ଆଙ୍ଗୁଠି ସହିତ ଅନ୍ୟ ଆଙ୍ଗୁଠି ଗୁଡିକ ସମାନ ହୋଇଥାଏ ସେହି ଲୋକମାନେ ଅନେକ ଧନୀ ହୋଇଥାଆନ୍ତି l ଏହିଭଳି ଲୋକଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ରହିଥାଏ l ତା ସହିତ ଏହିଭଳି ଲୋକମାନେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଙ୍କ ସହିତ ଖୁସି ରହିଥାଆନ୍ତି l
* ଯେଉଁ ବ୍ୟକ୍ତି ମାନଙ୍କର ପାଦର ବୁଢା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ,ସେମାନେ ଆଜ୍ଞାକାରୀ ହୋଇ ଥାଆନ୍ତି l ଏହିଭଳି ବ୍ୟକ୍ତି ଅନ୍ୟ ର କଥାକୁ ନିଜ କଥା ଅପେକ୍ଷା ଅଧିକ ଗୁରୁତ୍ୱ ଦେଇଥାଆନ୍ତି l
* ଯେଉଁ ବ୍ୟକ୍ତି ମାନଙ୍କର ପାଦର ବୁଢା ଆଙ୍ଗୁଠିର ନିକଟ ଆଙ୍ଗୁଠି ଅପେକ୍ଷା କୃତ ବଡ଼ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାଆନ୍ତି l ଏହିଭଳି ବ୍ୟକ୍ତିଙ୍କୁ ତାଙ୍କ ପାର୍ଟନର ଠାରୁ ଖୁବ ପ୍ରେମ ମିଳିଥାଏ l
* ଯେଉଁ ବ୍ୟକ୍ତି ମାନଙ୍କର ପାଦ ଆଙ୍ଗୁଠିର କାଣୀ ଆଙ୍ଗୁଠିର ନିକଟ ଆଙ୍ଗୁଠି ଛୋଟ ହୋଇଥାଏ ସେମାନଙ୍କ ବୈବାହିକ ଜୀବନ ଆଦୌ ସୁଖମୟ ହୋଇନଥାଏ l
* ଯେଉଁ ମାନଙ୍କ ପାଦର ଶେଷ ଦୁଇଟି ଆଙ୍ଗୁଠି ଗୋଟିଏ ସାଇଜ ର ହୋଇ ଥାଆନ୍ତି , ସେହି ଲୋକ ମାନଙ୍କୁ ସନ୍ତାନ ମାନଙ୍କ ନିକଟରୁ ଭରପୁର ସୁଖ ମିଳିଥାଏ l
* ଯେଉଁ ମାନଙ୍କର ସମସ୍ତ ଆଙ୍ଗୁଠି ଗୋଟିଏ ସାଇଜ ର ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାଆନ୍ତି l ଏମାନେ ଗୋଟିଏ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାଆନ୍ତି l ଅଧିକାଂଶ ସ୍ଥିତିରେ ଏଭଳି ଲୋକ ଜୀବନରେ କିଛି କରି ନପାରି ଦୁଃଖପୂର୍ଣ ଜୀବନ ଅତିବାହିତ କରି ଥାଆନ୍ତି l
Comments are closed.